ଚଳନ୍ତା ଟ୍ରେନରେ 15 କିମି ପର୍ଯ୍ୟନ୍ତ ଝୁଲି ରହିଲା ମୋବାଇଲ ଚୋର, ଦେଖନ୍ତୁ ଭାଇରାଲ୍ ଭିଡିଓ

ସଂସ୍କାର : ପ୍ରତିଦିନ ଚୋରି, ପିକ୍ ପକେଟ୍ ଭଳି ଘଟଣା ରେଳ ଷ୍ଟେସନରେ ଘଟୁଛି। ଅନେକ ସମୟରେ ଚୋରମାନେ ଟ୍ରେନର ଝରକା ପଟେ ଜିନିଷ ଚୋରି କରନ୍ତି। ଆଉ ଚୋରି କରି ଖସି ବି ପଳାନ୍ତି। ବେଳେବେଳେ ଲୋକମାନଙ୍କର ମହଙ୍ଗା ଫୋନ୍ ମଧ୍ୟ ଏହି ଚୋରମାନେ ଛଡ଼ାଇ ନିଅନ୍ତି। ଆଉ ବେଳେବେଳେ ତ ସୁନା ଚେନ ଆଉ ଟଙ୍କା ମଧ୍ୟ ଛଡ଼ାଇ ନିଅନ୍ତି ରେଳ ଷ୍ଟେସନରେ ଥିବା ଚୋରମାନେ। ତେବେ ଚୋରମାନେ ଚାଲୁଥିବା ଟ୍ରେନରେ ଏହି ସବୁ କାଣ୍ଡ କରୁଥିବାରୁ ଯାତ୍ରୀମାନେ କିଛି କରିବାକୁ ଅସମର୍ଥ ହୋଇ ପଡ଼ନ୍ତି।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲା ପରେ କୌଣସି ଚୋର କେବେବି ଟ୍ରେନରେ ଯାଉଥିବା ଯାତ୍ରୀଙ୍କର କିଛି ବି ଜିନିଷ ଚୋରି କରିବ ନାହିଁ। ବର୍ତ୍ତମାନ ଇଣ୍ଟରନେଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଚୋରଙ୍କ ଶବ୍ଦ ଓଲଟା ଶୁଣାଯାଉଛି। ସାଧାରଣତଃ ଯେତେବେଳେ ଜଣେ ଚୋର ଧରାଯାଏ, ସେ କୁହନ୍ତି ମୋତେ ଛାଡିଦିଅ। କିନ୍ତୁ ଏହି ଭାଇରାଲ୍ ଭିଡିଓରେ ଚୋର କହୁଛି ମୋତେ ଛାଡ ନାହିଁ। ବାସ୍ତବରେ ଏହା ଏକ ଚଳନ୍ତା ଟ୍ରେନର ଏକ ଭିଡିଓ।

ମହଙ୍ଗା ମୋବାଇଲକୁ ଛଡ଼ାଇ ଚମ୍ପଟ ମାରୁଥିଲା ଚୋର :

ବାସ୍ତବରେ, ଏହି ଚୋର ପ୍ଲାଟଫର୍ମରେ ଜଣେ ଭଦ୍ରଲୋକଙ୍କର ମୋବାଇଲ୍ ଛଡ଼ାଇ ପଳାଇ ଯାଉଥିଲା। ଯେତେବେଳେ ଟ୍ରେନ୍ ଆରମ୍ଭ ହେବାକୁ ଯାଉଥିଲା ସେତେବେଳେ ସେ ଏହା କରୁଥିଲା, କିନ୍ତୁ ସଙ୍ଗେ ସଙ୍ଗେ ଚୋରକୁ କାବୁ କରି ଝରକା ପାର୍ଶ୍ଵରେ ହିଁ ଧରି ନେଇଥିଲେ ମୋବାଇଲ ମାଲିକ। ଆଉ ଚୋରକୁ 15 କିମି ପର୍ଯ୍ୟନ୍ତ ସେମିତି ହିଁ ଧରିଥିଲେ।

ଟ୍ରେନ ଯାତ୍ରୀଙ୍କଠୁ ମୋବାଇଲ ଚୋରି ପଡିଲା ମହଙ୍ଗା। ଚଳନ୍ତା ଟ୍ରେନରେ ୧୫ କିମି ଝୁଲି ରହିଲା ଚୋର। ଟ୍ରେନର ଝରକା ପଟେ ମୋବାଇଲ ଝାମ୍ପିବାକୁ ଉଦ୍ୟମ କରୁଥିଲା ଚୋର। ଏହି ସମୟରେ ଜଣେ ଯାତ୍ରୀ ଚୋରକୁ କାବୁ କରି ନେଇଥିଲେ । ପର ଷ୍ଟେସନ ଆସିବା ଯାଏଁ ପାଖାପାଖୀ ୧୫ କିଲୋମିଟର ଯାଏଁ ଚୋର ସେମିତି ଚଳନ୍ତା ଟ୍ରେନରେ ଝୁଲିରହିଥିଲା ।

ଘଟଣା ଘଟିଛି ବିହାରର ସାହେବପୁର କମଲ ଷ୍ଟେସନ ନିକଟରେ। ଝରକା ପଟେ ଝୁଲି ରହିଥିବା ଅବସ୍ଥାରେ ଚୋର ଜଣଙ୍କ ବାରମ୍ବାର କ୍ଷମା ମାଗିଥିଲେ ମଧ୍ୟ ହାତକୁ ଭିଡ଼ି ଧରିଥିବା ଦୁଇ ଜଣ ଯାତ୍ରୀ କିଛି ବି ଶୁଣି ନଥିଲେ। ଏହି ଘଟଣାଟି ସେପ୍ଟେମ୍ବର ୧୪ରେ ବିହାରରେ ଘଟିଥିଲା। ଏବେ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *