ପୁଣେର ଏମସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଏକ ରୋମାଞ୍ଚକର ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ 7 ରନ୍ ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ମଧ୍ୟ ODI ସିରିଜକୁ 2-1ରେ ଜିତିଛି। ସାମ କରନ ଇଂଲଣ୍ଡ ପାଇଁ ଚମତ୍କାର ବ୍ୟାଟିଂ କରି 95 ରନର ଅପରାଜିତ ଇନିଂସ ସ୍କୋର କରିଥିଲେ ମଧ୍ୟ ସେ ଦଳ ଜିତିବାରେ ବିଫଳ ହୋଇଥିଲେ। ଭାରତ ପାଇଁ ଶାର୍ଦ୍ଦୁଲ ଠାକୁର ଏବଂ ଭୁବନେଶ୍ୱର କୁମାର ଚମତ୍କାର ବୋଲିଂ କରି ସାତୋଟି ୱିକେଟ୍ ନେଇଥିଲେ। ଅଧିନାୟକ ବିରାଟ କୋହଲି ଭୁବନେଶ୍ୱର ଏବଂ ଶାର୍ଦ୍ଦୁଲଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ଏବଂ ଉଭୟ ଦ୍ରୁତ ବୋଲରଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ମ୍ୟାଚ୍ ପରେ ବିରାଟ କୋହଲି କହିଛନ୍ତି, ‘ଯେତେବେଳେ ଦୁଇ ଶ୍ରେଷ୍ଠ ଦଳ ସଂଘର୍ଷ କରନ୍ତି, ସେତେବେଳେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ପାଇଥାଉ। ସମୟ ଏମିତି ଥିଲା କେହି ହାର ମାନିବାକୁ ନାରାଜ ଥିଲେ ଏବଂ ସାମ କରଣ ତାଙ୍କ ଚମତ୍କାର ଇନିଂସ ସହିତ ମ୍ୟାଚରେ ଜମି ରହି ଥିଲେ। ତେବେ ଆମର ବୋଲରମାନେ ୱିକେଟ୍ ନେଇଥିଲେ ଏବଂ ଏକ ସମୟରେ ମ୍ୟାଚ୍ ଆମ ହାତରୁ ଖସି ଯାଇଥିଲା, କିନ୍ତୁ ହାର୍ଦ୍ଦିକ ଏବଂ ଟି ନାଟାରାଜନ ଶେଷରେ ଚମତ୍କାର ବୋଲିଂ କରି ଦଳକୁ ବିଜୟ ପ୍ରଦାନ କରିଥିଲେ।

ବିରାଟ ଶାର୍ଦ୍ଦୁଲ ଏବଂ ଭୁବନେଶ୍ୱର କୁମାରଙ୍କୁ ବିଜେତା ଶ୍ରେୟ ଦେଇ କହିଛନ୍ତି ଯେ, ‘ମୁଁ ବହୁତ ଆଶ୍ଚର୍ଯ୍ୟ ଯେ ଶାର୍ଦ୍ଦୁଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମିଳି ନଥିଲା ଏବଂ ଭୁବନେଶ୍ୱର କୁମାର ମ୍ୟାନ୍ ଅଫ୍ ସିରିଜ୍ ମଧ୍ୟ ପାଇ ନଥିଲେ। କଠିନ ପରିସ୍ଥିତିରେ ବୋଲିଂ କରିବାର ଶ୍ରେୟ ତାଙ୍କ ନିକଟକୁ ହିଁ ଯିବା ଉଚିତ ଥିଲା ।

ପ୍ରସିଦ୍ଧ କୃଷ୍ଣ ଏବଂ କ୍ରୁନାଲ ବହୁତ ପ୍ରଭାବିତ କରିଥିଲେ, କିନ୍ତୁ ପ୍ରାରମ୍ଭିକ ୱିକେଟ୍ ହରାଇବା ସତ୍ୱେ ଶେଷ ଓଭରରେ ଆମର ବ୍ୟାଟିଂ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ଏବଂ ଯଦି ଶ୍ରେଷ୍ଠ ତିନିଜଣଙ୍କ ମଧ୍ୟରୁ କେହି ଗୋଟିଏ ଶତକ ହାସଲ କରିଥାନ୍ତେ, ତେବେ ଆମେ 370 କିମ୍ବା 380 ରେ ପହଞ୍ଚି ପାରିଥା’ନ୍ତି। ଏହି ବିଜୟ ସ୍ୱତନ୍ତ୍ର ଥିଲା କାରଣ ଏହା ବିଶ୍ୱର ଶୀର୍ଷ ଓ ଶ୍ରେଷ୍ଠ ଦଳ ବିପକ୍ଷରେ ହୋଇଥିଲା।