ସଂସ୍କାର : ଆଜିକାଲି ସୋସିଆଲ ମିଡିଆରେ ଯୁବକ ଯୁବତୀ ଭଲପାଇ ବାହା ହେଉଛନ୍ତି ଆଉ କେତେ ଜଣ ଭଲପାଇ ଫସିଯାଉଛନ୍ତି । ଫେସବୁକରୁ ବନ୍ଧୁତା , କଥାବର୍ତା ଓ ତାପରେ ବା୍ଲକମେଲିଂ । ଫେସବୁକରେ ଫ୍ରେଣ୍ଡରିକ୍ୟୁଏଷ୍ଟ ଯୁବକଙ୍କୁ ମହଙ୍ଗା ପଡିଲା । ଯୁବକ ଜଣଙ୍କ ଘର କଟକ ।
ତାଙ୍କ କହିବା ମୁତାବକ ଗୋଟେ ଅଜଣା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିବା ପରେ ସେ ଆସେପ୍ଟ କରିଥିଲେ । ମହିଳା ଜଣଙ୍କ ହେଉଛନ୍ତି ବେଗୁନିଆପଡା ଦେଉଳିଆପଲ୍ଲୀ ଗ୍ରାମର । ମହିଳାଙ୍କ ପାଖ ଗାଁ ଓଡିନଇର ଯୁବକଙ୍କ ସହ ଫେସବୁକରେ ପ୍ରେମ ସଂପର୍କ ଗଢି ଉଠିଥିଲା । ତାପରେ ସଂପର୍କ ଗଢି ଉଠିବା ପରେ ମହିଳା ଜଣଙ୍କ ଯୁବକଙ୍କଠାରୁ ୩୦୦୦ ହଜାର ଟଙ୍କା ଆଣିଥିଲେ । ଟଙ୍କା ନେବାର କିଛିଦିନ ପରେ ସମିତା ତାଙ୍କ ପ୍ରେମିକ ରଞ୍ଜିତଙ୍କ ସହ ଭଲସେ କଥା ହୋଇନଥିଲେ । ଯାହାଫଳରେ ରଞ୍ଜିତ ରାଗିଯାଇ ଟଙ୍କା ମାଗିଥିଲେ ଏବଂ ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ଛାଡି ଖରାପ କମେଂଟ ମଧ୍ୟ କରିଥିଲେ ।
ତେବେ ଆହୁରି ମଧ୍ୟ କହିଛନ୍ତି ସେ ଟଙ୍କା ନଫେରାଇଲେ ତାଙ୍କ ଅଶ୍ଳୀଳ ଭିଡିଓ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି । ତେବେ ଗତ କିଛି ଦିନ ତଳେ ବିଚ ରାସ୍ତାରେ ସେମାନେ ମାଡଗୋଳ ହେବା ପରେ ବର୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରି ବିଭିନ୍ନ ଖରାପ ମନ୍ତବ୍ୟ ଦେଉଥିବାରୁ ରଞ୍ଜିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁଦାବି କରିଛନ୍ତି ।
ଦେଖନ୍ତୁ ଭିଡିଓ :