ଦେଖନ୍ତୁ ଭିଡ଼ିଓ: ପୁଣି ଲାଇଭ୍ ଆସି ଝିଅଙ୍କ ଉପରେ ବର୍ଷିଲେ ରାନୀ ପଣ୍ଡା, କହିଲେ ଝିଅଙ୍କର ଗଲୁଆ ବୁଦ୍ଧି ପ୍ରବଳ, ଆଉ….

ସଂସ୍କାର : ପୁଣି ଚର୍ଚ୍ଚାରେ ରାନୀ ପଣ୍ଡା। ଓଡ଼ିଶା ଯାତ୍ରା ଜଗତର ଆଗଧାଡ଼ିର ଅଭିନେତ୍ରୀ ରାନୀ ପଣ୍ଡା ନିଜର ବୟାନ ବାଜିକୁ ନେଇ ସର୍ବଦା ଚର୍ଚ୍ଚାରେ ରୁହଁନ୍ତି। କୌଣସି ଏକ ସମ୍ବେଦନଶୀଳ ଘଟଣା ହେଉ ଅବା କୌଣସି ଏକ ଭଲ ଘଟଣା ସେ ସର୍ବଦା ଗଣମାଧ୍ୟମରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବେଳେବେଳେ ସେ ନିଜର ଫେସବୁକରେ ଲାଇଭ୍ ଆସି ବି ବିଭିନ୍ନ ଘଟଣା ବିଷୟରେ ଲୋକଙ୍କ ବିଷୟରେ ଆଲୋଚନା କରିନ୍ତି। କେତେବେଳେ ଗୁରୁମନ୍ତ୍ର ଦିଅନ୍ତି ତ ଆଉ କେତେବେଳେ କୌଣସି ଘଟଣା ଉପରେ ରାଗି ନିଜର କୋର୍ଧିତ ରୂପ ଦେଖାନ୍ତି।

ସେ ପ୍ରାୟତଃ ସାମାଜିକ ମାମଲାରେ ନିଜର ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି। ଏହା ସହିତ ସେ ଅନେକ ଲୋକମାନଙ୍କୁ ସାହାର୍ଯ୍ୟ କରୁଥିବାର ନଜର ଆସିଛନ୍ତି। ତେବେ ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାରେ ରହିଥିବା ଖବର ହେଉଛି ମଡେଲ୍ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ଗୀତିକାର ସୋନାଲି ନନ୍ଦଙ୍କର ଘଟଣା। ଆପଣ ଜାଣିଥିବେ ନିଶ୍ଚିତ ଯେ ନିଜର ମହିଳା ବାନ୍ଧବୀ ସୋନାଲିଙ୍କ ଚାପରେ ଆସି ସୌମ୍ୟ ରଞ୍ଜନ ଆତ୍ମହତ୍ୟା କରିଥିଲେ।

ଆଉ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମୃତ୍ୟୁର ଉତ୍ତରଦାୟୀ ସୋନାଲି ବୋଲି ସୁଇସାଇଡ଼ ନୋଟରେ ଉଲେଖ୍ୟ କରିଥିଲେ। ଆଉ ବର୍ତ୍ତମାନ ସୋମ୍ୟ ଓ ସୋନାଲିଙ୍କ ମାମଲାରେ ରାନୀ ପଣ୍ଡା ସୋସିଆଲ ମିଡ଼ିଆରେ ଲାଇଭ୍ ଆସି ନିଜର ବୟାନ ଦେଇଛନ୍ତି ।

ରାନୀ ପଣ୍ଡା ସୌମ୍ୟଙ୍କ ମୃତ୍ୟୁର ଏକାଦଶ ଦିନ ଲାଇଭ୍ ଆସି କହିଥିଲେ ଯେ, ଆଜି ସୋମ୍ୟଙ୍କ ୧୧ । ବର୍ତ୍ତମାନ ସମୟରେ ତାଙ୍କ ମାଙ୍କ ଯେଉଁ ପରିସ୍ଥିତି ଓ ତାଙ୍କ ପରିବାରରେ ଯେଉଁଭଳି ସ୍ଥିତି ଅଛି ତାକୁ ଦେଖି ମୁଁ ବହୁତ ଭାଙ୍ଗି ପଡିଛି । ମୋତେ ବହୁତ କଷ୍ଟ ଲାଗୁଛି । ଯଦି ମୁଁ ସୋମ୍ୟଙ୍କ କଥା କହିବି ତେବେ ଆପଣ ସୁସାଇଡ କରିବାର ନ ଥିଲା।

ଯଦି ତୁମେ ଜାଣିଲ ଯେ, ଝିଅର ଗୁଣ ଖରାପ ଅଛି ତେବେ ସାଇଡ ହୋଇ ଯାଇଥାନ୍ତ। ତମ ପାଖରେ ଝିଅର ଲାଇନ ଲାଗିଯାଇଥାନ୍ତା। ଆପଣ ଏହିଭଳି ଭୁଲ କରିବାର ଦ୍ଵାରା ଆପଣଙ୍କର ତ କିଛି କ୍ଷତି ହେଲା ନାହିଁ କିନ୍ତୁ ପରିବାରର ଅନେକ କ୍ଷତି ହେଲା। ଆପଣଙ୍କ ମା’ ଆପଣଙ୍କୁ ଝୁରି ଝୁରି କାନ୍ଦୁଛନ୍ତି। ଯେତେବେଳେ ଗୋଟିଏ ପରିବାରର ପୁଅ ଚାଲିଯାଏ ତେବେ ସେ ପରିବାର ଉପରେ କଣ ବିତି ଥାଏ କେବଳ ସେମାନେ ହିଁ ଜାଣିଛନ୍ତି।

ବିଶେଷ କରି ଆପଣଙ୍କର ମା ଅଧିକ ଭାଙ୍ଗି ପଡିଛନ୍ତି। ମୁଁ ଯେତିକି ଶୁଣିଛି ସେହି ଆଧାରରେ କହୁଛି ଯଦି ଝିଅର କିଛି ଭୁଲ ଅଛି ତେବେ ଝିଅକୁ ଦଣ୍ଡ ମିଳିବା ଦରକାର ଓ ଯଦି ପୁଅର କିଛି ଭୁଲ ଅଛି ତେବେ ପୁଅ ଘର ଲୋକ ଚୁପ ହୋଇ ରହିଯିବା ଉଚିତ।

ରାନୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଝିଅ ଜାତିରେ କିଛି ଝିଅ ଏମିତି ଅଛନ୍ତି ସେମାନଙ୍କର ଗଲୁଆ ବୁଦ୍ଧି ପ୍ରବଳ। ସେମାନଙ୍କୁ ମୋଟା ଦରକାର। ମୋଟା ବିଡା ଥିବା ପୁଅ ଦରକାର। ଯାହାର ପ୍ରବଳ ଟଙ୍କା ପଇସା ଥିବ ତାକୁ କେମିତି ପ୍ରେମ ଜାଲରେ ଫସାଇ ଚିତା କାଟିବେ ତାହା ସେମାନେ ଭାବନ୍ତି। କେତେକ ଝିଅ ଏମିତି ବି ଅଛନ୍ତି ନିଜ ସ୍ଵାମୀ ଥାଇ ବି ପର ସ୍ଵାମୀ ପାଖରେ ରାତିରେ ଶୋଉଥିବେ। ସେହିଭଳି କିଛି ପୁଅ ବି ଅଛନ୍ତି ଯେଉଁମାନଙ୍କର ନୀତି ଝିଅମାନଙ୍କୁ ଚିତା କାଟିବା । ତାଙ୍କ ଟଙ୍କାରେ ଚଳିବା । ମୁଁ ପୋଲିସକୁ ଅନୁରୋଧ କରୁଛି କି ଏହି ମାମଲାର ସମାଧାନ ଯଥାଶୀଘ୍ର କରନ୍ତୁ।

Leave a Reply

Your email address will not be published. Required fields are marked *