ଭାରତୀୟ କ୍ରିକେଟ୍ ଦଳର କୋହିନୂର ହୀରା ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ପରିଶ୍ରମ ପାଇଁ ଆଜି କୋଟି କୋଟି କ୍ରୀଡାପ୍ରେମୀଙ୍କ ହୃଦୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଧୋନି ତାଙ୍କ ଅଧିନାୟକତ୍ୱରେ ଆଇସିସି ୨୦୧୧ ଦିନିକିଆ ବିଶ୍ୱକପ୍ ଓ ୨୦୦୭ ର ଟି-୨୦ ବିଶ୍ୱକପର ଟାଇଟଲ ହାସଲ କରିଛନ୍ତି। ଏହି ରେକର୍ଡ ବିଷୟରେ ଦୁନିଆ ଜାଣିଛି। ଏହା ସହ ଧୋନି ନିଜର କ୍ରିକେଟ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।
କିନ୍ତୁ ଆପଣ ଦେଖିଥିବେ ଧୋନି କ୍ରିକେଟ୍ ଖେଳିବା ସମୟରେ ସର୍ବଦା ୭ ନମ୍ବର ଜର୍ସି ପିନ୍ଧିଥାନ୍ତି? ଏହା ପଛରେ ରହସ୍ୟ କ’ଣ ରହିଛି ? ତେବେ ଆଜି ଆମେ ଆପଣଙ୍କୁ କହିବୁ ମହେନ୍ଦ୍ର ସିଂ ଧୋନି କାହିଁକି ନମ୍ବର ୭ ଜର୍ସି ପିନ୍ଧନ୍ତି ।
ଥରେ ମହେନ୍ଦ୍ର ସିଂ ଧୋନି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ସେଠାରେ ତାଙ୍କୁ ଜଣେ ସାମ୍ବାଦିକ ମୋହଦୟ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ଥିଲା ଏହା ଯେ, ‘ ମାହି ଆପଣ କାହିଁକି କ୍ରିକେଟ୍ ଖେଳିବା ସମୟରେ ୭ ନମ୍ବର ଜର୍ସି ପିନ୍ଧୁଛନ୍ତି ’ ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଧୋନି କହିଥିଲେ , ”ମୁଁ ଫୁଟବଲ ଖେଳିବା ସମୟରେ ମୋର ଜର୍ସି ନମ୍ବର ଥିଲା ୨୨ , କିନ୍ତୁ ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ ଭାରତୀୟ କ୍ରିକେଟ୍ ଦଳରେ ଯୋଗ ଦେଲି, ଡ୍ରେସିଂ ରୁମରେ କେବଳ ଗୋଟିଏ ଜର୍ସି ଝୁଲା ହୋଇଥିଲା।
ସେଇଟା ହେଲା ଜର୍ସି ନମ୍ବର ୭। ଯାହା ମୋତେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଦେଲେ । ତାହାପରେ ମୁଁ ଭାବିଲି ମୋର ଜନ୍ମ ମାସ ଓ ଜନ୍ମ ତାରିଖ ଏହି ଜର୍ସି ନମ୍ବର ସହ ମିଶୁଛି , ତେଣୁ ମୁଁ ଏହି ଜର୍ସି ନମ୍ବରକୁ ଗ୍ରହଣ କରିନେଲି। ଏହା ପରେ ପରେ ଲୋକମାନେ ମଧ୍ୟ ଏହି ଜର୍ସି ନମ୍ବରକୁ ମୋର ଲକି ନମ୍ବର ବୋଲି କହିଲେ। ସେବେଠୁ ଏହା ହିଁ ଚାଲିଛି। ” ତେବେ ଏଠାରେ ଆମେ କହି ଦେବାକୁ ଚାହିଁବୁ ଯେ, ମହେନ୍ଦ୍ର ସିଂ ଧୋନି ୧୯୮୧ ମସିହା ଜୁଲାଇ ୭ ରେ ଝାଡ଼ଖଣ୍ଡର ରାଞ୍ଚି ସହରରେ ଜନ୍ମଗ୍ରହଣ କରିଥିଲେ।