ସଂସ୍କାର : ମଦ ପିଉଛି ମାଙ୍କଡ଼। ଆଉ ମାଙ୍କଡ଼ର ଏହି ମଦ ପିଇବାର ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରଲ୍ ହେଉଛି। ସୋସିଆଲ୍ ମିଡିଆରେ ବହୁତ ୟୁଜର ଏହି ଭିଡ଼ିଓକୁ ସେୟାର କରିସାରିଲେଣି। ତେବେ ମଦ ପିଉଥିବା ମାଙ୍କଡ଼ଟି ହେଉଛି ମଧ୍ୟପ୍ରଦେଶ ରାଜ୍ୟର ମାଣ୍ଡଲା ଜିଲ୍ଲାର। ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏକ ମାଙ୍କଡ଼ ମଦ ଦୋକାନରେ ପ୍ରବେଶ କରୁଛି। ଏହା ପରେ ସେ ମାଙ୍କଡ଼ଟି ମଦ ଦୋକାନରୁ ଏକ ବୋତଲ ମଦ ନେଇ ନିଜର ପାଟି ଦ୍ୱାରା ଖୋଲିଦେଲା।

ବୋତଲ ଖୋଲିବା ପରେ ମାଙ୍କଡ଼ ମଦକୁ ପିଇବା ଆରମ୍ଭ କଲା। ତେବେ ଦୋକାନ ଭିତରେ ମାଙ୍କଡ଼ ପଶି ମଦ୍ୟପାନ କରୁଥିବା ଦେଖି ଲୋକଙ୍କ ଭିଡ଼ ଜମିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଅନେକ ଲୋକ ଏହାର ଏକ ଭିଡିଓ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-
ଗୋଟିଏ ପଟେ ଦୋକାନରେ ମାଙ୍କଡ଼ର ମଦ ପିଇବା ଭଳି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ବେଳେ, ମାଙ୍କଡ଼ ଏଥିରେ ଅସନ୍ତୁଷ୍ଟ ନ ହୋଇ ଦୋକାନ ରେ ଆନନ୍ଦରେ ବସି ମଦ୍ୟପାନ କରୁଥିଲା।