ଯୁବତୀଙ୍କୁ ଲିଫ୍ଟ ଦେଇ ଫସିଗଲେ ଯୁବକ, ଗୋଡ଼ ଧରି କାକୁତି ମିନତୀ ପରେ ଯୁବତୀ କଲେ କ୍ଷମା

ସଂସ୍କାର: ଆପଣ ବାଇକ କିମ୍ବା କାର ଯାଉଥିବା ବ୍ୟକ୍ତିମାନଙ୍କୁ କେବେ ନା କେବେ ଲିଫ୍ଟ ମାଗିଥିବେ ନିଶ୍ଚିତ। କିନ୍ତୁ ହୋଇଯାଆନ୍ତୁ ସାବଧାନ । ବର୍ତ୍ତମାନ ଏମିତି ଏକ ଖବର ରାଜ୍ୟରେ ଚର୍ଚ୍ଚା ହେଉଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଖବରଟି ଆସିଛି ଜମନକିରା ବ୍ଲକରୁ। ଏହି ବ୍ଲକର ଏକ ନିର୍ଦ୍ଦିଷ୍ଟ ପଂଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ (ଜିଆରଏସ) ଜଣେ ଯୁବତୀଙ୍କୁ ଲିଫ୍ଟ ଦେଇଥିଲେ। ଯାହା ପରବର୍ତ୍ତୀ ସମୟରେ ତାଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି।

ସେ ଏମିତି କିଛି ଭୁଲ କରିଥିଲେ , ଯାହା ପରବର୍ତୀ ସମୟରେ ସେ ଉକ୍ତ ଯୁବତୀଙ୍କୁ ଗୋଡ଼ ଧରି କ୍ଷମା ମାଗିବା ପର୍ଯ୍ୟନ୍ତ ଗଲା। ଯୁବକ ଜଣକ କାକୁତି ମିନତି ହୋଇ ଗୋଡ଼ ହାତ ଧରି କ୍ଷମା ମାଗିବା ପରେ ଯୁବତୀ ନିଜ ଅଭିଯୋଗକୁ ପୋଲିସ ଥାନାରୁ ଫେରାଇ ନେଇଥିଲେ।

ତେବେ ଆସନ୍ତୁ ଜାଣିବା ଘଟଣା କଣ ଥିଲା। ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ କୌଣସି କାମରେ ଜିଆର୍‌ଏସ ଯାଉଥିବା ବେଳେ ରାସ୍ତା ପାର୍ଶ୍ଵରେ ଠିଆ ହୋଇଥିବା ଜଣେ ପ୍ରାପ୍ତ ବୟସ୍କା ଯୁବତୀ ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ। ଜିଆର୍‌ଏସ୍‌ ମଧ୍ୟ ମନା ନ କରି ଲିଫ୍ଟ ଦେଇଥିଲେ।

ତେବେ ଅଧା ରାସ୍ତା ଯିବା ପରେ ଉକ୍ତ ଯୁବତୀଙ୍କୁ ମୋର ସଠିକ୍ ପରିଚୟ କିଛି ନ ଜାଣି କାହିଁକି ଲିଫ୍ଟ ମାଗିଲ ବୋଲି ଜିଆର୍‌ଏସ୍‌ ଜଣକ ପ୍ରଶ୍ନ କରିଥିଲେ।ଯୁବକ ଜଣକ ଆହୁରି ବି କହିଥିଲେ ଯେ, ମୁଁ ଯଦି କିଛି ଭୁଲ କରି ବସେ ନିଛାଟିଆ ଜାଗା ପୁଣି କିଟିମିଟି ଅନ୍ଧାର ରାତିରେ ତୁମେ କାହାକୁ କହିଥିଲେ। ଯାହା ଯୁବତୀ ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଏଭଳି କଥା ଶୁଣି ଯୁବତୀ ଅତ୍ୟନ୍ତ ଭୟଭୀତ ହୋଇ ଯିବା ସହ ଜିଆର୍‌ଏସ୍‌ ଚଳାଉ ଥିବା ବାଇକ୍ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଯୁବତୀ ତଳେ ପଡ଼ି ଆହତ ହୋଇଥିଲେ। ତାଙ୍କୁ କିଏ କିଭଳି ଉଦ୍ଧାର କଲେ କିଛି ଜଣା ପଡ଼ି ନାହିଁ। ତାଙ୍କୁ ଆହତ ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନାରୁ ଏମ୍ଏଲ୍‌ସି ରିପୋର୍ଟ ଆଧାରରେ ଜମନକିରା ପୁଲିସ୍ ଉକ୍ତ ଜିଆର୍‌ଏସ୍‌ଙ୍କୁ ଘରୁ ଧରି ନେଇଥିଲା। ଯୁବତୀ ଓ ଜିଆର୍‌ଏସ୍‌ଙ୍କୁ ପୋଲିସ୍ ପଚରାଉଚରା ପରେ ମାମଲା ଆପୋସ ସମାଧାନ କରାଯାଇଥିଲା। ଜିଆର୍‌ଏସ୍‌ ଜଣକ ଗୋଡ଼ ଧରି କ୍ଷମା ମାଗିବା ପରେ ଯୁବତୀ ନିଜ ଅଭିଯୋଗ ଫେରାଇ ନେଇଛନ୍ତି।

Leave a Reply

Your email address will not be published. Required fields are marked *