ସଂସ୍କାର: ସୋସିଆଲ ମିଡ଼ିଆରେ ଏବେ ବିବାହର କେତେକ ଭିଡ଼ିଓ ଭାଇରାଲ ହେଉଛି । କିଛି ଭିିଡ଼ିଓ ଏଭଳି ରହିଛି ଯାହାକି ବେଶ୍ ମଜାଦାର ହୋଇଥାଏ । କିନ୍ତୁ ଆଉ କେତେକ ଭିଡ଼ିଓକୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ ।
ଆଗରୁ ଝିଅମାନେ ଘରର ନିଷ୍ପତ୍ତିରେ ରାଜି ହୋଇ ବିବାହ କରୁଥିଲେ । ଏବେ ବିବାହ ସମୟରେ କିଛି ବି ଏପଟସେପଟ ଲାଗିଲା ତ ବରର ହାଲତ ଖରାପ କରୁଥିବା ଦୃଶ୍ୟ ମଧ୍ୟ ଆମେ ଦେଖିଛେ । ସେହିଭଳି ଗୋଟିଏ ଭିଡ଼ିଓ ଦେଖିବାକୁ ମିଳିଛି ।
ହମିରପୁରଠାରେ ଅନୁଷ୍ଠିତ ଏକ ବିବାହରେ ଜୟମାଲା ସମୟରେ କନ୍ୟା ବରକୁ ମଣ୍ଡପ ଉପରେ ଥାପଡ଼ ମାରୁଥିବା ଭିଡ଼ିଓ ଦେଖିବାକୁ ମିଳିଛି । ବିବାହର ଜୟାମାଲା କାର୍ଯ୍ୟକ୍ରମ ସମୟରେ ବର କନ୍ୟାକୁ ଫୁଲମାଳ ପିନ୍ଧାଉଥିବାବେଳେ କନ୍ୟାଜଣକ ଚାପୁଡ଼ା ବର୍ଷା କରିଥିଲେ ।
ଦେଖନ୍ତୁ ଭିଡ଼ିଓ :