ସଂସ୍କାର : ଦ୍ରୁତବେଗରେ ଗାଡି ଚଳାଇବା ଆପଣଙ୍କ ପାଇଁ କେତେବେଳେ ବି ବିପଜ୍ଜନକ ହୋଇପାରେ। ବ୍ୟସ୍ତବହୁଳ ରାସ୍ତା ହେଉ କିମ୍ବା ଖାଲି ରାସ୍ତା ସବୁବେଳେ ଗାଡି ଧୀରେ ଚଳାଇବା ଆବଶ୍ୟକ, ନହେଲେ ଆଗକୁ ଆମେ ଯାହା କହିବାକୁ ଯାଉଛୁ ଓ ଯାହା ଦେଖାଇବୁ ତାହାକୁ ଦେଖିଲେ ଆପଣ ନ ହସି ରହି ପାରିବେ ନାହିଁ। ଦ୍ରୁତଗତି ଆପଣଙ୍କ ପାଇଁ ଯେକୌଣସି ସ୍ଥାନରେ ବିପଦମୁଖକୁ ନେଇପାରେ, ଯେଉଁଥିପାଇଁ ଆପଣଙ୍କ ଜୀବନ ମଧ୍ୟ ଚାଲିଯାଇପାରେ। ତେବେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ପାଇଁ ମଧ୍ୟ ଟିକେ ମଜାଦାର, କିନ୍ତୁ ଏହି ଭିଡିଓ ଦେଖିବା ପରେ ଆପଣ ବୁଝିବେ ଯେ ଖାଲି ରାସ୍ତାରେ ଆପଣ ଦ୍ରୁତ ବେଗରେ ଗାଡି ଚଳାଇବା ଉଚିତ୍ ନୁହେଁ। ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପରଭେନ କାସୱାନ ଟ୍ୱିଟରରେ ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି- ‘ହାତୀ ଏହି ଘଟଣା ବିଷୟରେ କ’ଣ ଭାବିପାରେ?’
ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ହାତୀ ଖାଲି ରାସ୍ତା ମଝିରେ ଠିଆ ହୋଇଛି, ଠିକ୍ ସେତେବେଳେ ଜଣେ ବାଇକ୍ ଆରୋହୀ ଦ୍ରୁତବେଗରେ ରାସ୍ତା ପାର୍ ହଉଥାଏ। ହାତୀକୁ ଦେଖିବା ପରେ, ବ୍ୟକ୍ତି ଜଣକ ସ୍କୁଟିର ଗତି ମନ୍ଥର କରିବା ପରିବର୍ତ୍ତେ, ସେ ତ୍ୱରାନ୍ୱିତ ହୋଇ ରାସ୍ତା ସ୍କୁଟିର ବେଗକୁ ଅଧିକ କଲେ। ଫଳରେ ସେ ପଡିଗଲେ। ରାସ୍ତାରେ ଠିଆ ହୋଇଥିବା ହାତୀ ପାର୍ଶ୍ୱରୁ ସେ ନିଜ ସ୍କୁଟିକୁ ନେଇଯିବାକୁ ଭାବିଥିଲେ କିନ୍ତୁ ହଠାତ୍ ସ୍କୁଟିର ଚକ ରାସ୍ତାରୁ ଖସିଗଲା ଏବଂ ସ୍କୁଟି ଘାସରେ ଯାଇ ସ୍ଲିପ୍ ହୋଇଗଲା। ଆଉ ବ୍ୟକ୍ତି ଜଣକ ଭାରସାମ୍ୟକୁ ନିୟନ୍ତ୍ରଣ କରିପାରି ନ ଥିବାରୁ ରାସ୍ତାରେ ପଡ଼ିଯାଇଥିଲେ।
ଦେଖନ୍ତୁ ମଜାଳିଆ ଭିଡ଼ିଓ
ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଲୋକମାନେ ମଧ୍ୟ ସତର୍କତାର ପରାମର୍ଶ ଦେବା ସହିତ ଭିଡିଓରେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି।