ସଂସ୍କାର : ଅଭଦ୍ରାମିର ସୀମା ଟପିଲେ ମଦରେ ମତୁଆଲା ଯୁବତୀ। ମଦ ପିଇ ରାସ୍ତାରେ ଯାହାକୁ ଦେଖିଲେ ତାକୁ ଅଶ୍ଲୀଳ ଭାଷା ପ୍ରୟୋଗ କଲେ ଯୁବତୀ। ପୁରୀରୁ ଆସିଛି ଏଭଳି ଏକ ଘଟଣା। ବଡ଼ ଠାକୁରଙ୍କର ବଡ଼ଦାଣ୍ଡର ବଡ଼ଶଙ୍ଖଠାରେ ଜଣେ ଯୁବତୀ ମଦ ପିଇ ଉତ୍ପାତ ହେଉଥିବାର ଭିଡ଼ିଓ ବର୍ତ୍ତମାନ ଓଡ଼ିଶାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ମଦ ପିଇ ରାସ୍ତାରେ ଠିଆ ହୋଇ ଗାଳିଗୁଲଜ କରୁଛନ୍ତି। ସେ ନିଜର ହିତାହିତ ଜ୍ଞାନ ଭୁଲିଯାଇ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳି କରୁଥିବା ଭିଡ଼ିଓରେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ, ପୁରୀ ବଡ଼ଦାଣ୍ଡର ବଡ଼ଶଙ୍ଖଠାରେ ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ଗାଡ଼ି ଚଳାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିଲେ। ଧକ୍କା ଦେବା ପରେ ପଥଚାରୀଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ମଦରେ ଚୁର ଥିବା ଯୁବତୀ। ସୂଚନା ଅନୁଯାୟୀ, ଯୁବତୀ ଜଣକ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ପର୍ଯ୍ୟନ୍ତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ରାସ୍ତାରେ ଯାହାକୁ ଦେଖିଲେ, ତାକୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ। ତେବେ ଯୁବତୀଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଯୁବତୀ ଜଣକ ମଦ ନିଶାରେ ପୋଲିସଙ୍କୁ ବି ଅଶ୍ଲୀଳ ଭାଷାରେ ଗାଳି କରିଥିବା ଜଣାପଡିଛି। ତେବେ ପୋଲିସ ଉଭୟ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଘଟଣାସ୍ଥଳରୁ ପୋଲିସ ଥାନାକୁ ନେଇଥିବା ସୂଚନା ରହିଛି। ଏମିତିକି ପିସିଆର ଗାଡ଼ି ଉପରକୁ ଚଢ଼ି ମଧ୍ୟ ଯୁବତୀ ଜଣକ ଅସଭ୍ୟ ଭାଷାରେ ଗାଳି କରିଥିଲେ। ଏହି ଯୁବତୀଙ୍କର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ସାଧାରଣ ଜନତା ମଧ୍ୟ ଯୁବତୀଙ୍କର କାଣ୍ଡକୁ ନେଇ ଉତେଜିତ ଭାବ ପ୍ରକାଶ କରିଛନ୍ତି।
ଦେଖନ୍ତୁ ଭିଡିଓ :