ଟ୍ରେନର ଛାତ ଉପରେ ଥିବା ଏହି ଗୋଲ ଗୁଡିକ କଣ , କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଆପଣ, ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ…

ସଂସ୍କାର : ଆମ ଦେଶର ଲାଇଫ୍ ଲାଇନ୍ ହେଉଛି ଇଣ୍ଡିଆନ୍ ରେଲୱେ। ତେବେ ଆମ ଦେଶର ରେଳ ବିଭାଗ ଏବଂ ଟ୍ରେନ୍ ସହିତ ଜଡିତ ଏହିପରି ଅନେକ ମଜାଦାର ପ୍ରଶ୍ନ ଅଛି ଯାହା ସର୍ବଦା ଲୋକଙ୍କ ମନରେ ରହିଥାଏ। ଟ୍ରେନ୍ ବିଷୟରେ ଏପରି ଏକ ମଜାଦାର ପ୍ରଶ୍ନ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାହା ହେଉଛି ଟ୍ରେନର ଛାତରେ କାହିଁକି ଛୋଟ ଛୋଟ ଗୋଲ ରହିଛି ? ଏହି ଗୋଲ ଗୁଡିକୁ କାହିଁକି ଘୋଡାଯାଇଛି ? ତେବେ କିଛି ଲୋକ ଏହି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଅନ୍ୟକିଛି ଲୋକ କିନ୍ତୁ ଏହି ପ୍ରଶ୍ନର ଉତ୍ତର ଦେଇନପାରି ସଠିକ ଉତ୍ତର ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହାର ସଠିକ ଉତ୍ତର କଣ ଆଜି ଆମେ ଆପଣଙ୍କୁ କହିବୁ। କାହିଁକି ଟ୍ରେନ ଛାତ ଉପରେ ଏହିଭଳି ଢାଙ୍କୁଣି ରଖାଯାଏ ତାହା ଆମେ ଆଜି ଏଠାରେ ଉଲେଖ୍ୟ କରିଛୁ।

କେବେକେବେ ଟ୍ରେନର କୋଚ ବା ବଗିଗୁଡ଼ିକ ସମ୍ପୂର୍ଣ୍ଣ ପ୍ୟାକ୍ ହୋଇ ଯାଇଥାଏ। କୋଚ ଗୁଡିକ ପ୍ୟାକ ହୋଇଗଲେ ଟ୍ରେନର କବାଟ ଏବଂ ଝରକା ଖୋଲି ଦିଆଯାଇଥାଏ। କିନ୍ତୁ ବେଳେବେଳେ ଯାତ୍ରୀ ନ ଥିଲେ ଟ୍ରେନର ଝରକା ଆଉ କବାଟ ଗୁଡିକୁ ବନ୍ଦ କରାଯାଇଥାଏ। ଏସି କୋଚରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥାଏ। ଏପରି ପରିସ୍ଥିତିରେ, ଯଦି ଅତ୍ୟଧିକ ଯାତ୍ରୀ ଟ୍ରେନରେ ଯାତାୟାତ କରନ୍ତି ଠିକ ସେତେବେଳେ କୋଚର ଛାତ ଉପରେ ରଖାଯାଇଥାଏ ଏହି ଛୋଟ ଛୋଟ ପ୍ଲେଟ ଗୁଡିକୁ ବାହାର କରାଯାଇଥାଏ। ଯାହାଦ୍ୱାରା ବାୟୁ ପ୍ରଵେଶ ଆଉ ପ୍ରସ୍ଥାନ ଠିକ ହୋଇପାରିବ। ତେବେ ଏହି ଛୋଟ ଛୋଟ ଗୋଲ ଗୁଡିକୁ ଟ୍ରେନର ଭେଣ୍ଟିଲେଟର କୁହାଯାଏ।

ବିଶେଷଜ୍ଞମାନେ କୁହନ୍ତି ଯେ, ଲୋକଙ୍କୁ ଉତ୍ତାପ କିମ୍ବା ଶ୍ୱାସରୁଦ୍ଧ ହେବାରୁ ରକ୍ଷା କରିବା ପାଇଁ ଟ୍ରେନର ପ୍ରତ୍ୟେକ କୋଚରେ ଏହି ବିଶେଷ ବ୍ୟବସ୍ଥା କରାଯାଇଥାଏ ଏବଂ ଏହି ଡିଜାଇନ୍ କୋଚ୍ ଉପରେ ଏକ ବୃତ୍ତାକାର ରୂପରେ ତିଆରି କରାଯାଇଥାଏ। ଏହା ସହିତ ଗୋଲର , ଭିତର ପାଶ୍ୱରେ ଏକ ଜାଲ ଅଛି, ଯାହାଦ୍ୱାରା ଗ୍ୟାସ୍ ପାସ୍ କରେ ଏବଂ ଏହି ଜାଲ ଉପରେ ପ୍ଲେଟଗୁଡିକ ସ୍ଥାପିତ କରାଯାଇଥାଏ ଯାହା ଦ୍ୱାରା ବର୍ଷା ଜଳ ଏହା ମାଧ୍ୟମରେ ଟ୍ରେନ ଭିତରକୁ ଆସିବାକୁ ଅନୁମତି ଦିଏ ନାହିଁ।

ଟ୍ରେନର ଗୋଟିଏ କୋଚରେ ଚାରି ରୁ ପାଞ୍ଚଟି ଭେଣ୍ଟିଲେଟର ପ୍ଲେଟ୍ ରହିଥାଏ। ସେପଟେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଟ୍ରେନରେ ଛାତ ଭେଣ୍ଟିଲେଟରର ଅଭାବ ହେବ , ତେବେ ଟ୍ରେନ ଭିତରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କୋଚ୍ ଭିତରେ ବଢୁଥିବା ଉତ୍ତାପ ମଧ୍ୟ ଟ୍ରେନର ସନ୍ତୁଳନକୁ ନଷ୍ଟ କରିପାରେ, ଯାହା କୌଣସି ଦୁର୍ଘଟଣାର କାରଣ ହୋଇପାରେ। ଏହି ସମଗ୍ର ପ୍ରକ୍ରିୟାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଟ୍ରେନର ଛାତ ଉପରେ ଏହି ଗୋଲ ପ୍ଲେଟ ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *