ଦେଖନ୍ତୁ ଭିଡ଼ିଓ : ଦେଶୀ କୁକୁରଙ୍କ ଆକ୍ରମଣକୁ ଡରି ଥାନାରେ ପସିଲା ଲାବ୍ରାଡର କୁକୁର, ଅଭ୍ୟର୍ଥନା ପ୍ରତୀକ୍ଷାଳୟରେ ରଖିଛି ପୋଲିସ୍‌

ସଂସ୍କାର : ଆକ୍ରମଣରୁ ବର୍ତ୍ତିବା ପାଇଁ ଥାନାରେ ପଶିଲା ଲାବ୍ରାଡର କୁକୁର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦ୍ରଶେଖପୁର ଥାନାରେ। ଥାନାରେ କୁକୁରଟି ପଶି ଯିବାରୁ ତାକୁ ବାନ୍ଧି ପକାଇଥିଲା ପୋଲିସ। ଏହାପରେ ପୋଲିସ୍ ସଂପୃକ୍ତ ମାଲିକଙ୍କୁ ଖୋଜୁଥିଲେ ବି କେହି ମିଳୁନଥିଲେ। ଯାହାଦ୍ବାରା କୁକୁରକୁ ଥାନାରେ ଚେନ ପକାଇ ରଖିଚି ପୋଲିସ।

ସକାଳ ୭ଟା ସମୟରେ ଅଚାନକ ଏକାଧିକ ବୁଲା କୁକୁର ସେହି ଲବ୍ରାଡର କୁକୁରକୁ ଘେରି ଆକ୍ରମଣ କରିଥିଲେ।ଜୀବନ ବିକଳରେ ଚନ୍ଦ୍ରଶେଖପୁର ଥାନାରେ ଭିତରେ ପଶି ଯାଇ ଥାନାର ଟେବୁଲ୍ ଭିତରେ ଲୁଚି ଯାଇଥିଲା କୁକୁରଟି। ଚନ୍ଦ୍ରଶଖରପୁର ଥାନାର ଡିସିଓ ଏକାଧିକ ଦେଶୀ କୁକୁର ଚାରିପଟୁ କୁକୁରଟିକୁ ଆକ୍ରମଣ କରୁଥିବା ଦେଖିଥିଲେ।

ଆକ୍ରମଣରୁ ବାର୍ତ୍ତିବା ପାଇଁ ଜୀବନ ବିକଳରେ ଥାନା ଭିତରକୁ ପଶି ଆସିଥିଲା କୁକୁରଟି। ଯାହାକୁ ଏବେ ଖାଇବା ପିଇବା ଦେଇ ଚନ୍ଦ୍ରଶଖରପୁର ଥାନା ଅଭ୍ୟର୍ଥନା ପ୍ରତୀକ୍ଷାଳୟରେ ରଖାଯାଇଛି। ପ୍ରକୃତ ମାଲିକ ଆସିଲେ କୁକୁରକୁ ଫେରାଇ ଦିଆଯିବ ବୋଲି କହିଛନ୍ତି ପୋଲିସ୍ ଅଧିକାରୀ।

Leave a Reply

Your email address will not be published. Required fields are marked *