ନୂଆଦିଲ୍ଲୀ :ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରାକରୋନା ଭାଇରସକୁ ମହାମାରୀ ଘୋଷଣା କରାଯିବା ପରେ ତା’ ସହିତ ମୁକାବିଲା ଏବେ ଆମ ସମସ୍ତଙ୍କ ପାଇଁ ପାଲଟିଯାଇଛି ଏକ ବଡ଼ ଆହ୍ୱାନ । ତେଣୁକରି କରୋନା ଭାଇରସ ସମ୍ବନ୍ଧିତ ସଠିକ୍ ସୂଚନା ଜାଣିବା ନିହାତି ଜରୁରୀ । କରୋନା ଭାଇରସ କେମିତି ଆମ ଶରୀର ଭିତରକୁ ପ୍ରବେଶ କରେ, ସର୍ବାଧିକ କେତେ ଦିନ ପର୍ଯ୍ୟନ୍ତ ଆମ ଶରୀରରେ ସେ ରହିଥାଏ ଇତ୍ୟାଦି ପ୍ରଶ୍ନଗୁଡ଼ିକର ସମ୍ୟକ ଜ୍ଞାନ ସମସ୍ତ ଜନସାଧାରଣଙ୍କର ରହିବା ଉଚିଚ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଆପଣ କରୋନା ଆକ୍ରାନ୍ତ କି ନୁହେଁର ପ୍ରାରମ୍ଭିକ ଅବସ୍ଥାକୁ ଜାଣିପାରିବେ କେମିତି ?
କରୋନା ଭାଇରସ ଆକ୍ରାନ୍ତଙ୍କ ଲକ୍ଷଣ :
କେବଳ ଥଣ୍ଡା ଜନିତ କାଶ, ଛିଙ୍କ କରୋନା ଭାଇରସର ଲକ୍ଷଣ ନୁହେଁ । କିଛି ବିଶେଷ ଲକ୍ଷଣ ବି ଦେଖାଯାଏ ରୋଗୀଠାରେ ଯଦି କରୋନା ଭାଇରସ ଆକ୍ରମଣ କରିଥାଏ ତେବେ । ଆସନ୍ତୁ ଜାଣିବା କ’ଣ ସେସବୁ ଲକ୍ଷଣମାନ,
ପ୍ରଥମ ୩ ଦିନ ଭିତରେ :
ଯଦି ଶରୀରରେ କରୋନା ଭାଇରସର ପ୍ରବେଶ ହୋଇଥାଏ ତେବେ ୩ ଦିନ ଭିତରେ ସେ ଲକ୍ଷଣ ଦେଖିଇବା ଆରମ୍ଭ କରିଦିଏ । ପ୍ରଥମେ ଆକ୍ରାନ୍ତଙ୍କୁ ଜ୍ୱର ହେବ । ଜ୍ଵର ସହିତ ଗଳାରେ କଷ୍ଠ ଅନୁଭବ କରିବେ । ପାଖାପାଖି ୮୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଏପରି ଲକ୍ଷଣ ହିଁ ଦେଖାଯାଇଛି । କିନ୍ତୁ କିଛି ବ୍ୟକ୍ତିଙ୍କଠାରେ ତ ୫ ଦିନ ଯାଏଁ ଲକ୍ଷଣ ସବୁ ସଠିକ୍ ରୂପେ ସାମ୍ନାକୁ ଆସି ନଥାଏ ଯେଉଁଟା କି ସବୁଠୁ ମାରାତ୍ମକ ବିଷୟବସ୍ତୁ ।
୪ର୍ଥ ଦିନରୁ ୯ମ ଦିନ ଭିତରେ :
ଏହି ଭାଇରସ ଖୁବ୍ ତୀବ୍ରତାର ସହିତ ବ୍ୟାପେ । ୩ରୁ ୪ଦିନ ଭିତରେ ସେ ଆକ୍ରାନ୍ତଙ୍କ ଫୁସଫୁସରେ ପହଞ୍ଚିଯାଏ । ୪ର୍ଥ ଦିନରୁ ୯ମ ଦିନ ଭିତରେ ତେଣୁ ଆକ୍ରାନ୍ତ ଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି । କିଛି ତ ବହୁତ କଷ୍ଟ ପାଆନ୍ତି । ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହୋଇଯାଏ ।
୮ମ ଦିନରୁ ଆଗାମୀ ୧୫ ଦିନ ଭିତରେ :
ବ୍ୟକ୍ତିର ଶରୀରରେ ଭାଇରସ ପ୍ରବେଶର ସପ୍ତାହକ ପରେ ସେ ଯାଇ ପହଞ୍ଚେ ସିଧା ରକ୍ତ କଣିକାରେ । ସେତେବେଳକୁ ଆକ୍ରାନ୍ତଙ୍କ ଜୀବନ ବିପଦ ସମ୍ପନ୍ନ । ଏମିତିକି ପ୍ରାଣହାନୀର ସମ୍ଭାବନା । ଭାଇରସ ପ୍ରବେଶ କରିବାର ସପ୍ତାହେ ପରେ ୫ ପ୍ରତିଶତ ଆକ୍ରାନ୍ତଙ୍କୁ ଆଇ.ସି.ୟୁ.ରେ ରଖିବା ଜରୁରୀ ହେଇପଡ଼େ ।
୨୧ତମ ଦିନ :
କୌଣସିବି ବ୍ୟକ୍ତିର ଶରୀରରେ କରୋନା ଭାଇରସ ସର୍ବାଧିକ ୨୧ ଦିନ ଯାଏଁ ହିଁ ତିଷ୍ଠି ରହିପାରେ । ତା’ଠାରୁ ଅଧିକ ସମୟ ନୁହେଁ । ଆଉ ଏହି ୨୧ ଦିନ ଆକ୍ରାନ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଜଣେ ସୁସ୍ଥ ହୋଇ ଘରକୁ ଫେରିପାରେ କିମ୍ବା ମୃତ୍ୟୁକୁ ପ୍ରାପ୍ତ ହୋଇ ସବୁଦିନ ପାଇଁ ଅଫେରା ପାଲଟି ଯାଇପାରେ । ବର୍ତ୍ତମାନ ବିଶ୍ୱରେ ପାଖାପାଖି ୭୦ ହଜାର ଲୋକ ଏହି ଭାଇରସ ସହ ଲଢ଼େଇ କରି ମୃତ୍ୟୁକୁ ଜିତିଛନ୍ତି । ତେଣୁ ଭୟ ନକରି ଯଥାସାଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ।
୨୫ତମ ଦିନ :
କରୋନା ଭାଇରସ ଆକ୍ରାନ୍ତ ବ୍ୟକ୍ତି ୧୮ରୁ ୨୫ ଦିନ ମଧ୍ୟରେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଥାନ୍ତି । ଏହି ମରଣାତ୍ମକ ଭାଇରସ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବଜାରକୁ ଆସିନାହିଁ ସତ, ତଥାପି ଶରୀରର ରୋଗ ପ୍ରତିଷେଧକ ଶକ୍ତି ସହିତ ସତର୍କତା ଅବଲମ୍ବନ ତାର ମୁକାବିଲା କରିବା ପାଇଁ ଯଥେଷ୍ଟ । ଜରୁରୀ ନଥିଲେ ଭିଡ଼ ସ୍ଥାନକୁ ଆଦୌ ଯାଆନ୍ତୁ ନାହିଁ ଓ ହାତକୁ ସାନିଟାଇଜର କିମ୍ବା ସାବୁନ ନିୟମିତ ବ୍ୟବଧାନରେ ବାରମ୍ବାର ସଫା କରନ୍ତୁ ।