ନାରୀମାନଙ୍କର କେଉଁ ଆଖି ଡେଇଁଲେ, କଣ କହୁଛି ଶାସ୍ତ୍ର, ପଢ଼ନ୍ତୁ ରିପୋର୍ଟ..

ସଂସ୍କାର : ମଣିଷର ଅଙ୍ଗ ଡେଇଁବା ବୈଜ୍ଞାନିକ କାରଣ ବୋଲି କୁହାଯାଇଥାଏ। କିନ୍ତୁ ସାମୁଦ୍ରିକ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାର ଗଭୀର ଅର୍ଥ ରହିଛି। ଅଙ୍ଗ ଡେଇଁବା ଭବିଷ୍ୟତରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାକୁ ସଂକେତ ଦେଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଅଙ୍ଗ ଡେଇଁବା ଅଲଗା ଅଲଗା ଅର୍ଥ ରହିଥାଏ।

ମହିଳା ମାନଙ୍କର ଡାହାଣ ଆଖି ଡେଇଁବାର କାରଣ :

ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କର ଡାହାଣ ଆଖି ଡେଇଁବା ଶୁଭ ନୁହେଁ। ତେବେ ଯଦି କୌଣସି ପୁରୁଷଙ୍କର ଡାହାଣ ଆଖି ଡେଇଁବ ତାହା ଶୁଭ ଅଟେ। ଯଦି ପୁରୁଷ ମାନଙ୍କର ଡାହାଣ ଆଖି ଡେଇଁବ ତେବେ ଘରକୁ ଧନ ଲାଭ ସଂକେତ ମିଳିଥାଏ। ତେବେ ଆସନ୍ତୁ ଜାଣିବା ମହିଳାଙ୍କର ଡାହାଣ ଆଖି ଡେଇଁଲେ କଣ ସବୁ ଅସୁବିଧା ହୁଏ।

୧) ଧନ ହାନି ହୋଇଥାଏ।

୨) କୌଣସି ବିପଦ ଆସିବାର ସଂକେତ ଅଟେ।

୩) ଘରେ କାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

୪) ଅପଯଶ ପ୍ରାପ୍ତି ହୋଇଥାଏ।

୫) କୌଣସି ବଡ ବିପଦ ଆସିବାର ସଂକେତ ଅଟେ।

ମହିଳା ମାନଙ୍କ ପାଇଁ କେଉଁ ଆଖି ଡେଇଁବା ଶୁଭ :

ମହିଳା ମାନଙ୍କର ଯଦି ବାମ ଆଖି ଡ଼େଇଁଥାଏ ତେବେ ଶୁଭ ଅଟେ l ଏହାର ଅର୍ଥ ଆସୁଥିବା ସମୟରେ କିଛି ଭଲ ଘଟଣା ଘଟିପାରେ l

୧) ମହିଳାଙ୍କ ବାମ ଆଖି ଡେଇଁବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହୁଏ।

୨) ଘରର ଉନ୍ନତି ହୋଇଥାଏ।

୩) କୌଣସି ଅଧୁରା କାର୍ଯ୍ୟ ପୁରଣ ହୋଇଥାଏ।

୪) ଘରେ କୌଣସି ଶୁଭ ଖବର ଆସିଥାଏ।

Leave a Reply

Your email address will not be published. Required fields are marked *