ସଂସ୍କାର : ମାଇଣ୍ଡଗେମ ଭଳି ଅନେକ ଗେମ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି । ସୋସିଆଲ ମିଡ଼ିଆରେ ଦର୍ଶକଙ୍କୁ ଏହି ପହେଲିର ସମାଧାନ କରିବାକୁ ମଧ୍ୟ ବେଶ୍ ପସନ୍ଦ ଆସୁଥିବା ଜଣାପଡ଼ୁଛି । କିନ୍ତୁ ଏକ ଚିତ୍ର ଲୋକମାନଙ୍କର ମୁଣ୍ଡକୁ ଆହୁରି ଭ୍ରମିତ କରିଛି ।
ଏହି ଚିତ୍ର ଶେୟାର କରିଥିବା ଲୋକଜଣଙ୍କ ଦାବି କରିଛନ୍ତି ଯେ. ଏହି ଅପଟିକାଲ ଇଲ୍ୟୁସନରେ ବିଲେଇ ଓ ହରିଣ ନଜର ନିହାତି ଭାବେ ଆସିବେ। କିନ୍ତୁ ଅନ୍ୟମାନେ ଦେଖିଲେ ଏଥିରେ କେବଳ ଅଙ୍କାବଙ୍କା ଗାର ଦେଖାଯିବ । ଏହି ଫଟୋକୁ ଏପର୍ଯ୍ୟନ୍ତ ଅନେକ ଲାଇକସ ଓ ଅନେକ ରିଟୁଇଟ ମିଳିଛି ।
ଏହି ଚିତ୍ର ଶେୟାର କରିଥିବା ଲୋକ ଜଣକ କହିଛନ୍ତି ଯେ, ଏହା ଦେଖୁଥିବା ବ୍ୟକ୍ତିର ମସ୍ତିଷ୍କ ଉପରେ ନିର୍ଭର କରେ କିଭଳି ଭାବରେ ଚିତ୍ରକୁ ଦେଖିଛନ୍ତି। ଏହି ପାର୍ଟନରେ ଗୋଟିଏ ବିଲେଇ ଓ ପୁଣି ଗୋଟିଏ ମୂଷା ମଧ୍ୟ ଦେଖିବାକୁ ମିଳିବ । ସବୁଠାରୁ ଗୁରୁତ୍ୱ କଥା ଯେ ଆପଣମାନଙ୍କୁ ଯେଉଁ ପଶୁ ନଜର ଆସିବେ ସେହି ପଶୁଗୁଡ଼ିକ ଏହି ଚିତ୍ରର ଅର୍ନ୍ତଭୁକ୍ତ ନୁହଁନ୍ତି ।