ଶ୍ରୀମନ୍ଦିର ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଆବଶ୍ୟକ ନାହିଁ ଏହି ପ୍ରଣାମପତ୍ର…ଜାଣନ୍ତୁ କଣ ?

ସଂସ୍କାର : କରୋନା ସଂକ୍ରମଣ ମାମଲା ହ୍ରାସ ପରେ ଭକ୍ତଙ୍କ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ କଟକଣାମୁକ୍ତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛନ୍ତି। ଏଣିକି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ କୋଭିଡ୍ ଟିକା ପ୍ରମାଣପତ୍ରର ଆବଶ୍ୟକତା ନଥିବାବେଳେ କେବଳ ମନ୍ଦିର ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ରହିଛି।

ଏହାସହିତ ବରିଷ୍ଠ ନାଗରିକଙ୍କ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ରହିବ ଓ ସମସ୍ତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପାନୀୟ ଜଳର ବନ୍ଦୋବସ୍ତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହି ନୂଆ ଗାଇଡଲାଇନ୍ ଆସନ୍ତା ୨୧ତାରିଖରୁ କାର୍ଯ୍ୟକ୍ଷମ ହେବ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଜାରି ଏସଓପି ଅନୁସାରେ, ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଏଣିକି ଆଉ କୋଭିଡ୍ ଟିକା ସାର୍ଟଫିକେଟ୍ କିମ୍ବା ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ନାହିଁ । ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ଭଳି କୋଭିଡ୍ ନିୟମକୁ ମାନିବା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି ।

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ସାନିଟାଇଜେସନ୍ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବନ୍ଦ ରଖାଯିବ ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ରହିବ । ଅନ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ି ତୁଳନାରେ ଏହି ବରିଷ୍ଠ ନାଗରିକଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରାଥମିକତା ମିଳିବ । ଏନେଇ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଗାଇଡଲାଇନ୍ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେବ ।

ଏସବୁ ବ୍ୟତୀତ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେଉଥିବାରୁ ସେମାନଙ୍କ ନିମନ୍ତେ ପାନୀୟ ଜଳର ବନ୍ଦୋବସ୍ତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସଓପିରେ ଉଲ୍ଲେଖ ରହିଛି ।

Leave a Reply

Your email address will not be published. Required fields are marked *