ଦେଖନ୍ତୁ ସାପ ଆଉ ଗୁଣ୍ଡୁଚିମୂଷାର ଲଢେଇ , କେମିତି ସାପକୁ କିଟ୍ କିଟ୍ କରି ଖାଇଗଲା ଏହି ଗୁଣ୍ଡୁଚିମୂଷା.. ଭିଡ଼ିଓ ଭାଇରାଲ୍

ସଂସ୍କାର : ପ୍ରତିଦିନ ସୋସିଆଲ ମିଡିଆରେ ଦୁନିଆର କିଛିନା କିଛି ମଜାଦାର ଭିଡିଓ ଭାଇରାଲ ଦେଖାଯାଇଥାଏ। ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ଯେ ଏହାକୁ ଦେଖିବା ପରେ ଆପଣଙ୍କ ଆଖିକୁ ବିଶ୍ୱାସ କରିବା ବହୁତ କଷ୍ଟକର ହେବ। ଏହି ଧାରାରେ ବର୍ତ୍ତମାନ ଟ୍ୱିଟରରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ଗୁଣ୍ଡୁଚିମୂଷା ଏବଂ ସାପ ମଧ୍ୟରେ ପ୍ରବଳ ଲଢେଇ ଦେଖିବାକୁ ମିଳୁଛି। କିନ୍ତୁ ଏହି ସଂଗ୍ରାମର ଶେଷ ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଯାହାକି ଆପଣ ନ ଦେଖିଲା ପର୍ଯ୍ୟନ୍ତ ବିଶ୍ୱାସ କରିବେ ନାହିଁ।

ଆଜିକାଲି ସାପକୁ ଦେଖିବା ମାତ୍ରେ ଅନେକଙ୍କର ହୋସ୍ ଉଡ଼ିଯାଏ। ମଣିଷ ହୁଅନ୍ତୁ କିମ୍ବା ପଶୁପକ୍ଷୀ ସମସ୍ତେ ସାପକୁ ଦେଖିଲେ ଏତେ ଭୟ କରନ୍ତି ଯେ ସେମାନେ ସାପକୁ ଦେଖିବା ମାତ୍ରେ ସେହି ସ୍ଥାନ ଛାଡି ପଳାଇଯାଆନ୍ତି। କିନ୍ତୁ ସାପ ଏବଂ ଗୁଣ୍ଡୁଚିମୂଷାର ଏପରି ଏକ ଭିଡିଓ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି , ଯାହା ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ସାପ ଏବଂ ଗୁଣ୍ଡୁଚିମୂଷା ମଧ୍ୟରେ ଏକ ଭୟାନକ ଲଢେଇ ହେଉଛି। ଆଉ ଏହି ଲଢେଇରେ ଗୁଣ୍ଡୁଚିମୂଷାଟି ସାପକୁ ସହଜରେ ନିଜ କବଳକୁ ଆଣି ସାପଟିକୁ କିଟ୍ କିଟ୍ କରି ଖାଇ ଦେଇଛି। ଆଉ ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *