ସଂସ୍କାର : ଅନେକ ଯୁବକ – ଯୁବତୀ ବିବାହକୁ ନେଇ ବେସ୍ ଉତ୍ସାହିତ ରହିଥାନ୍ତି। କାରଣ ବିବାହ ପରେ ସେମାନଙ୍କର ମନର ଭାବନା ଏବଂ କଥାକୁ ବୁଝିପାରିବେ ତାଙ୍କ ଜୀବନସାଥି। ସେ ପୁରୁଷ ହୁଅନ୍ତୁ କି ମହିଳା , ଯେଉଁ କଥା ଅନ୍ୟ ସମ୍ମୁଖରେ କହି ପାରୁନାହାନ୍ତି । ତାହା ବିବାହ ପରେ ନିଜର ଜୀବନସାଥିକୁ ଖୋଲା ହୃଦୟରେ କହିବେ ବୋଲି ସ୍ଥିର କରିଥାନ୍ତି। ହେଲେ ବିବାହ ପରେ ବେଳେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। କାଳକ୍ରମେ ଏହି ଝଗଡ଼ା ଥାନାରୁ ଯାଇ କୋର୍ଟ କଚେରୀରେ ପହଁଚି ଥାଏ। ତେବେ ସ୍ୱାମୀ ସ୍ତ୍ରୀଙ୍କ କଳହର ଅନେକ ମାମଲା ଆମେ ଶୁଣିଛନ୍ତି। କିନ୍ତୁ ଅହମ୍ମଦାବାଦରୁ ବର୍ତ୍ତମାନ ଏମିତି ଏକ ମାମଲା ଆସିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳା ନିଜ ସ୍ୱାମୀଙ୍କ ନାଆଁରେ ଶାରୀରିକ ସମ୍ପର୍କକୁ ନେଇ ଥାନାରେ ପହଂଚିଛନ୍ତି।
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। କିନ୍ତୁ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗୋପନୀୟ ରହିବା ନିହାତି ଜରୁରୀ। ନହେଲେ କଥା ଓଲଟପାଲଟ ହୋଇଯିବ। ତେବେ ଯୌନ ସମ୍ପର୍କକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା। ଆଉ ମହିଳାଙ୍କର ଅଭିଯୋଗ ହେଉଛି , ତାଙ୍କ ସ୍ୱାମୀ ତାଙ୍କ ସହିତ ବିବାହ ପରଠାରୁ ଶାରୀରିକ ସମ୍ପର୍କ ରଖୁନାହାନ୍ତି।
ତେବେ ଅହମ୍ମଦାବାଦର ଏହି ମାମଲା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ମାମଲା ସୋସିଆଲ ମିଡ଼ିଆର ଅନେକ ୟୁଜରଙ୍କୁ କୌତୂହଳ ଲାଗୁଚି, କିନ୍ତୁ ପତ୍ନୀ ନିଜ ସେକ୍ସ ଅଧିକାରରୁ ବଂଚିତ ହୋଇଥିବାରୁ ବର୍ତ୍ତମାନ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଯାହା ଶତପ୍ରତିଶତ ସତ୍ୟ। ତେବେ ମହିଳାଙ୍କ ସ୍ୱାମୀ ତାଙ୍କ ସହ ସେକ୍ସ କରିବାକୁ ମନା କରୁଛନ୍ତି ବୋଲି ମହିଳା ଜଣକ ଥାନା ବାବୁଙ୍କ ସମ୍ମୁଖରେ ଅଭିଯୋଗ ରଖିଛନ୍ତି। ଆଉ ସ୍ୱାମୀ ବାରମ୍ବାର ସେକ୍ସ ବା ଶାରୀରିକ ସମ୍ପର୍କ ରଖିବାକୁ ବାରଣ କରୁଥିବାରୁ , ମହିଳା ଏଥିରେ ରାଗିଯାଇ ନିଜ ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି। ଅହମ୍ମଦାବାଦରେ ଜଣେ ୩୩ ବର୍ଷିୟା ମହିଳା ଜଣକ ସାବରମତି ପୋଲିସ ଷ୍ଟେସନରେ ଅଭିଯୋଗ କରି ନିଜର ଯୌନ ସମ୍ପର୍କର ନ୍ୟାୟ ଭିକ୍ଷା କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁସାରେ, ବାହାଘରର ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ସ୍ୱାମୀ ତାଙ୍କ ସହ କୌଣସି ଯୌନ ସମ୍ପର୍କ ରଖିନାହାନ୍ତି। ଏନେଇ ଦୁହେଁ ଝଗଡ଼ା ଲାଗିଥିଲୁ। କିନ୍ତୁ ସେ ମୋ ଉପରେ ଖୁବ୍ ଜୋରରେ ପାଟି କରିଥିଲେ ଓ ମୋତେ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇଥିଲେ।
ସୂଚନା ଅନୁସାରେ, ଗତବର୍ଷ ଫେବ୍ରୁଆରୀ ମାସରେ ବଡୋଦରାରେ ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କ ସହ ମହିଳା ଜଣକ ବିବାହ କରିଥିଲେ । ବାହାଘର ୱେବସାଇଟରୁ ଉଭୟେ ଦେଖା ସାକ୍ଷାତ ହୋଇଥିଲେ। ଅନ୍ୟପଟେ ବର୍ଷକ ମଧ୍ୟରେ ପୁତ୍ର ସନ୍ତାନ ଜନ୍ମ କରିବାକୁ ପରିବାର ଲୋକେ କହିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ୱାମୀ ତାଙ୍କୁ ଛୁଇଁନଥିବା ସେ ଅଭିଯୋଗ କରିଛନ୍ତି ।
ମହିଳାଙ୍କ କହିବା ମୁତାବକ, ‘ମୋ ସ୍ୱାମୀ ରାତିରେ ଅଜବ ପୋଷାକ ପିନ୍ଧନ୍ତି । ଯେବେ ମୁଁ ତାଙ୍କୁ ସେକ୍ସ ପାଇଁ କୁହେ ସେ କୁହନ୍ତି କି, ମୁଁ ଜଣେ ପୁରୁଷ ଭଳି ଦେଖାଯାଉଛି କି? ବୋଲି ମୋତେ ପ୍ରଶ୍ନ କରନ୍ତି। ସେ ମୋ ସହ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ। ଯେତେବେଳେ ବି ମୁଁ ତାଙ୍କ ସହ ଏହି ବିଷୟରେ କଥା ହୁଏ, ସେ ମୋ ଗଳା ଚିପିବା ସହ ନିର୍ଯ୍ୟାତନା ଦିଅନ୍ତି । ମୋ ସ୍ୱାମୀ ପ୍ରାୟତଃ ଆଇଭିଏଫ୍ ମାଧ୍ୟମରେ ସନ୍ତାନ ଜନ୍ମ କରିବାକୁ ମୋତେ କୁହନ୍ତି । ମୁଁ ମନା କରିବାରୁ ମୋତେ ଧକ୍କା ମାରିବା ସହ ଘରୁ ବାହାର କରିଦେଇଛନ୍ତି। ଏବେ ମୋତେ ଫେରାଇ ନେବାକୁ ୨୫ ଲକ୍ଷ ଟଙ୍କା ଯୌତୁକ ଦାବି କରୁଛନ୍ତି ।’