ଓମିକ୍ରନ୍ ଭାଇରସର ଲକ୍ଷଣ କ’ଣ ? ପଢନ୍ତୁ ଏହି ଭାଇରସକୁ ନେଇ କଣ କହୁଛନ୍ତି ଦକ୍ଷିଣ ଆଫ୍ରିକାର ଡାକ୍ତର ସମୂହ….

ସଂସ୍କାର : ଦୀର୍ଘ ଦୁଇ ବର୍ଷ ହେବ ସମଗ୍ର ବିଶ୍ୱକୁ ହନ୍ତସନ୍ତ କରିସାରିଲାଣି କରୋନା ଭାଇରସ୍। ତେବେ କରୋନାର ପ୍ରଥମ ଭ୍ୟାରିଆଣ୍ଟ ଯେମିତି ଲୋକଙ୍କର ଜୀବନ ନେଇଛି ତାହାଠାରୁ ଅଧିକ ଭୟଙ୍କର ହୋଇସାରିଛି ବର୍ତ୍ତମାନ କରୋନାର ନୂଆ ଭ୍ୟାରିଆଣ୍ଟ “ଓମିକ୍ରନ୍”। ଯାହାକି ଦକ୍ଷିଣ ଆଫ୍ରିକାରୁ ସୃଷ୍ଟି ହୋଇଛି ବୋଲି ଅନେକ ଡାକ୍ତରୀ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇଥିବା କରୋନାଭାଇରସ୍ ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍, ସାରା ବିଶ୍ୱରେ ବର୍ତ୍ତମାନ ଉତ୍ତେଜନା ସୃଷ୍ଟି କରିଛି। ଏହି ସମୟରେ, ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତର ପ୍ରକାଶ କରିଛନ୍ତି ଯେ ନୂତନ କୋଭିଡ ଭ୍ୟାରିଆଣ୍ଟ ଓମିକ୍ରନର ଲକ୍ଷଣ କ’ଣ? ଡାକ୍ତରଙ୍କ କହିବା ଅନୁଯାୟୀ, ଓମିକ୍ରନର ଲକ୍ଷଣ କରୋନା ପୂର୍ବ ଭ୍ୟାରିଆଣ୍ଟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ସେ କହିଛନ୍ତି ଯେ, ଏହି ଭ୍ୟାରିଆଣ୍ଟରେ ଆମେ ଘରେ ରହି ମଧ୍ୟ ନିଜର ଚିକିତ୍ସା କରିପାରିବା।

ସାଉଥ ଆଫ୍ରିକୀୟ ମେଡିକାଲ୍ ଆସୋସିଏସନ୍ (SAMA) ର ମୁଖ୍ୟ ଆଞ୍ଜେଲିକ୍ କୋଟେଜୀ କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ସେ କରୋନା ଭାଇରସ୍ ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନରେ ସଂକ୍ରମିତ ହୋଇଥିବା ୩୦ ଜଣ ରୋଗୀଙ୍କୁ ପରୀକ୍ଷା କରିଛନ୍ତି। ଏହି ସମୟରେ ସେ ଦେଖିଛନ୍ତି ଯେ, ଓମିକ୍ରନ୍ ସଂକ୍ରମିତ ରୋଗୀଙ୍କ ଠାରେ ଅତ୍ୟଧିକ ଥକ୍କା, ଗଳା ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଶୁଖିଲା କାଶ ଭଳି ସମସ୍ୟା ଦେଖାଯାଏ। ଏହା ସହିତ ସେମାନଙ୍କ ଶରୀରର ତାପମାତ୍ରା ହଠାତ ଅତ୍ୟଧିକ ବୃଦ୍ଧି ହୋଇଯାଏ। ଏହାର ଲକ୍ଷଣଗୁଡ଼ିକ କରୋନାର ଡେଲଟା ଭ୍ୟାରିଆଣ୍ଟଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ଆଞ୍ଜେଲିକ୍ କୋଟଜୀ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଦେଖିଥିବା ସମସ୍ତ ରୋଗୀଙ୍କୁ ଟୀକାକରଣ କରାଯାଇ ନାହିଁ। ସେମାନଙ୍କର ଓମିକ୍ରନ୍ ର ସାମାନ୍ୟ ଲକ୍ଷଣ ଥିଲା।ମୁଁ ଭାବୁଛି ୟୁରୋପରେ ବହୁ ସଂଖ୍ୟକ ଲୋକ ଏହି ପ୍ରକାରରେ ସଂକ୍ରମିତ ହୋଇଛନ୍ତି। ଓମିକ୍ରନ୍ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଅଧିକାଂଶ ରୋଗୀଙ୍କ ବୟସ 40 ବର୍ଷରୁ କମ୍ ରହିଛି।

ସେ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ କରୋନାର ଏହି ନୂତନ ପ୍ରକାର ଭ୍ୟାରିଆଣ୍ଟ ବିଷୟରେ ସତର୍କତା ଅବଲମ୍ବନ କରାଉଛନ୍ତି। ଏଥିପାଇଁ ତାଙ୍କୁ ପ୍ରଶଂସା କରାଯିବା ଉଚିତ୍। ସେମାନଙ୍କୁ ସମାଲୋଚନା କରିବା ଠିକ୍ ନୁହେଁ।

Leave a Reply

Your email address will not be published. Required fields are marked *