ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଯେଉଁମାନେ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଉଛନ୍ତି ସେମାନେ ସୁସ୍ଥ ରୁହନ୍ତି ଏବଂ ସେମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ୍ ରୋଗ ସହ ଲଢିବା କ୍ଷମତା ମଧ୍ୟ ବଳବତ୍ତର ରହେ । ଆହୁରି ମଧ୍ୟ ଏପରି ଲୋକମାନଙ୍କର ସଂକ୍ରାମକ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ଥାଏ । ତେଣୁ ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ପ୍ରତିଦିନ ଘରୁ ପ୍ରସ୍ତୁତ ତାଜା ଜିନିଷ ଖାଆନ୍ତୁ ଏବଂ ଯଥାସମ୍ଭବ ପ୍ରସେସଡ ଖାଦ୍ୟକୁ ନିଜ ଖାଦ୍ୟରୁ ସମ୍ପୂର୍ଣ୍ଣରୂପେ ଦୂରେଇ ଦିଅନ୍ତୁ । ବର୍ତ୍ତମାନ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆପଣ କ’ଣ ଖାଇବା ଉଚିତ ଏବଂ କ’ଣ ଖାଇବା ଉଚିତ ନୁହେଁ ସେ ସମ୍ବନ୍ଧରେ କିଛି ନିର୍ଦ୍ଦେଶାବଳୀ ଜାରି କରିଛି WHO ।
ଲୁଣ ବିନା ଖାଇବା ଭଲ ଲାଗେ ନାହିଁ, କିନ୍ତୁ ଅଧିକ ଲୁଣ ଆପଣଙ୍କୁ ଅସୁସ୍ଥ କରିପାରେ । ତେଣୁ ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଆନ୍ତୁ ନାହିଁ । ଖାଦ୍ୟରେ ଲୁଣ ମିଶାଇବା ବ୍ୟତୀତ, ଆମେ ଦିନସାରା ଅନେକ ଲୁଣିଆ ଜିନିଷ ମଧ୍ୟ ଖାଇଥାଉ, ତେଣୁ ଏହାକୁ ମଧ୍ୟ ଧ୍ୟାନରେ ରଖନ୍ତୁ । ଏହାବ୍ୟତୀତ ଅତ୍ୟଧିକ ମିଠା ଖାଇବା ଦ୍ୱାରା ଅନେକ ରୋଗ ମଧ୍ୟ ହୋଇପାରେ । ତେଣୁ ଚିନି ପାନୀୟ, ରସ, ଥଣ୍ଡା ପାନୀୟ ଇତ୍ୟାଦି ବ୍ୟତୀତ ମିଠା ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ବର୍ତ୍ତମାନ ସମୟରେ ଆମେ ଅଧିକ ପାଣି ପିଇବା ଏବଂ ଅଧିକ ତରଳ ଖାଦ୍ୟ ଗ୍ରହଣ କରିବା ଉଚିତ୍ । ଏହା କରିବା ଦ୍ୱାରା ରକ୍ତ ଶରୀରରେ ଥିବା ପୋଷକ ତତ୍ତ୍ୱକୁ ପ୍ରତ୍ୟେକ ଅଙ୍ଗକୁ ବହନ କରିବାକୁ ସକ୍ଷମ ହୋଇଥାଏ ଏବଂ ସେହି ସମୟରେ ଏହା ଶରୀରରେ ଗଚ୍ଛିତ ଥିବା ବିଷାକ୍ତ ପଦାର୍ଥକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଶରୀରର ତାପମାତ୍ରା ମଧ୍ୟ ପାନୀୟ ଜଳ ଦ୍ୱାରା ନିୟନ୍ତ୍ରଣରେ ରହିଥାଏ ।
ସେଉ, କଦଳୀ, ପିଜୁଳି, ଷ୍ଟ୍ରବେରି, ମୌସମ୍ବି, ଅମୃତଭଣ୍ଡା, କମଳା – ଏସବୁ ଏମିତି କିଛି ଫଳ ଯାହାକୁ ଆପଣ ପ୍ରତିଦିନ ଖାଇବା ଉଚିତ୍ । ଏହାବ୍ୟତୀତ ସବୁଜ କ୍ୟାପସିକମ୍, ରସୁଣ, ଅଦା, ଲେମ୍ବୁ, ଧନିଆ ପତ୍ର, ବ୍ରୋକୋଲି, ସବୁଜ ଲଙ୍କା – ଏହି ପନିପରିବାଗୁଡ଼ିକୁ ମଧ୍ୟ ଆପଣଙ୍କର ଦୈନିକ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ।
ଏହା ବ୍ୟତୀତ ଯଦି ଆପଣ ଚାହାଁନ୍ତି, ଆପଣ ସପ୍ତାହରେ ଦୁଇ କିମ୍ବା ତିନି ଥର ମାଂସ ଖାଇପାରିବେ ଏବଂ ଆପଣ ଚିକେନ୍, ଅଣ୍ଡା ଖାଇପାରିବେ-ମାଂସ ହାରୀ ଖାଦ୍ୟରେ ମଧ୍ୟ ପ୍ରୋଟିନ୍ ଭରପୂର ମାତ୍ରାରେ ଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ହୋଇଥାଏ।
ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଖାଦ୍ୟ କିପରି ରାନ୍ଧିବେ।
- ଖାଇବା ପୂର୍ବରୁ ଫଳ ଏବଂ ପନିପରିବା ଭଲ ଭାବରେ ଧୋଇ ଦିଅନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ କିଛି ସମୟ ଗରମ ପାଣିରେ ମଧ୍ୟ ଛାଡି ପାରିବେ।
2. ରନ୍ଧା ଖାଦ୍ୟ ଏବଂ କଞ୍ଚା ଖାଦ୍ୟକୁ ପୃଥକ ଭାବରେ ରଖନ୍ତୁ ଯାହା ଦ୍ୱାରା କଞ୍ଚା ଖାଦ୍ୟରେ ଥିବା ଜୀବାଣୁ ରନ୍ଧା ଖାଦ୍ୟରେ ପହଞ୍ଚିବ ନାହିଁ।
3. ରନ୍ଧା ଏବଂ କଞ୍ଚା ଖାଦ୍ୟ ପାଇଁ ବିଭିନ୍ନ ବାସନ ଏବଂ କଟା ବୋର୍ଡ ବ୍ୟବହାର କରନ୍ତୁ ।
4. ପନିପରିବାକୁ ଅତ୍ୟାଧିକ ସମୟ ପର୍ଯ୍ୟନ୍ତ ସିଝାନ୍ତୁ ନାହିଁ, ନଚେତ୍ ସେଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ନଷ୍ଟ ହୋଇଯାଏ ।