BCCI ଘୋଷଣା କଲା ଗ୍ରେଡ୍ A+, A, B, ଏବଂ C ଖେଳାଳିଙ୍କ ଦରମା ତାଲିକା, ବୁମ୍‌ରାହ ଙ୍କ ଦରମା ଜାଣି ଆଶ୍ଚର୍ଯ୍ୟ ହେବେ

Virat Kohli, Rohit Sharma, and Jasprit Bumrah will earn Rs 7 crore a year as their BCCI salary

ବିସିସିଆଇ ଆଜି ୨୦୨୦-୨୧ ବର୍ଷ ପାଇଁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ଘୋଷଣା କରିଛି, ଗ୍ରେଡ୍ A+, ଗ୍ରେଡ୍-A, , ଗ୍ରେଡ୍-ବି ଓ ଗ୍ରେଡ୍-ସି ଏହିପରି ମୋଟ ୪ଟି ବର୍ଗରେ ଖେଳାଳି ଚୟନ କରାଯାଇଛି। ଚୁକ୍ତି ଅନୁସାରେ, ଗ୍ରେଡ୍ A+ ରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଓ ଗ୍ରେଡ୍-A ଖେଳାଳିଙ୍କୁ ୫ କୋଟି, ସେହିଭଳି ଗ୍ରେଡ୍-ବି ଖେଳାଳିଙ୍କୁ ୩ କୋଟି ଏବଂ ଗ୍ରେଡ୍-ସି ଖେଳାଳିଙ୍କୁ ୧ କୋଟି ଟଙ୍କା ପାଇବେ।

ତେବେ ଗ୍ରେଡ୍ A+ (7 କୋଟି) ଚୁକ୍ତିରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍‌ରାହ ଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ, ଗ୍ରେଡ୍ A (5 କୋଟି) ଚୁକ୍ତିରେ 10 ଜଣ କ୍ରିକେଟ୍ ର ଅଛନ୍ତି: ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶିଖର ଧାୱନ।, କେ.ଏଲ୍ ରାହୁଲ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ରିଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

ଗ୍ରେଡ୍ B (3 କୋଟି ) ବାର୍ଷିକ 3 କୋଟି ଟଙ୍କା ପାଇଥାଏ ଯେଉଁଥିରେ ରିଦ୍ଧିମାନ ସାହା, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, ଏବଂ ମାୟାନକ ଅଗ୍ରୱାଲ ଅନ୍ତର୍ଭୁକ୍ତ ।

ଗ୍ରେଡ୍ C ରେ କ୍ରିକେଟରମାନେ ବାର୍ଷିକ 1 କୋଟି ଟଙ୍କା ପାଇଥାନ୍ତି ଯେଉଁଥିରେ କୁଲଦୀପ ଯାଦବ, ଦୀପକ ଚହର, ଶୁଭମାନ ଗିଲ, ନବଦୀପ ସାଇନି, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ୍ ଆୟର, ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର ଏବଂ ମହମ୍ମଦ ସିରାଜ ଅନ୍ତର୍ଭୁକ୍ତ ଅଛନ୍ତି ।

Leave a Reply

Your email address will not be published. Required fields are marked *