କିଏ ଏହି ବ୍ୟକ୍ତି ? ଯାହା ସହିତ ମୋଦି କଥା ହେଲେ ଅଧେ ଘଣ୍ଟେ

ସଂସ୍କାର ବ୍ୟୁରୋ (୧୧/୦୭) :- ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭିଏତନାମର ନୂତନ ପ୍ରଧାନମନ୍ତ୍ରୀ ଫାମ୍ ମିନି ଚିନ୍ ଙ୍କ ସହ ଫୋନ୍ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି।

ଭିଏତନାମର ନୂତନ ପ୍ରଧାନମନ୍ତ୍ରୀ ଫାମ୍ ମିନି ଚିନ୍ ଙ୍କ ନେତୃତ୍ୱରେ ଭାରତ ଓ ଭିଏତନାମର ସମ୍ପର୍କ ଆହୁରି ମଜବୁତ ହେବ ବୋଲି ମୋଦି, ଫାମ୍ ମିନି ଚିନ୍ ଆତ୍ମବିଶ୍ବାସ ବୃଦ୍ଧି କରିଛନ୍ତି।

ଅନ୍ୟପଟେ ଭିଏତନାମର ନୂତନ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯେ, ଭାରତ ମହାସାଗର ର ସମସ୍ତ ଅଞ୍ଚଳ ସଭିଙ୍କ ପାଇଁ ଖୋଲା ରହୁ , ଏବଂ ଏଠାରେ ଶାନ୍ତିପୂର୍ଣ୍ଣ ଭାବରେ ଦୁଇ ଦେଶ ନିୟମ ପାଳନ କରନ୍ତୁ। ତେବେ ଭିଏତନାମର ନୂତନ ପ୍ରଧାନମନ୍ତ୍ରୀ ଫାମ୍ ମିନି ଚିନ୍ ଙ୍କ ଏହି ଚିନ୍ତାଧାରାକୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ସ୍ୱାଗତ କରିଛନ୍ତି।

ଫାମ୍ ମିନି ଚିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଏବଂ ଭିଏତନାମ ମଧ୍ୟରେ ବିସ୍ତୃତ ରଣନୀତି ଭାଗିଦାରୀ ରହିବା ସହିତ କିଭଳି ସ୍ଥିରତା, ପ୍ରଗତି ଏବଂ ବିକାଶ ପଥରେ ଏହି ଦୁଇ ଦେଶ ପ୍ରମୁଖ ଭୂମିକା ଗ୍ରହଣ କରିବେ।

ସେହିପରି କରୋନାର ଦ୍ୱିତୀୟ ଲହର ସମୟରେ ଭିଏତନାମ ସରକାର ଏବଂ ଭିଏତନାମ ର ଲୋକସମୂହ ଭାରତକୁ ଦେଇଥିବା ସହାୟତା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଭିଏତନାମର ପ୍ରଧାନମନ୍ତ୍ରୀ ଫାମ୍ ମିନି ଚିନ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ଏଠାରେ ଆମେ ଆପଣଙ୍କୁ ମନେ ପକାଇଦେବାକୁ ଯେ, ଭିଏତନାମର ପ୍ରଧାନମନ୍ତ୍ରୀ ଫାମ୍ ମିନି ଚିନ୍ ଚଳିତ ବର୍ଷର ଏପ୍ରିଲରେ ଭିଏତନାମର ଅଷ୍ଟମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ଅନ୍ୟପଟେ ଆସନ୍ତା ବର୍ଷ ଭାରତ ଏବଂ ଭିଏତନାମ ମଧ୍ୟରେ ରାଜନୀତିକ ରଣନୀତି ସମ୍ପର୍କର 50 ବର୍ଷ ପୂରଣ ହେବ | ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଫାମ୍ ମିନି ଚିନ୍ ଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି।

Leave a Reply

Your email address will not be published. Required fields are marked *