ପ୍ରେମ କଲା ବାଲା ହିଁ ଜାଣିଥିବ ପ୍ରଥମ ପ୍ରେମକୁ ଭୁଲିବା କାହିଁକି ମୁସ୍କିଲ୍ ; ଜାଣନ୍ତୁ ଏହାରି ପଛର ସତ୍ୟାସତ

why first love not forgotten

ସଂସ୍କାର : ଲଭ୍ ବା ପ୍ରେମ ଏପରି ଏକ ଅନୁଭବ ଯାହାକି ମନୁଷ୍ୟକୁ ଚିରକାଳ ବାନ୍ଧି ରଖିଥାଏ। ଦୁଇ ମନର ବନ୍ଧନ ହେଉଛି ପ୍ରେମ। ଜଣେ ଯୁବକ କିମ୍ବା ଯୁବତୀଙ୍କୁ ଅନେକଙ୍କ ସହ ପ୍ରେମ ହୋଇପାରେ। କିନ୍ତୁ ପ୍ରେମ ମଧ୍ୟରେ ପ୍ରଥମ ପ୍ରେମ ସର୍ବଦା ଖାସ୍ ହୋଇଥାଏ । ପ୍ରଥମ ପ୍ରେମର ଅନୁଭବ ବଡ଼ ବିଚିତ୍ର। ଯିଏ ଏହାର ସ୍ୱାଦ ଚାଖିଛି ସେ ହିଁ ଜାଣିଛି ।

ପ୍ରଥମ ପ୍ରେମର ଅନୁଭବ ସେ ହିଁ କହିପାରିବ। ଉଭୟ ପୁଅ ଓ ଝିଅଙ୍କ କ୍ଷେତ୍ରରେ ପ୍ରଥମ ପ୍ରେମ ସବୁଠାରୁ ଅଧିକ ଗୁରୁତ୍ୱ ରଖିଥାଏ । ଅନେକ ଲୋକ ବିବାହ କରି ଖୁସିରେ ଜୀବନ ବିତାଉଥିଲେ ମଧ୍ୟ ସେମାନେ ନିଜର ପ୍ରଥମ ପ୍ରେମକୁ ଭୁଲିପାରି ନଥାନ୍ତି । କୁହାଯାଏ, ଜୀବନରେ ପ୍ରେମ ବାରମ୍ବାର ଆସିଥାଏ, କିନ୍ତୁ ପ୍ରଥମ ପ୍ରେମର ମହତ୍ତ୍ୱ ଏକ ସ୍ୱତନ୍ତ୍ର ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ପ୍ରଥମ ପ୍ରେମ କାହିଁକି ସ୍ୱତନ୍ତ୍ର:-

ଯେକୋୖଣସି ଜିନିଷ ଯଦି ଆମେ ପ୍ରଥମେ ଘରକୁ ଆଣିଥାଉ, ତାହାକୁ ପରବର୍ତ୍ତୀ ସମୟରେ ବିକିବାକୁ ଆମ ମନ ବାଧା ଦେଇଥାଏ। କାରଣ ପ୍ରଥମ ଜିନିଷ ପ୍ରତ୍ୟେକ କ୍ଷେତ୍ରରେ ସ୍ପେଶାଲ ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ମଣିଷଙ୍କ କ୍ଷେତ୍ରରେ ପ୍ରଥମ ପ୍ରେମ ବି ଖାସ୍ ହୋଇଥାଏ । ଏହି ସମୟରେ ପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶାର ସଞ୍ଚାର ଭରିଥାଏ । କୁହାଯାଏ, ପ୍ରଥମ ପ୍ରେମ ଜଣଙ୍କର ହୃଦୟ ଓ ଭାବନା ସହିତ ଜଡ଼ିତ ଥାଏ । ଯାହାକୁ ଭୁଲିବା କଷ୍ଟକର ହୋଇଥାଏ ।

ହୁଏତ ପ୍ରଥମ ପ୍ରେମ ସଫଳ ବା ବିଫଳ ହୋଇପାରେ, ମାତ୍ର ଏହାର ଅନୁଭବ ନିଶ୍ଚିତ ଭାବେ ଅନନ୍ୟ । ଯେଉଁମାନେ ପ୍ରଥମ ପ୍ରେମରେ ବିଫଳ ହୁଅନ୍ତି, ତାହା ଅତ୍ୟନ୍ତ ବିଦାରକ ହୋଇଥାଏ । ସତେ ଯେମିତି ହୃଦୟକୁ କ୍ଷତ ବିକ୍ଷତ କରିପକାଏ । ସେହି କ୍ଷତ ଜୀବନ ସାରା ଭରି ରହିଥାଏ । ଅନ୍ୟପଟେ ପ୍ରଥମ ପ୍ରେମ ଗୋଟିଏ ସରଳ ଶିଶୁ ପରି । ତେଣୁ ଏହାକୁ ଭୁଲିବା କଷ୍ଟକର ହୋଇଥାଏ । ପ୍ରଥମ ପ୍ରେମରେ ବିଫଳ ହୋଇ କିଛି ପୁଅ ଓ ଝିଅ ଆତ୍ମହତ୍ୟା ପରି ଏକ କୁପଥକୁ ଆଦରି ନେଇଥାନ୍ତି । ସେ କ୍ଷେତ୍ରରେ ସେମାନଙ୍କର ମାନସିକ ପରିପକ୍ୱ ଯାହା ହେଉନା କାହିଁକି, କିନ୍ତୁ ତାହା ଯେ ପ୍ରଥମ ପ୍ରେମର ଏକ ଝଲକ ତାହା ସ୍ୱୀକାର କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *