ଚଳିତ ବର୍ଷ ଶୀତର ପ୍ରକୋପ ଏତେ ଯେ ମଣିଷ ଆଉ କମ୍ବଳ ଭିତରୁ ବାହାରିବାକୁ ଇଛା କରୁନି । ଆଉ ଯେତେବେଳେ ଗାଧେଇବା କଥା ଉଠେ ଓ କପଡ଼ା ଖୋଲିବାକୁ ପଡ଼େ, ସେ ସମୟରେ ମନ ଖାଲି ଗରମ ପାଣି ହିଁ ଖୋଜେ । ବେଳେବେଳେ କିନ୍ତୁ ବାଲଟି ପାଣି ଅଧା ହେଉ ହେଉ ଗରମ ପାଣି ଥଣ୍ଡା ହେବାକୁ ଲାଗେ । କରିବ ତ କଣ କରିବ ମଣିଷ । ଗରମ ପାଣି ସବୁବେଳେ ନିଅଣ୍ଟ ହିଁ ପଡ଼େ ଏଇ ଶୀତ ଦିନେ ଯାହା ଅତି ସାଧାରଣ । ହେଲେ ୟା ଭିତରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଛୋଟ ବାଳକ ଗରମ ପାଣିର ଏମିତି ଯୋଗାଡ଼ କରିଛି ଯାହା ଦେଖିବା ଯୋଗ୍ୟ ।
ଖାସ୍ କରି ଯେଉଁ ଲୋକମାନଙ୍କର ଶୀତ ଦିନେ ଗାଧେଇଲା ବେଳେ ଗରମ ପାଣି ନିଅଣ୍ଟ ହୁଏ ସେମାନେ ନିହାତି ଏ ଭିଡ଼ିଓକୁ ଥରେ ଦେଖିବା ଉଚିତ ।
ପଙ୍କଜ ସିଂ ରାଜପୁତ ନାମକ ଜଣେ ଆଇଏଫଏସ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଶେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଆବଶ୍ୟକତା ହିଁ ଉଦ୍ଭାବନାର ଜନନୀ । ଭିଡ଼ିଓରେ ଜଣେ ବାଳକ ଏକ ବଡ଼ କରେଇରେ ବସିଛି ଓ ଗାଧଉଛି । କରେଇଟି ଚୁଲିରେ ବସିଛି ଓ ନିଆଁ ଲାଗିଛି ।