ସଂସ୍କାର : ପାଖାପାଖି ୧୫ ଦିନରୁ ଅଧିକ ଦିନ ବିତିଗଲାଣି। ହେଲେ ସୌମ୍ୟଙ୍କର ଆତ୍ମହତ୍ୟା ଘଟଣାକୁ ନେଇ ପୋଲିସ ହାତ ଉପରେ ହାତ ବାନ୍ଧି ବସିଛି। ଭୁବନେଶ୍ୱରର ଯୁବ ବ୍ୟବସାୟୀ ତଥା ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କର ଆତ୍ମହତ୍ୟା ଘଟଣାର ଦୋଷୀ ହେଉଛନ୍ତି ତାଙ୍କର ବାନ୍ଧିବୀ ସୋନାଲି ନନ୍ଦ। ସୋନାଲିଙ୍କ ସପକ୍ଷରେ ସବୁ ପ୍ରମାଣ ଥିଲେ ମଧ୍ୟ ପୋଲିସ କାହିଁକି ଏପର୍ଯ୍ୟନ୍ତ ସୋନାଲିଙ୍କୁ ଗିରଫ କରି ନାହିଁ ତାକୁ ନେଇ ଆଲୋଚନା ଜୋର ଧରିଛି।
ସୌମ୍ୟ ଆତ୍ମହତ୍ୟା କରିବା ପଛରେ ତାଙ୍କ ପ୍ରେମିକାଙ୍କର ହସ୍ତକ୍ଷେପ ରହିଛି ବୋଲି ସୌମ୍ୟ ନିଜର ସୁଇସାଇଡ ନୋଟରେ ଉଲେଖ୍ୟ କରିଥିଲେ। ହେଲେ ସବୁ ଜାଣି ବି ଘଟଣାରେ ନିରବଦ୍ରଷ୍ଟା ସାଜିଛି ପୋଲିସ। ତେବେ ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଏହି କ୍ରମରେ ବର୍ତ୍ତମାନ ଏହି ଦୁଇଙ୍କର ଶେଷ WhatsApp ମେସେଜର୍ ଏକ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଆତ୍ମହତ୍ୟା କରିବା ପୂର୍ବରୁ ସୌମ୍ୟ ନିଜ ପ୍ରେମିକା ସୋନାଲିଙ୍କୁ ଶେଷ ଥର ପାଇଁ WhatsApp ମେସେଜ୍ ପଠାଇ ଥିଲେ। ରାତି ପ୍ରାୟ ୧୦ଟାରୁ ଭୋର ୩ଟା ପର୍ଯ୍ୟନ୍ତ ସୋନାଲିଙ୍କୁ ବାରମ୍ବାର ମେସେଜ ପରେ ମେସେଜ ଆଉ କଲ୍ ପରେ କଲ୍ କରୁଥିଲେ ସୌମ୍ୟ। ଯେଉଁଥିରେ ସୌମ୍ୟ ବାରମ୍ବାର ସୋନାଲିଙ୍କୁ କ୍ଷମା ମାଗୁଥିବାର ଦେଖା ଯାଇଛି। ସୋମ୍ୟ WhatsApp ମେସେଜରେ ଲେଖିଥିଲେ-‘କିଛି କହିବାର ଅଛି । ମିସଅଣ୍ଡରଷ୍ଟାଣ୍ଡିଙ୍ଗ ରଖନି। ଚିଡେଇଲି ତମେ ସାରସ୍ଵତ ସହ କଥା ହଉଚ ? ଆଉ ଟିକେ ରାଗିବୁ ବୋଲି ଯେମିତି ମୁଁ ଚିଡାଏ’।
ସୌମ୍ୟ ଆହୁରି ମଧ୍ୟ ଲେଖିଛନ୍ତି-‘ତମେ ସରି କହିବା ପାଇଁ ଫୋନ କରିବ ଆଉ ମୁଁ ଏମିତି ? ଏଇଟା ଠିକ ଭାବୁଛ ? ଖାଇକି ମେଡ଼ିସିନ ଖାଅ ଆଣ୍ଡ କଲ୍ କର ଟିକେ। ମିସଅଣ୍ଡରଷ୍ଟାଣ୍ଡିଙ୍ଗ ରଖନି । ସାରସ୍ଵତ ସହ କଥା ହେଲ ପଚାରିଲି ବୋଲି ରାଗିଲ । ସରି କହିବାର ଅଛି ଦେନ୍ ପୁଣି ପଚାରିଲି ସାରସ୍ଵତ ସହ କଥା ହେଉଛ ଦେନ୍ ଚିଡେଇଲି ଟିକେ ମୁଡ୍ ଠିକ ହେଇଯିବ ବୋଲି । ଆଇ ଆମ ସରି ସୋନାଲି ମୋର ଯାହା ହେବ ତୁମେ ଦାୟୀ’ ।
ଫୋନ ଉଠାଅ ଲାଷ୍ଟ ୱାର୍ଡ ଶୁଣ ମୁଁ ଚାଲିଲି’ । ତା ପରେ ସୌମ୍ୟ ଆତ୍ମହତ୍ୟା କରିଦେଲେ ବୋଲି ଜଣାପଡିଛି। ବନ୍ଧୁଗଣ ଏହି ମାମଲାର ଅଧିକାଂଶ ତଥ୍ୟ ପ୍ରମାଣ ସୋନାଲିଙ୍କ ବିରୋଧରେ ରହିଛି। ତେବେ ବର୍ତ୍ତମାନ ସୌମ୍ୟଙ୍କର ପରିବାର ନ୍ୟାୟ ପାଇବା ପାଇଁ ପୋଲିସର ଦ୍ୱାରସ୍ଥ ହୋଇଥିବା ବେଳେ, ପୋଲିସ ମାତ୍ର ଚୁପ ବସିଛି।
ଦେଖନ୍ତୁ ଫୋଟ :