କରୋନାର ଦ୍ଵିତୀୟ ତରଙ୍ଗରେ ଅସ୍ତବ୍ୟସ୍ତ ସାରା ଦେଶ । ଏ ସମୟରେ ବାରମ୍ବାର ସରକାର ପରାମର୍ଶ ଦେଇ ଆସୁଛନ୍ତି ଯେ ଟିକା ନେଲାପରେ ବି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଦୁଇ ନିୟମକୁ ପାଳନ କର । ହେଲେ କେମିତି ଜାଣିବା କେଉଁ ମାସ୍କ ଆମକୁ କେତେ ସୁରକ୍ଷା ଦେବ ? କିଏ କହିଲାଣି କପଡ଼ା ମାସ୍କ ପିନ୍ଧିବାକୁ ତ କେହି କେହି ପରାମର୍ଶ ଦେଉଛନ୍ତି N95 ମାସ୍କ ପରିଧାନ କରିବାକୁ ।
ମିଳିଥିବା ସୂଚନା ଅନୁସାରେ ବିଶ୍ୱର ଜଣେ ପ୍ରତିଷ୍ଠିତ ଡାକ୍ତରଙ୍କ କହିନୁଯାୟୀ କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ହେଲେ ବର୍ତ୍ତମାନ ସ୍ଥିତିରେ N95 ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି । ବିନା ମାସ୍କରେ ଏ ଅଦୃଶ୍ୟ ଶତ୍ରୁ କରୋନା ଭାଇରସ ସହିତ ଲଢିବା ମୁର୍ଖାମୀ । ଏମିତିକି ଗୋଟିଏ ମାସ୍କ ବଦଳରେ ୨ ଟି ମାସ୍କ ବ୍ୟବହାର କରିବା ଏବଂ ୟୁଜ୍ ଆଣ୍ଡ୍ ଥ୍ରୋ ମାସ୍କ ବ୍ୟବହାରକୁ ଗୁରୁତ୍ଵ ଦେଇଛନ୍ତି । ଡାକ୍ତରଙ୍କ କହିବାନୁସାରେ ପ୍ରତି ୫ ଘଣ୍ଟାରେ ମଧ୍ୟ ନିଜର ମାସ୍କ ପରିବର୍ତ୍ତନ କରାଯାଇପାରିବ । କିନ୍ତୁ କୌଣସି ପରିସ୍ଥିତିରେ ବି ୨୪ ଘଣ୍ଟାରୁ ଅଧିକ ଲଗାତାର ଗୋଟିଏ ମାସ୍କକୁ ବ୍ୟବହାର କରନ୍ତୁ ନାହିଁ ବୋଲି ସେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି । ଆଉ ଯଦି କପଡ଼ା ମାସ୍କ ପିନ୍ଧୁଥାଆନ୍ତି ତେବେ ତାକୁ ଭଲ ଭାବରେ ସଫା କରିବା ପରେ ହିଁ ପରବର୍ତ୍ତୀ ବ୍ୟବହାର କରନ୍ତୁ ।

ଅନ୍ୟପକ୍ଷରେ ଆଉ ଜଣେ ପ୍ରସିଦ୍ଧ ଡାକ୍ତର କହିଛନ୍ତି ଯେ ଯଦି କୌଣସି ପାର୍କ, ଧର୍ମାନୁଷ୍ଠାନ କିମ୍ବା ମାର୍କେଟ୍ ଯାଉଛନ୍ତି ତେବେ ପରସ୍ପରଠାରୁ ଅତି କମ୍ରେ ୬ ଫୁଟ୍ ଦୂରତା ରକ୍ଷା କରିବା ବିଧେୟ । ଏମିତି କଲେ ଆଉ ମାସ୍କ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଏବେ ପବନରେ କରୋନା ଭାଇରସ ବ୍ୟାପୁଥିବା ଖବର ମିଳିଛି, ଫଳରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ତେବେ ସାଧାରଣ କପଡ଼ା ମାସ୍କ ପରି ପରବର୍ତ୍ତୀ ବ୍ୟବହାର ପାଇଁ ଆପଣଙ୍କୁ N95 ମାସ୍କକୁ ମଧ୍ୟ ସଫା କରିବାକୁ ହେବ ।