ଡାକ୍ତର ବି ହେଲେ ଆଚମ୍ବିତ, ଅସୁସ୍ଥ ଛୁଆକୁ ଧରି ହସ୍ପିଟାଲ୍‌‌ରେ ପହଞ୍ଚିଲା ମାଆ ବିଲେଇ

ଇସ୍ତାନବୁଲ୍‌ : ସାରା ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚିଲାବେଳେ ତୁର୍କୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୧ ଲକ୍ଷ ୨୨,୩୦୦ରେ । ସେଠାରେ ମୃତକଙ୍କ ସଂଖ୍ୟା ୩,୨୫୦ରୁ ଅଧିକ । ଏସବୁ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଗୋଟେ ମାଆ ବିଲେଇର କାର୍ଯ୍ୟ । ଏହି ବିଲେଇଟି ପ୍ରମାଣ କରିଦେଇଛି ଯେ ମାଆ ସବୁବେଳେ ଗୋଟେ ମାଆ, ସେ ମଣିଷ ହେଉ କି ହେଉ ଏକ ପଶୁ । ନିଜ ସନ୍ତାନର ସୁରକ୍ଷା ତା ପାଇଁ ସର୍ବୋପରେ ଯାହାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି ।

https://www.instagram.com/p/B_nNW55KW4m/?utm_source=ig_web_copy_link

trtworld ର ସୂଚନା ଅନୁଯାୟୀ ଇସ୍ତାନବୁଲ୍‌ର ଏକ ହସ୍ପିଟାଲ୍‌ରେ ହଠାତ୍‌ ଏମରଜେନ୍ସି କେୟାର୍‌ରେ ପହଞ୍ଚିଥିଲା ଗୋଟେ ବିଲେଇ ଯାହା ମୁହଁରେ ଥିଲା ଗୋଟେ ଶିଶୁ ବିଲେଇ । ଆଶ୍ଚର୍ଯ୍ୟର ଘଟଣା ଯେ ବିଲେଇଟି ତା’ ମୁହଁରେ ନିଜ ଛୁଆକୁ କାମୁଡିକି ଧରିଥିଲା ଓ ଏମରଜେନ୍ସି କେୟାର୍‌ ବାହାରେ ବସିବା ସହିତ ଡାକ୍ତରମାନଙ୍କୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲା ।

ବିଲେଇ ଛୁଆଟିର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କଲାବେଳେ ଜଣାପଡ଼ିଥିଲା ଯେ ସେ ଅସୁସ୍ଥ ଅଛି । ଏଥିପାଇଁ ତା’ ମାଆ ସାହାଯ୍ୟ ମାଗିବାକୁ ହସ୍ପିଟାଲ ପର୍ଯ୍ୟନ୍ତ ଚାଲିଆସିଛି । ଏସବୁ ଘଟଣା ହସ୍ପିଟାଲର ଡାକ୍ତର ଓ ନର୍ସମାନଙ୍କୁ ଆଚମ୍ବିତ କରିଥିଲା । ସୂଚନା ଅନୁଯାୟୀ ଛୁଆ ବିଲେଇଟିର ଚିକିତ୍ସା ଚାଲିଥିଲାବେଳେ ମାଆ ବିଲେଇଟି ସେହି ସ୍ଥାନରେ ବସି ରହି ସବୁ କିଛି ଦେଖୁଥିଲା । ଆବଶ୍ୟକୀୟ ଔଷଧ ନଥିବାରୁ ଚିକିତ୍ସା ପାଇଁ ବିଲେଇ ଛୁଆଟିକୁ ଡାକ୍ତରମାନେ ଭେଟ୍‌ନାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *