ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ : ପ୍ରେମ ବିବାହ କରିଥିଲେ ହେଲେ ସ୍ଵାମୀ କହିଲେ ପରପରୁଷ ସାଙ୍ଗରେ ବିତେଇବାକୁ …

ନିଜ ସ୍ୱାମୀ ବିରୋଧରେ ପତ୍ନୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଯେ ପରପୁରୁଷ ସାଙ୍ଗରେ ରାତି ବିତାଇବାକୁ ତାଙ୍କୁ ବାଧ୍ୟ କରୁଛନ୍ତି ସ୍ଵାମୀ । ରାଜି ନହେବାରୁ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ ମହିଳା ଜଣକ । ତେବେ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ମହିଳା ଜଣଙ୍କ ୭ ବର୍ଷ ପୂର୍ବେ ଚନ୍ଦନ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛିଦିନ ପରେ କିନ୍ତୁ ସ୍ୱାମୀ ନିୟମିତ ଭାବରେ ମଦ ପିଉଥିଲେ ଏବଂ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିଲେ । ବିରୋଧ କଲେ ପ୍ରବଳ ମାଡ଼ ମାରୁଥିଲେ । ଏମିତିକି ଖାଇବାକୁ ଦିଅନ୍ତିନି ଅନେକ ସମୟରେ ।

ତେବେ ଧୀରେ ଧୀରେ ନୃଶଂସ ସ୍ୱାମୀଙ୍କ ନିର୍ଯାତନା ବଢ଼ି ଚାଲିଲା ଏବଂ ଏବେ ତାଙ୍କୁ ପରପରୁଷ ସହିତ ରାତି ବିତାଇବା ପାଇଁ ବାଧ୍ୟ କରୁଛନ୍ତି । ଗତ ଦୁଇ ଦିନ ତଳେ ଘଟଣା ଅସହ୍ୟ ହେବାରୁ ଏବେ ପୀଡ଼ିତା ଥାନାର ଆଶ୍ରୟ ନେଇଛନ୍ତି । କାରଣ ବିରୋଧ କରିବାରୁ ପୀଡ଼ିତାଙ୍କୁ ମାଡ଼ ମାରି ଗୁରୁତର କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *