ଭାଇରାଲ ହେଲା ଭିଡ଼ିଓ : ଲକଡାଉନ ସମୟରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ରିୟଲ ଲାଇଫର ପ୍ରଭାବିତ କଲାଭଳି ଦୃଶ୍ୟ

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଲକଡାଉନ ସମୟରେ ନିଜ ସହର ବୁଦ୍ଧାନା ଯାଇଛନ୍ତି । ୪୬ ବର୍ଷୀୟ ଅଭିନେତା ସିଦ୍ଦିକି ତାଙ୍କ ସୋସିଆଲ ମିଡ଼ିଆରେ “ଆଜି ପାଇଁ ସମାପ୍ତ” ଶୀର୍ଷକରେ ଗୋଟିଏ ଭିଡ଼ିଓ ଶେୟାର କରିଛନ୍ତି । ଦିନ ଶେଷରେ ସେ ନିଜର କାଦୁଅ ହାତ ଧୋଉଥିବାର ନଜରକୁ ଆସୁଛି । ତାଙ୍କ ପୋଷାକ କାଦୁଅ ଓ ଝାଳରେ ଭିଜି ଯାଇଥିଲା ଯାହା ସେ ଭିଡ଼ିଓରେ ସ୍ପଷ୍ଟ ଦିଶୁଥିଲା ।

ଭିଡ଼ିଓ ଦେଖିଲେ ଜାଣିହେବ ଯେ ସେଠାରେ ସେ ଚାଷ କାମ କରୁଛନ୍ତି । ଚାଷୀଙ୍କ ଭଳି ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତରେ କାମ କରୁଛନ୍ତି । ନୱାଜୁଦ୍ଦିନ ଭିଡ଼ିଓକୁ ତାଙ୍କ ପ୍ରଶଂସକମାନେ ବହୁତ ପ୍ରଶଂସା କରୁଛନ୍ତି । ମଇ ୧୯ ତାରିଖରେ ନିଜ ଜନ୍ମଦିନ ପାଳନ କରିବାକୁ ସେ ପ୍ରତିବର୍ଷ ନିଜ ପୈତୃକ ଗାଁକୁ ଯାଇଥାନ୍ତି । ଚଳିତ ବର୍ଷ କିନ୍ତୁ କରୋନା ମହାମାରୀ କାରଣରୁ ଲକଡାଉନ ହେତୁ ପ୍ରଶାସନ ଅନୁମତି ନେଇ ସେ ନିଜ ଗାଁରେ ପହଞ୍ଚିଥିଲେ ଏବଂ ହୋମ କ୍ଵାରେଣ୍ଟିନରେ ଅଛନ୍ତି ।

https://www.instagram.com/p/BKkROidDgYM/?utm_source=ig_web_copy_link

ନୱାଜୁଦ୍ଦିନ ସିଦ୍ଦିକି ଅଳ୍ପ ବୟସରେ ଚାଷ କାମ ଆରମ୍ଭ କରିଥିଲେ ହେଲେ ତାଙ୍କ ପିତା ନୱାବୁଦ୍ଦିନ ସିଦ୍ଦିକି ଜଣେ ଚାଷୀ ଥିଲେ ଓ ସେ ଚାହୁଁଥିଲେ ତାଙ୍କ ପୁଅ ଉପଯୁକ୍ତ ଶିକ୍ଷା ଗ୍ରହଣ କରନ୍ତୁ । ନୱାଜୁଦ୍ଦିନ ଉତ୍ତରପ୍ରଦେଶର ମୁଜାଫର ନଗରରେ ଥିବା ବୁଦ୍ଧାନା ଗାଁରୁ ପ୍ରଥମ ସ୍ନାତକ ଥିଲେ । ତାଙ୍କର ଜଣେ ଅଭିନେତା ହେବାର ଇଚ୍ଛା ତାଙ୍କୁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଯୋଗ ଦେବାରେ ପ୍ରବର୍ତ୍ତାଇ ଥିଲା ।

ଗ୍ୟାଙ୍ଗସ୍ ଅଫ୍ ୱାସିପୁର, ବାଦ୍ଲାପୁର ଏବଂ ରମଣ ରାଘବ ୨.୦, ନେଟଫ୍ଲିକ୍ସ ସିରିଜ୍ ‘ଦି ସାକ୍ରେଡ୍ ଗେମସ’ ଭଳି ଫିଲ୍ମରେ ସିଦ୍ଦିକିଙ୍କର ଭୂମିକା ତାଙ୍କୁ ବେଶ୍ ଜଣାଶୁଣା କରିଛି । ତାଙ୍କ ଭାଇ ଫୈଜୁଦ୍ଦିନ ସିଦ୍ଦିକିଙ୍କ କହିବାନୁଯାୟୀ ଡିସେମ୍ବର ୭ ତାରିଖରେ ତାଙ୍କ ସାନ ଭଉଣୀ ସାୟମା ସିଦ୍ଦିକିଙ୍କ ନିଧନ ହୋଇଥିଲା ଓ ସେଥିପାଇଁ ଚଳିତ ବର୍ଷ ସେ ନିଜ ଜନ୍ମଦିନ ଓ ଇଦ ପର୍ବ ପାଳନ କରିନାହାନ୍ତି । ଏହି ଅଭିନେତା ଶେଷଥର ପାଇଁ Zee 5 ରେ ମୁକ୍ତିଲାଭ କରିଥିବା ‘ଘୁମକେତୁ’ ଫିଲ୍ମରେ ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *