KKR ଠାରୁ ଶୋଚନୀୟ ପରାଜୟ ଏବଂ କୋହଲିଙ୍କ ଅଧିନାୟକତ୍ୱ ଛାଡିବା ନେଇ ଜାଣନ୍ତୁ କଣ କହିଲେ RCB କୋଚ୍ ମାଇକ୍ ହେସନ୍

Virat Kohli's Captaincy Call Had 'Nothing to do' With Loss vs KKR : Mike Hesson

ସୋମବାର ଖେଳାଯାଇଥିବା ମ୍ୟାଚରେ ଆରସିବିକୁ 92 ରନ୍ ରେ ସୀମିତ ରଖିବା ପରେ କେକେଆର ଏକ ଆରାମଦାୟକ ନଅ ୱିକେଟ୍ ବିଜୟ ହାସଲ କରିଛି। ଏହା କୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) କୋଚ ମାଇକ୍ ହେସନ୍ କହିଛନ୍ତି ଯେ ଆଇପିଏଲ 2021 ସିଜିନ ପରେ ବିରାଟ କୋହଲିଙ୍କ ଦଳର ଅଧିନାୟକ ପଦ ଛାଡିବା ଏବଂ ବର୍ତମାନ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷରେ ମ୍ୟାଚ୍ ହାରିବା ର କୌଣସି ସମ୍ପର୍କ ନାହିଁ।

ଆଇପିଏଲ୍ ଆରମ୍ଭରୁ ଆରସିବିର ଏକ ଅଂଶ ହୋଇଥିବା କୋହଲିଙ୍କୁ 2013 ରେ ଦଳର ଅଧିନାୟକ କରାଯାଇଥିଲା ଏବଂ 19 ସେପ୍ଟେମ୍ବରରେ ସେ ଆଇପିଏଲ୍ 2021 ପରେ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

ହେସନ କହିଛନ୍ତି, “ମୁ ଭାବୁ ନାହିଁ ଯେ କୋହଲିଙ୍କ ଅଧିନାୟକ ପଦ ଛାଡିବା ସହିତ ଏହାର କୌଣସି ସମ୍ପର୍କ ଅଛି ବୋଲି । ମୁଁ ଭାବୁଛି ଯେ କୌଣସି ବିଭ୍ରାଟକୁ ଶୀଘ୍ର ସମାଧାନ କରିବା ଜରୁରୀ ଅଟେ ଏବଂ ଆମେ ଶୀଘ୍ର ଘୋଷଣା କରିବା ବିଷୟରେ ଆଲୋଚନା କରିଥିଲୁ ଯାହା ଦ୍ୱାରା ସମସ୍ତ ଖେଳାଳି ଏହା ବିଷୟରେ ପୂର୍ବରୁ ହିଁ ଜାଣିପାରିବେ।

ଏହା ନିଶ୍ଚିତ ଭାବରେ ଏହି ମ୍ୟାଚର ପ୍ରଦର୍ଶନକୁ ପ୍ରଭାବିତ କରି ନାହିଁ। ବରଂ ବ୍ୟାଟ୍ସମ୍ୟାନଙ୍କ କ୍ରମାଗତ ଭାବରେ ୱିକେଟ୍ ଯାଇଥିବାରୁ ଆମେ ମ୍ୟାଚ ହାରିଥିଲୁ। “ମୁଁ ଭାବୁଛି ଏବି ଡି ଭିଲିୟର୍ସ ଓ ମେକ୍ସ ୱେଲ ଙ୍କ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଶସ୍ତାରେ ଆଉଟ ହେବା ଆମକୁ ନିଶ୍ଚିତ ଭାବରେ ମ୍ୟାଚ ହାରିବାର ମୁଖ୍ୟ କାରଣ ଥିଲା ।

ଏହା ମଧ୍ୟ ପଢନ୍ତୁ :- କପିଲ୍ ଦେବ ଙ୍କ ବଡ ବୟାନ, ଚୟନକର୍ତ୍ତା ଙ୍କ ଅଣଦେଖା ଯୋଗୁଁ ଏହି ଅନୁଭବୀ ଖେଳାଳିଙ୍କ ଅଧ୍ୟାୟ ହେବ ସମାପ୍ତ

Leave a Reply

Your email address will not be published. Required fields are marked *