ମଣିଷ ଏତେ ନିଷ୍ଠୁର କାହିଁକି, ଷଣ୍ଢକୁ ବାନ୍ଧି ଏମିତି ଦେଉଛି ଶାସ୍ତୀ , ଦେଖନ୍ତୁ ଭିଡ଼ିଓ…

ସଂସ୍କାର : ଟିକେ ଭଲ କରି ଦେଖନ୍ତୁ ଆଜିର ମଣିଷ କେତେ ନିଷ୍ଠୁର ହୋଇପାରେ। ପଶୁପକ୍ଷୀଙ୍କ ପ୍ରତି କିପରି ଅନ୍ୟାୟ ଆଉ ଅତ୍ୟାଚାର କରୁଛି ଏହି ମନୁଷ୍ୟ। କେତେ ସ୍ୱାର୍ଥପର ହୋଇ ପରେ ପାଟି ଖୋଲି ପାରୁ ନଥିବା ପଶୁ ପକ୍ଷୀଙ୍କୁ ଆଦର କରୁ ନାହଁ ଠିକ ଅଛି କିନ୍ତୁ ଏହି ନିରୀହ ପଶୁ ଉପରେ ଏତେ ଅତ୍ୟାଚାର କାହିଁକି ?

ମଣିଷ ପାଖରୁ ସତରେ କଣ ମଣିଷ ପଣିଆ ଲୋପ ପାଇଗଲାଣି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି। ଆଉ ଭିଡ଼ିଓଟି ହେଉଛି କୋଣାର୍କ ନିକଟ ଅନସରା ଗାଁ ର। ବିଲରୁ ଧାନ ଖାଇ ଦେଲା ବୋଲି ଷଣ୍ଢକୁ ବାନ୍ଧି ରଖିଲେ ବିଲର ମାଲିକ। ବେକରେ କାଠ ଗଣ୍ଡି ଝୁଲାଇ ଦେଇଛନ୍ତି ଯାହା ଦ୍ୱାରା ଷଣ୍ଢଟି ମୁଣ୍ଡକୁ ବି ହଲେଇ ପାରୁନି।

ସେତେବେଳେ ତାକୁ କେତେ କଷ୍ଟ ହେଉଥିବା ଏହି ଦୃଶ୍ୟ ଦେଖିଲେ ହିଁ ଅନୁମାନ କରି ପାରୁଥିବେ। କୌଣସି ବି ପଶୁ ପକ୍ଷୀ କିମ୍ବା ଜୀବଜନ୍ତୁ ହୁଅନ୍ତୁ କାହା ଉପରେ ବି ଅତ୍ୟାଚାର କରିବା ଦଣ୍ଡନୀୟ ଅପରାଧ। ଏ କଥା କାହିଁକି ଭୁଲି ଯାଉଛନ୍ତି ମଣିଷ ତା ଛଡା ମଣିଷ ପରି ଷଣ୍ଢକୁ ବି କଷ୍ଟ ହୁଏ ଏକଥା ଥରେ ନୁହେଁ ଶହେ ଥର ଭାବିବା ଉଚିତ।

Leave a Reply

Your email address will not be published. Required fields are marked *