ସୁମିତଙ୍କ ଅଡିଓ ପ୍ରତିକ୍ରିୟାକୁ ନେଇ ଜବାବ୍ ରଖିଛନ୍ତି ସ୍ତ୍ରୀ ତପସ୍ୱିନୀ, କହିଲେ ଗୋଟିଏ ଘରେ ରହିଲେ ଖାଲି କଣ ସେକ୍ସ ହୁଏ…

ସଂସ୍କାର : ସୁମିତଙ୍କ ଅଡିଓ ପ୍ରତିକ୍ରିୟାକୁ ନେଇ ଜବାବ୍ ରଖିଛନ୍ତି ସ୍ତ୍ରୀ ତପସ୍ୱିନୀ। ଯଦି, ସେ ଅସୁସ୍ଥ ଥିଲେ ତେବେ ରୋଗୀଙ୍କ ଚିକିତ୍ସା କିପରି କରୁଥିଲେ ? ସେ ସ୍ତ୍ରୀ ଧର୍ମ ପାଳନ କରିଛନ୍ତି, ହେଲେ ଗରିବ ଘର ଝିଅ ହୋଇଥିବାରୁ ତାଙ୍କ ସହ ଏଭଳି ବ୍ୟବହାର କରାଯାଉଛି। କୌଣସି ପରିସ୍ଥିତିରେ ମୁଁ ନଇଁବି ନାହିଁ, ଲଢ଼େଇ ଜାରି ରଖିବି। ଲଢ଼େଇ କରି ମୋ ସ୍ୱାମୀଙ୍କୁ ମୁଁ ଫେରାଇ ଆଣିବି।

୭ଦିନର ସମ୍ପର୍କ ଆଗକୁ ବଢିନଥିବା ନେଇ ସୁମିତ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି, ଏହା ଉପରେ ଡ଼ିମପଲ କହିଛନ୍ତି – ସ୍ୱାମୀ-ସ୍ତ୍ରୀ ଗୋଟିଏ ଘରେ ରହିଲେ ଖାଲି କଣ ସେକ୍ସ କରିବେ? ସମ୍ପର୍କର ଅର୍ଥ କଣ ବୋଧହୁଏ ସୁମିତଙ୍କୁ ଜଣାନାହିଁ।  ମୋ ଲୁହର ମୂଲ୍ୟ କେତେ ମୁଁ ବୁଝିଛି। ସେ ମୋଠାରୁ ଖସିଯିବାକୁ ଚାହୁଁଛନ୍ତି, ମୁଁ ଲଢ଼ି ଲଢ଼ି ତାଙ୍କୁ ନେଇକି ଆସିବି।

ବହୁଚର୍ଚ୍ଚିତ ବ୍ରହ୍ମପୁରର ତପସ୍ବିନୀ ବିବାଦ ମାମଲାରେ ପ୍ରତିକ୍ରିୟା ରଖି ଡାକ୍ତର ସୁମିତ ସାହୁ କହିଛନ୍ତି ଯେ- ସ୍ତ୍ରୀ ତପସ୍ୱିନୀ ତାଙ୍କୁ ସମ୍ପୂର୍ଣ୍ଣ ବରବାଦ୍ କରିଦେଇଛନ୍ତି। ଆଉ ଆଗକୁ ମଧ୍ୟ କରି ଚାଲିଛନ୍ତି। ଲୋକଙ୍କ ସିମ୍ପାଥି ଓ ପବ୍ଲିସିଟି ପାଇବା ପାଇଁ ସେ ଏପରି କରୁଛନ୍ତି। ତପସ୍ୱିନୀଙ୍କ ଯୋଗୁଁ ଯାହା ଅସୁବିଧା ଭୋଗିଛି ସେ ସବୁ ବିଷୟରେ କୋର୍ଟକୁ ଜଣାଇଥିବା ସୁମିତ କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ୭ ଦିନ ତାଙ୍କ ସହ ରହିଥିଲି।ହେଲେ ସମ୍ପର୍କ କିଛି ବି ବଢ଼ିନି। 

ତପସ୍ବିନୀଙ୍କ ପାଇଁ ମାନସିକ ଓ ଶାରିରୀକ ଭାବେ ସଂପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଛି। ତେଣୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ସେ ଛୁଟିରେ ରହିଛନ୍ତି। ତଥାପି ଅସୁସ୍ଥ ଥାଇ ବି ସାଙ୍ଗସାଥିଙ୍କ ଜରିଆରେ ଭଡ଼ା ଘର ଖୋଜୁଛି। କେଉଁ ଆଡ଼େ ଯାଇନାହାନ୍ତି କି ଫେରାର ହୋଇନାହାନ୍ତି ବୋଲି କହିଛନ୍ତି ସୁମିତ।

Leave a Reply

Your email address will not be published. Required fields are marked *