ସଂସ୍କାର : ଦିନକୁ ଦିନ ଏବେ ସମାଜରେ ନାରୀ ସମ୍ମୁଖୀନ ହେଉଥିବା ନିର୍ଯ୍ୟାତନାକୁ ଦେଖିଲେ ବର୍ତ୍ତମାନ ସେମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ ପୁଣିଥରେ ସେହିଭଳି ଲୋମଟାଙ୍ଗୁରା ଅମାନବୀୟ ଖବର ସାମ୍ନାକୁ ଆସିଛି । ଲିଫ୍ଟ ଦେବା ବାହାନାରେ ଚଳନ୍ତା କାରରେ ମା’ ଓ ତାଙ୍କ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ କରିବା ପରେ କେନାଲରେ ଫିଙ୍ଗିଦେଇ ଚାଲିଯାଇଛନ୍ତି ଦୁବୃର୍ତ୍ତମାନେ ।
ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରାଖଣ୍ଡ ହରିଦ୍ୱାରର ରୁରକି ଅଞ୍ଚଳରେ । ସମ୍ପୃକ୍ତ ମହିଳା ଓ ତାଙ୍କ ଝିଅ ରାତିରେ ପିରନ୍ କାଲିଆରରୁ ଘରକୁ ଯାଉଥିବାବେଳେ ସୋନୁ ନାମକ ଜଣେ ବ୍ୟକ୍ତି ତାଙ୍କୁ ଘରେ ଛାଡ଼ିବା ପାଇଁ ଲିଫ୍ଟ ଅଫର ଦେଇଥିଲେ । କାରରେ ପୂର୍ବରୁ ସାଙ୍ଗମାନେ ଥିଲେ । ସୋନୁ ଓ ତାର ସହଯୋଗୀ ଏହାର ଫାଇଦା ଉଠାଇ ମହିଳା ଓ ତାଙ୍କ ଝିଅଙ୍କୁ ଗଣଦୁୁଷ୍କର୍ମ କରିଥିଲେ ।
କିନ୍ତୁ କୌଶଳକ୍ରମେ ମହିଳାଜଣକ ଘଟଣାସ୍ଥଳରୁ ପଳାଇଆସି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି।