କଣ ଏହି ” ଅବଷ୍ଟ୍ରଟିଭ୍ ସ୍ଲିପ୍ ଆପ୍ନିଆ ” , ଯେଉଁଥି ପାଇଁ ବାପି ଲାହିରି ଙ୍କ ଗଲା ଜୀବନ, ଏହି ରୋଗ ବିଷୟରେ ଜାଣନ୍ତୁ ଏବଂ ରୁହନ୍ତୁ ସତର୍କ…

ସଂସ୍କାର : Obstructive sleep apnea : ଗତକାଲି ବଲିଉଡର ବିଶିଷ୍ଟ ସିଙ୍ଗର ତଥା ସଙ୍ଗୀତ କମ୍ପୋଜର ବାପି ଲାହିରିଙ୍କ ଦେହାନ୍ତରେ ସମଗ୍ର ବିଶ୍ୱ ଦୁଃଖ ପ୍ରକାଶ କରିଛି। ବାପି ଲାହିରି ବଲିଉଡର ମହାନ ସଙ୍ଗୀତ ଗାୟକ ଥିଲେ। ସେ ତାଙ୍କ ସମୟରେ ବଲିଉଡର ଅନେକ ଗୀତ ବି କମ୍ପୋଜ କରିଥିଲେ। ତେବେ ବର୍ତ୍ତମାନ ତାଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଦୀର୍ଘ ସମୟ ଧରି ଦୁଇଟି ଘାତକ ରୋଗରେ ପୀଡିତ ଥିଲେ। ଆଉ ଏହି ଘାତକ ରୋଗ ହି ଆଜି ତାଙ୍କର ପ୍ରାଣ ନେଇଛି। ସେ ଗତ କାଲି ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଉ ଆଜି ତାଙ୍କ ମର ଶରୀରର ଶେଷ ରୀତିନୀତି ବି ସମ୍ପର୍ଣ୍ଣ ହୋଇସାରିଛି।

ଖବର ଅନୁଯାୟୀ, ଗତ ଏକ ବର୍ଷ ଧରି ” ଅବଷ୍ଟ୍ରଟିଭ୍ ସ୍ଲିପ୍ ଆପ୍ନିଆ ” ଏବଂ ଛାତି ସଂକ୍ରମଣ ଭଳି ଦୁଇଟି ଘାତକ ରୋଗରେ ପୀଡିତ ଥିଲେ ବାପି ଦା’। ଆଉ ପରବର୍ତ୍ତୀ ସମୟରେ ଏହି ଦୁଇଟି ରୋଗ ତାଙ୍କର ମୃତ୍ୟୁର କାରଣ ହୋଇଯାଇଛି। ତେବେ, ଆଜିର ଏହି ଆର୍ଟିକାଲରେ ଆମେ “ଅବଷ୍ଟ୍ରଟିଭ୍ ସ୍ଲିପ୍ ଆପ୍ନିଆ” ରୋଗ ବିଷୟରେ ଉଲେଖ୍ୟ କରିଛୁ। ଏହି ରୋଗର ଲକ୍ଷଣଗୁଡ଼ିକ କ’ଣ କ’ଣ ରହିଛି ତାହା ବିଷୟରେ ବର୍ଣ୍ଣନା କରିଛୁ।

ଅବଷ୍ଟ୍ରଟିଭ୍ ସ୍ଲିପ୍ ଆପ୍ନିଆ ରୋଗ କ’ଣ ?

“ସ୍ଲିପ୍ ଆପ୍ନିଆ” ରୋଗ ହେଉଛି ଏହିପରି ଏକ ରୋଗ, ଯାହାକି କୌଣସି ବ୍ୟକ୍ତିର ନିଶ୍ୱାସକୁ ଏକ ମିନିଟ ପର୍ଯ୍ୟନ୍ତ ବନ୍ଦ କରିପାରିବ। ଅର୍ଥାତ ଏହି ରୋଗରେ ପୀଡିତ ଥିବା ରୋଗୀଙ୍କର ନିଶ୍ୱାସ ଶୋଇବା ସମୟରେ ବନ୍ଦ ହୋଇଯାଏ ଏବଂ ସେମାନେ ଏହା ଜାଣିପାରନ୍ତି ନାହିଁ। ଶୋଇବା ସମୟରେ ଏହି ନିଶ୍ୱାସ ପ୍ରଶ୍ୱାସ କିଛି ସେକେଣ୍ଡରୁ ୧ ମିନିଟ୍ ପର୍ଯ୍ୟନ୍ତ ବନ୍ଦ ରହିଯାଏ।

ସ୍ଲିପ୍ ଆପ୍ନିଆରେ ପୀଡିତ ଥିବା ବ୍ୟକ୍ତି, ଶୋଇବା ସମୟରେ ଅଧିକାଂଶ ଥର ଘୁଂଗୁଡି ମାରିଥାନ୍ତି। କିନ୍ତୁ ଏଠାରେ ଆମେ କହି ଦେବାକୁ ଚାହିଁବୁ ଯେ, ଶୋଇବା ସମୟରେ ଘୁଂଗୁଡି ମାରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି ରୋଗର ଶିକାର ହୁଅନ୍ତି ନାହିଁ। ଏହି ରୋଗରେ, ଶ୍ୱାସନଳୀର ଉପର ଭାଗରେ ଅବରୋଧ ହେତୁ ବାୟୁର ପ୍ରବାହ ସଠିକ୍ ଭାବରେ ହୋଇ ନ ଥାଏ। ଯଦି ରୋଗୀର ଶ୍ବାସକ୍ରିୟା ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୁଏ, ତେବେ ରକ୍ତରେ ଅମ୍ଳଜାନର ସ୍ତର କମିଯାଏ।

ଅବଷ୍ଟ୍ରଟିଭ୍ ସ୍ଲିପ୍ ଆପ୍ନିଆ ରୋଗର ଲକ୍ଷଣ ?

୧) ଏହି ରୋଗର ପୀଡିତ ଥିବା ବ୍ୟକ୍ତି ଶୋଇବା ସମୟରେ ଖୁବ ଜୋରରେ ଘୁଂଗୁଡି ମାରନ୍ତି। ଏମିତିକି ଘୁଂଗୁଡି ମାରିବା ସମୟରେ ସେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

୨) ଗଳା ଯନ୍ତ୍ରଣା ଏବଂ ଅନେକ ସମୟରେ ପାଟି ଶୁଖିଲା ରହିବା ଭଳି ସମସ୍ୟା ମଧ୍ୟ ଏହି ରୋଗୀଙ୍କ ନିକଟରେ ଦେଖାଯାଏ।

୩) ଏହା ବ୍ୟତୀତ ମୁଣ୍ଡବିନ୍ଧା, ଉଚ୍ଚ ରକ୍ତଚାପ, ବାୟୁ ଦୋଷ1, ଅତ୍ୟଧିକ ଥକ୍କା ଲାଗିବା, ଉତ୍ତେଜନା ଭାବ ଓ ଚିଡଚିଡା ଭାବନା ଭଳି ଲକ୍ଷଣ ମଧ୍ୟ ଅବଷ୍ଟ୍ରଟିଭ୍ ସ୍ଲିପ୍ ଆପ୍ନିଆ ରୋଗର ଲକ୍ଷଣ ଅଟେ।

୪) ଜଣେ ବ୍ୟକ୍ତିଙ୍କୁ ଯେତେବେଳେ ୬୦ ବର୍ଷ ହୋଇଯାଏ। ସେତେବେଳେ ଏହି ରୋଗ ବେଶୀ ମାତ୍ରାରେ ତାଙ୍କ ଶରୀରରେ ଦେଖାଯାଏ।

୫) ଅତ୍ୟଧିକ ମୋଟାପା ଥିବା ଲୋକଙ୍କୁ ବି ଏହି ରୋଗ ଧୀରେ ଧୀରେ ଗ୍ରାସ କରିବା ଆରମ୍ଭ କରିଥାଏ।

୬) ଗବେଷଣା ଅନୁଯାୟୀ, ଆସ୍ଥମା ରୋଗ ଏବଂ ଅବଷ୍ଟ୍ରଟିଭ୍ ସ୍ଲିପ୍ ଆପ୍ନିଆ ପ୍ରାୟ ଏକାପରି।

୭) ଅନେକ ଥର ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତିବିଶେଷ କୌଣସି କାମ କରିବା ସମୟରେ, ଗାଡି ଚଳାଇବା ସମୟରେ କିମ୍ବା ଟିଭି ଦେଖିବା ସମୟରେ ହଠାତ୍ ଶୋଇପଡନ୍ତି।

୮) ଯେଉଁମାନଙ୍କର ଏହି ରୋଗରେ ପୀଡିତ ହୁଅନ୍ତି, ସେମାନଙ୍କୁ ଏକାଗ୍ର କରିବା କଷ୍ଟକର ହୋଇଥାଏ। ବିଶେଷକରି ପିଲାମାନେ ଏହି କାରଣରୁ ଅଧ୍ୟୟନ କରିବା କଷ୍ଟକର ହୋଇପଡନ୍ତି।

୯) ରକ୍ତଚାପର ବୃଦ୍ଧି କାର୍ଡିଓ ସିଷ୍ଟମ ଉପରେ ଚାପ ସୃଷ୍ଟି କରେ। ଏହି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ରୋଗ ଦେଖାଯାଇଥାଏ।

୧୦) ସ୍ଲିପ୍ ଆପ୍ନିଆ ରୋଗ ସହିତ, ଯଦି ଆପଣଙ୍କର ହୃଦଘାତ ଅଛି, ତେବେ ହଠାତ୍ ମୃତ୍ୟୁ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ।

ସ୍ଲିପ୍ ଆପ୍ନିଆ ଏକ ରୋଗ ଯାହା ଅତ୍ୟନ୍ତ ଗମ୍ଭୀର ରୋଗ ଅଟେ। ଏହି ରୋଗରେ ଦୀର୍ଘ ସମୟ ରହିବା ଏବଂ ଚିକିତ୍ସା ନକରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଏହି ରୋଗରେ ଶ୍ବାସକ୍ରିୟା ବ୍ୟାଘାତ ହେବା ଏକ ବଡ଼ ସମସ୍ୟା।

Leave a Reply

Your email address will not be published. Required fields are marked *