ସଂସ୍କାର : ମୁଁ ଆଉ ସକ୍ରିୟ ରାଜନୀତିରେ ରହିବି ନାହିଁ ।ତେବେ ଶେଷ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲଙ୍କ ଠାରୁ କାରଣ ଦର୍ଶାଅ ନୋଟିସ ପାଇବା ପରେ ଶ୍ରୀ ରାଉତରାୟ ଏହା କହିଛନ୍ତି ।
ସେ କହିଛନ୍ତି ଯେ ନୋଟିସର ଉଚିତ ଜବାବ ଦେବି । ଯାହା ଦଣ୍ଡଦେବେ ଗ୍ରହଣ କରିବି । ଭୋଟ ବିକ୍ରି କଥା କହିନାହିଁ । ୨୮ ହଜାର ଭୋଟ ଗଲା କୁଆଡେ଼ ବୋଲି କହିଥିଲି । କଂଗ୍ରେସର କେଉଁ ନେତା କିମ୍ବା ପ୍ରାର୍ଥୀଙ୍କ ନାମ ବି କହିନି । ଭୋଟର କିଣାବିକା ହୋଇଥିବା କଥା କହିଛି।କଂଗ୍ରେସ ବିରୋଧରେ ବିନ୍ଦୁଏ ବି କହିନି ବୋଲି ସୁର ରାଉତରାୟ କହିଛନ୍ତି ।
ଏହାଛଡ଼ା ମୁଁ ଅପ୍ରିୟ ସତ କହିବି, ମୋତେ କେହି ରୋକିପାରିବେନି ।ମୁଁ ଆଉ ସକ୍ରିୟ ରାଜନୀତିରେ ରହିବି ନାହିଁ । ତେବେ ଶେଷ ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।
ପ୍ରକାଶ ଯେ ରାଜ୍ୟ କଂଗ୍ରେସର ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଧାୟକ ମହମ୍ମଦ ମୋକିମ ଓ ସୁରେଶ ରାଉତରାୟଙ୍କୁ ନୋଟିସ ଜାରି କରାଯାଇଛି । ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ କିଶୋର ପଟେଲ ଏହି ନୋଟିସ ଜାରି କଲେ । ଦଳୀୟ ଶୃଙ୍ଖଳା ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ନୋଟିସ ଜାରି କରାଯାଇଛି।
୭ ଦିନ ଭିତରେ ନୋଟିର ଉତ୍ତର ରଖିବାକୁ ସମ୍ପୃକ୍ତ ୨ ବିଧାୟକଙ୍କୁ ନିର୍ଦେଶ ଦିଆଯାଇଛି । ଗତ ପଦ୍ମପୁର ଉପନିର୍ବାଚନବେଳେ କଂଗ୍ରେସର ଭୋଟ ବିକ୍ରି ହୋଇଥିବା ନେଇ ଉଭୟ ବିଧାୟକ ଗଣମାଧ୍ୟମରେ ଆକ୍ଷେପ କରିଥିଲେ।