ଗତକାଲି ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ତାମିୟା ଥାନା ଅଞ୍ଚଳରେ ଥିବା ଗାଁ ଦେଲାଖାରୀରେ ଘଟିଯାଇଛି ନିହାତି ଏକ ସମ୍ବେଦନଶୀଳ ଘଟଣା । ଯଦି ପତ୍ନୀ ମାଛ ଧରିବାକୁ ସାଙ୍ଗରେ ଯିବାକୁ ମନା କରିଦେଲେ,ଏନେଇ ସ୍ୱାମୀ ତାଙ୍କୁ ମାଡ଼ ମାରିଲେ । ଏହାପରେ ପତ୍ନୀଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ।
ନୂଆ ମୋହଲ୍ଲାରେ ରହୁଥିବା ବଲି କହାରଙ୍କର ସବୁବେଳେ ତାଙ୍କ ପତ୍ନୀ ଗୋମତି ବାଇ କହାର (୪୦ ବର୍ଷ) ଙ୍କ ସହିତ ପାଟିତୁଣ୍ଡ ଲାଗି ରହିଥିଲା । ମାଛ ଧରିବାକୁ ନେଇ ଗୁରୁବାର ଦିନ ଉଭୟଙ୍କ ମଧ୍ୟରେ ବେଶି ଜୋର ପାଟିତୁଣ୍ଡ ହୋଇଥିଲା । ଯେତେବେଳେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ଯାଇ ଏକାଠି ମାଛ ଧରିବାକୁ କହିଥିଲେ, ପତ୍ନୀ ମନା କରିଦେଇଥିଲେ ଯେଉଁ କାରଣରୁ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ବଢିଥିଲା ଓ ପରେ ଏପରି ସ୍ପର୍ଶକାତର ଘଟଣା ଘଟିଗଲା ।

ଛିନ୍ଦୱାଡ଼ା ଏଏସପି ସଞ୍ଜୀବ ଉଇକେଙ୍କ କହିବାନୁଯାୟୀ ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଆହତ ଗୋମତି ବାଇଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଲା । ହେଲେ ଶରୀର ଅତ୍ୟଧିକ ଜଳି ଯାଇଥିବାରୁ ତାଙ୍କର ମୃତ୍ୟୁ ଘଟିଲା । ତାମିୟା ଥାନାରେ ଅଭିଯୁକ୍ତ ସ୍ୱାମୀ ବଲି କହାରଙ୍କ ବିରୋଧରେ ପୋଲିସ ୩୦୨ ଧାରାରେ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତକୁ ଗିରଫ କରିଛି ।