ସଂସ୍କାର: ରେଡ୍ ହେବାର ଜାଣିପାରି ଲାଞ୍ଚ ଟଙ୍କା ନେଇ ଫେରାର ହେଉଯାଉଥିବାବେଳେ ଧରାପଡ଼ିଲେ ରେଞ୍ଜର ବାବୁ। କିନ୍ତୁ ଚୋର ଦୌଡ଼ି ଦୌଡ଼ି କେତେ ଦୂର ଯିବ। ପାଖାପାଖି ଗୋଟିଏ କିଲୋମିଟର ଭିଜିଲାନ୍ସ ଟିମକୁ ଦୌଡାଇଲେ ସରକାରୀ ରେଞ୍ଜର ବାବୁ।
ଏହିଭଳି ଏକ ଘଟଣା ଘଟିଛି ଆସାମରେ। ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ହେଉଥିବା ଭ୍ର୍ରଷ୍ଟାଚାର ରୋକିବା ପାଇଁ ଭ୍ରଷ୍ଟାଚାର ନିରୋଧକ ନିର୍ଦ୍ଦେଶାଳୟ ଦ୍ୱାରା ଅଭିଯାନ “ଜିରୋ” ଚାଲୁଥିବା ଜଣାପଡ଼ିଛି। ଗତ ବୁଧବାର ଟିମ କଛାର ଜିଲ୍ଲାର ଲକ୍ଷୀପୁର ୱାନ ମଣ୍ଡଳ ରେଞ୍ଜକୁ ଲାଞ୍ଚ ପଇସା ସହିତ ଅଭିଯୁକ୍ତ ଅଫିସରକୁ ଗିରଫ କରିଛି ।
ରେଡ଼ ହେବାର ଜାଣିପାରି ରେଞ୍ଜର ନିଜ ଅଫିସରୁ ଟଙ୍କା ନେଇ ଫେରାର ହେଉଯାଉଥିବାବେଳେ ଭିଜିଲାନ୍ସ ଟିମ ପିଛା କରି ତାକୁ ଧରିଥିଲା । ଆସାମର କଛାର ଜିଲ୍ଲା ଲକ୍ଷୀପୁର ୱାନ ମଣ୍ଡଳରେ ପଦସ୍ଥ ରେଞ୍ଜର ଦେବବ୍ରତ ଗୋଗୋଇଙ୍କ ବିରୋଧରେ ଏକ ସଂଶୋଧନ କାର୍ଯ୍ୟ ପାଇଁ ଲାଞ୍ଚ ଦୀର୍ଘ ସମୟ ଧରି ନେଉଆସୁଥିବାର ଅଭିଯୋଗ ହେଉଥିଲା ।
ରେଞ୍ଜରକୁ ଘଟଣାସ୍ଥଳରେ ଧରିବା ପାଇଁ ଗୁପ୍ତ ସୂଚନା ଆଧାରରେ ସତର୍କତା ଓ ଭ୍ରଷ୍ଟାଚାର ନିରୋଧକ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟ ଉପରେ ରେଡ ମାରିଥିଲେ ।
ରେଡ୍ ହେବାର ଜାଣିପାରି ରେଞ୍ଜର ଜଣକ ଟଙ୍କା ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ । ପାଖାପାଖି ୧ କିମି ପିଛା କରିବା ପରେ ବାବୁଙ୍କୁ ଭିଜିଲାନ୍ସ ଟିମ ଧରିଥିଲେ।