ସଂସ୍କାର : ଆମ ଭାରତୀୟମାନଙ୍କ ବିବାହ ପରମ୍ପରା, ପ୍ରେମ, ସଙ୍ଗୀତରେ ପରିପୂର୍ଣ୍ଣ। ଆଉ ଏହି ଖୁସି କେବଳ ପରିବାର ସଦସ୍ୟ ନୁହଁନ୍ତି ସମସ୍ତେ ଉପଭୋଗ କରନ୍ତି । ସାଧାରଣତଃ ବାହାଘରରେ ସମସ୍ତେ ନାଚ,ଗୀତ କରିବା ପାଇଁ ପସନ୍ଦ କରନ୍ତି । ଯଦି ବାହାଘରରେ ନାଚ ,ଗୀତ ନ ହୁଏ ତାହେଲେ ଖୁସି ଆନନ୍ଦ ନଥାଏ । ବାହାଘରଟି ଫିକା ଫିକା ଲାଗେ।
ଭାରତରେ ପ୍ରତିଦିନ ଶହଶହ ବିବାହ ଉତ୍ସବ ହେଉଛି, ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏହା ଭିତରେ ଗୋଟେ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି । ଦେଖିବାକୁ ମିଳିଛି ଯେ ବିବାହ ସମୟରେ ଆସିଥିବା ସମ୍ପର୍କୀୟମାନେ ପରସ୍ପର ସହ ସଂଘର୍ଷ କରିଥିଲେ। ସମସ୍ତେ ନାଚ ନାଚରେ ହାତାହାତି ହୋଇଯାଇଥିଲେ।
ଘଟଣାକ୍ରମ କଣ ଥିଲା ?
ଏକ ଦମ୍ପତି ନୃତ୍ୟ କରିବାପାଇଁ ଫ୍ଲୋରକୁ ଆସିଥିଲେ ସେହି ସମୟରେ ଅନ୍ୟ ଜଣେ ଯୁବକ ନୃତ୍ୟ ପାଇଁ ମହିଳାଙ୍କ ହାତ ଧରି ଫ୍ଲୋରକୁ ଟାଣି ନେଇଥିଲେ । ଏହି ସମୟରେ ସେଠିଥିବା ଅନ୍ୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସେଥିପାଇଁ ମହିଳାଙ୍କ ସ୍ୱାମୀ କ୍ରୋଧର ବଶବର୍ତୀ ହୋଇ ଯୁବକକୁ ମାଡ ମାରିଥିଲେ । ସଙ୍ଗେ ସଙ୍ଗେ ଡିଜେ ବନ୍ଦ କରାଯାଇଥିଲା ଏବଂ ସମସ୍ତେ ଏହି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟାକରିଥିଲେ ।