ରାତିରେ ଶୋଇବା ବେଳେ ଉର୍ଫି ଜାଭେଦଙ୍କ ଉଲଗ୍ନ ଫୋଟ ଏବଂ ଭିଡ଼ିଓ ଦେଖନ୍ତି ଆଜିର ଯୁବକ : ଚେତନ ଭଗତ

ସଂସ୍କାର : ଲେଖକ, ସ୍ତମ୍ଭକାର ତଥା ସ୍କ୍ରିନ୍ ଲେଖକ ଚେତନ ଭଗତ, ଇଣ୍ଟରନେଟ୍, ସୋସିଆଲ ମିଡିଆ ଏବଂ ରିଲ୍ସ ବିଷୟରେ ନିଜର ମତ ଦେଇଛନ୍ତି। ନିକଟରେ ଏକ ଇଭେଣ୍ଟରେ ଭାରତର ଯୁବକମାନେ କିପରି ନିଜ ଫୋନରେ ସମୟ ନଷ୍ଟ କରୁଛନ୍ତି ସେ ବିଷୟରେ ଲେଖକ ଚେତନ ଭଗତ କହିଛନ୍ତି।

ଜଣାଶୁଣା ଲେଖକ ଚେତନ ଭଗତ ଦେଶର ଯୁବପିଢ଼ିଙ୍କୁ ନେଇ ବିବୃତ୍ତି ଦେଇଛନ୍ତି। ତାଙ୍କ କହିବା ହେଲା, ଇଣ୍ଟରନେଟ୍, ସୋସିଆଲ ମିଡିଆ ଏବଂ ରିଲ୍ସ ଯୋଗୁ ଯୁବପିଢ଼ି ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ରହୁଛନ୍ତି। ଏହି ସମୟରେ ସେ ଉର୍ଫି ଜାଭେଦଙ୍କୁ ନେଇ ମଧ୍ୟ ଟିପ୍ପଣୀ ଦେଇଥିଲେ, ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଚେତନ ଭଗତ କହିଛନ୍ତି ଯେ ଆଜିର ଯୁବକମାନେ ରାତିରେ ବିଛଣାରେ ଶୋଇବା ସମୟରେ ଉର୍ଫି ଜାଭେଦଙ୍କ ଫୋଟ ଏବଂ ଭିଡିଓ ଦେଖୁଛନ୍ତି। ଏକ ଗଣମାଧ୍ୟମ ସହ ସାକ୍ଷାତକାରରେ ଚେତନ ଭଗତ ଆଜିକା ଯୁଗରେ ଫୋନ, ସୋସିଆଲ ମିଡିଆର ବ୍ୟବହାର ବିଷୟରେ କହିଥିଲେ। ତାଙ୍କ କହିବା ହେଲା, ଭାରତର ଯୁବପିଢ଼ି ଘଣ୍ଟା ଘଣ୍ଟା ଧରି ମୋବାଇଲ ଏବଂ ଇଣ୍ଟରନେଟରେ ସମୟ ବର୍ବାଦ କରୁଛନ୍ତି।

ଚେତନ ଭଗତ କହିଥିଲେ କି, ‘ଯେବେ ମୁଁ ବହି ଲେଖିବା ଆରମ୍ଭ କରିଥିଲି, ତ ଏକ ଅଲଗା ଭାରତ ଥିଲା। କୌଣସି ସ୍ମାର୍ଟଫୋନ ନ ଥିଲା, ଡାଟା ନ ଥିଲା। ଡାଟା କ’ଣ, ତାହା ଜଣା ନ ଥିଲା। ମୋବାଇଲ ଫୋନ ବି ଅଳ୍ପ ଆସିବା ଆରମ୍ଭ ହୋଇଥିଲା, ୩୦ ଟଙ୍କା/ପ୍ରତି ମିନିଟ୍। ମନୋରଞ୍ଜନର ଅଭାବ ଥିଲା, ଓ୍ଵବ୍ ପ୍ଲାଟଫର୍ମ, ଇନ୍ଷ୍ଟାଗ୍ରାମ ରିଲ୍ସ ଭଳି କିଛି ବି ନ ଥିଲା। ଲୋକଙ୍କ ପାଖରେ ଇଣ୍ଡିଆର ଷ୍ଟୋରୀ ନ ଥିଲା। ପୁଣି ମୁଁ ତାହା ଲେଖିବା ଆରମ୍ଭ କଲି, ସେତେବେଳେ ସେହି ଷ୍ଟୋରୀ ଚାଲିଲା’।

ଏହି କଥାକୁ ଜାରି ରଖି ଚେତନ ଭଗତ କହିଥିଲେ, ଉର୍ଫି ଜାଭେଦଙ୍କ ଫଟୋ, କ’ଣ କୋର୍ସରେ ଆସିବ? ଚାକିରି ଇଣ୍ଟରଭ୍ୟୁରେ ଯାଇ କହିବ କି, ସାର୍ ମୋତେ ଉର୍ଫି ଜାଭେଦଙ୍କ ସବୁ ଡ୍ରେସ୍ ମନେ ଅଛି। ଏହା କ’ଣ ହେଉଛି କି, ଜିନିଷଗୁଡ଼ିକ ଧ୍ୟାନ ଆକର୍ଷଣ କରୁଛି। ସେହି ବିଚାରର ଭୁଲ୍ ନାହିଁ, ସେ ନିଜ କାମ କରୁଛି। ନିଜ କ୍ୟାରିୟର ଗଢ଼ୁଛି।

ଏମିତି ଆହୁରି ୫୦ ଅଛନ୍ତି। ଭାରତର ଜଣେ ଯବାନ ସିଏ, ଯିଏ କାର୍ଗିଲରେ ବରଫରେ ବସି ଏବେ ଦେଶକୁ ରକ୍ଷା କରୁଛି। ଆଉ ଆମର ୟୁଥ୍, ଯିଏ ବିଛଣାରେ ଶୋଇ ଉର୍ଫି ଜାଭେଦଙ୍କ ଫଟୋ ଆଉ ଭିଡ଼ିଓ ଦେଖୁଛି’।

Leave a Reply

Your email address will not be published. Required fields are marked *