ଏ ବର୍ଷ ର କାର୍ତ୍ତିକ ମାସ ଅକ୍ଟୋବର 29 ଆରମ୍ଭ ହେଉଛି। ଏହି ମାସରେ ଭଗବାନ ବିଷ୍ଣୁ, ମାତା ଲକ୍ଷ୍ମୀ ଏବଂ ତୁଳସୀଙ୍କ ପୂଜା ବିଶେଷ ମହତ୍ବ ରହିଛି। ଏହା ସହିତ ଏହି ମାସରେ ଯକ୍ଷରାଜ କୁବେର, ଯମଦେବ, ଭଗବାନ ଧନଭନ୍ତରୀଙ୍କୁ ମଧ୍ୟ ପୂଜା କରାଯାଏ। ଏହି ମାସରେ ଖାଦ୍ୟ ପେୟର ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆସନ୍ତୁ ଜାଣିବା ଏହି ମାସରେ କ’ଣ ଖାଇବା ଏବଂ କ’ଣ ଖାଇବା ଉଚିତ୍ ନୁହେଁ।
କ’ଣ ଖାଇବା ଉଚିତ :
ଏହି ମାସରେ ମୂଳା ଖାଇବା ଉଚିତ୍। ମୂଳା ଖାଇବା ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ମାସରେ, ଦୁଗ୍ଧ, କ୍ଷୀରି, ଶୁଖିଲା ଖୁଆ ଭଳି ଉତ୍ତମ ଖାଦ୍ୟ ଖାଇବା ଉଚିତ୍।
କ’ଣ ଖାଇବା ଉଚିତ୍ ନୁହେଁ :
- କାର୍ତ୍ତିକ ମାସରେ ଏହି ପାଞ୍ଚଟି ଜିନିଷ ଖାଇବା ନିଷେଧ। ଯଥା 1. ମାଛ, 2. ବାଇଗଣ, 3. ଦହି, 4. କଲରା ଏବଂ 5. ଜିରା । ଏହା ବ୍ୟତୀତ ଚଣା, ମଟର, ସୋରିଷ, ଚଲା, ପିଆଜ, ରସୁଣ, ମଦ୍ୟପାନ, ମାଂସ ଇତ୍ୟାଦି ମଧ୍ୟ ନିଷେଧ।
- ପୁରାଣ ଅନୁଯାୟୀ, କାର୍ତ୍ତିକ ମାସରେ ବିଷ୍ଣୁ ପାଣିରେ ବାସ କରନ୍ତି, ତେଣୁ ମାଛ ଖାଇବା ଉଚିତ ନୁହେଁ। ଏବଂ ବୈଜ୍ଞାନିକ କାରଣ ଅନୁଯାୟୀ, ଏହି ମାସରେ ଯେତେବେଳେ ଥଣ୍ଡା ଆରମ୍ଭ ହୋଇଥାଏ ମାଛ ମାନଙ୍କୁ ଚିକେନ୍ ପକ୍ସ୍ ରୋଗ ହୋଇଥାଏ। ତେଣୁ ଏହି ମାସରେ ମାଛ ଖାଇବା ଉଚିତ ନୁହେଁ।
- ଏହି ମାସରେ ମାଂସ ଖାଇବାକୁ ମଧ୍ୟ ମନା କରାଯାଏ। କାରଣ ଏହି ଋତୁ କୁକୁଡ଼ା, ଛେଳି, ମେଣ୍ଢା ମାନଙ୍କ ପ୍ରଜନନ ର ସମୟ ଏବଂ ପଶୁ ପକ୍ଷୀ ମାନଙ୍କ ପ୍ରଜନନ ସମୟରେ ସେମାନଙ୍କୁ ଖାଇବା ଦ୍ଵାରା ଆମ ଶରୀରରେ ଅନେକ ରୋଗ ହୋଇଥାଏ।
- ବାଇଗଣ ଖାଇବା ଦ୍ଵାରା ପିତ୍ତ ଦୋସା ବଢ଼ିଥାଏ।
- ଦହି ଖାଇବା ପିଲାଙ୍କ ପାଇଁ ଶୁଭ ବୋଲି ବିବେଚନା କରାଯାଏ ନାହିଁ।
- କଲରା ରେ ଦେଖାଯାଉନଥିବା କୀଟ ସଂଖ୍ୟା ବଢିଯାଇଥାଏ।
- ଜିରା ଥଣ୍ଡା ପ୍ରଭାବ ପକାଇଥାଏ ଏବଂ ଥଣ୍ଡା ଆରମ୍ଭରେ ଏହାକୁ ଖାଇବା କ୍ଷତିକାରକ।