ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ଆଜିର ଯୁବପିଢି । କାରଣ ଯାହା ବି ହେଇଥାଉ ପଛେ ବାସ୍ତବ ଦୁନିଆ ଅପେକ୍ଷା ସେମାନେ ଭରଚୁଆଲ ପୃଥିବୀ ସୋସିଆଲ ମିଡ଼ିଆ ସହିତ ସମୟ ବିତାଇବାକୁ ଭଲ ପାଉଛନ୍ତି । ଫଳରେ ଡେରି ରାତି ଯାଏଁ ଚେଇଁ ରହି ମୋବାଇଲ ଚିପିବା ଏକ ସାଧାରଣ ପ୍ରସଙ୍ଗ ପାଲଟିଗଲାଣି ସେମାନଙ୍କ ପାଇଁ । ତେଣୁ ସକାଳୁ ଉଠିବା ପାଇଁ ଆଲାର୍ମର ବ୍ୟବହାର ।
ଏହି ଆଲାର୍ମ ପାଇଁ କିନ୍ତୁ ମୋବାଇଲରେ ବିଭିନ୍ନ ପ୍ରକାରର ରିଙ୍ଗଟୋନ୍ ବ୍ୟବହାର କରାଯାଏ ଏବଂ ରିଙ୍ଗଟୋନକୁ ନେଇ ଏକ ମଜାଳିଆ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଛି । ଉକ୍ତ ଭିଡ଼ିଓରେ ଆପଣ ଦେଖିବେ ଏକ ଶୁଆ ଭଳି ଦିଶୁଥିବା ଧଳା ରଙ୍ଗର ଚଢ଼େଇ ଭିନ୍ନ ଭିନ୍ନ ରିଙ୍ଗଟୋନ୍ ସହିତ ତାଳ ଦେଇ ନାଚୁଛି । ପାଖରେ ଜଣେ ବ୍ୟକ୍ତି ତାଙ୍କ ଫୋନରେ ଆଲାର୍ମ ରିଙ୍ଗଟୋନକୁ ବଦଳାଉଛନ୍ତି ଓ ଖୁବ ଚମତ୍କାର ଭାବରେ ଚଢ଼େଇଟି ନାଚୁଛି ।
ସୂଚନା ଅନୁଯାୟୀ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ମଜାଳିଆ ଭିଡ଼ିଓଟି ଆଜି ସକାଳ ପ୍ରାୟ ସାଢେ ୫ ଟା ପାଖାପାଖି ପୋଷ୍ଟ କରିଛନ୍ତି । ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି ଯେ “ଠିକ ଅଛି, ଏହି ପକ୍ଷୀଟି ବିଭିନ୍ନ ଆଲାର୍ମ ରିଙ୍ଗଟୋନରେ ଏକାଧିକ ନୃତ୍ୟ କରୁଛି ଯାହା ଏହି ଟ୍ୱିଟର ବିଷୟବସ୍ତୁ ।” ଏ ଭିଡ଼ିଓଟିକୁ ଲୋକେ ଏତେ ପସନ୍ଦ କରୁଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହା ୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ।