୪୧ ବର୍ଷୀୟ ବିବାହିତା ମହିଳା ୨୩ ବର୍ଷର ଯୁବକ ସହିତ ଥିଲେ ଅସଂଯତ ଅବସ୍ଥାରେ : ସ୍ୱାମୀ ଦେଖିଦେଲେ, ଆଉ ତା’ପରେ …

ଦିଲ୍ଲୀ ପୋଲିସ ଗିରଫ କରିଛି ହଳେ ପ୍ରେମୀ ଯୁଗଳଙ୍କୁ ଯେଉଁଠି ପ୍ରେମିକାଙ୍କ ବୟସ ୪୧ ବର୍ଷ ହୋଇଥିବା ବେଳେ ପ୍ରେମିକ ଜଣକ ଯୁବକ ଓ ମାତ୍ର ୨୩ ବର୍ଷର । ଏଠାରେ ପ୍ରେମିକା ମହିଳା ଜଣକ ବିବାହିତା ଏବଂ ଉଭୟଙ୍କୁ ଏକ ହତ୍ୟା ଷଡ଼ଯନ୍ତ୍ରରେ ମାମଲାରେ ପୋଲିସ ଗିରଫ କରିଛି । ଏହାସହିତ ଧରାପଡ଼ିବା ପରେ ପ୍ରେମିକ ରୋହନ ପୋଲିସକୁ ବିଭ୍ରାନ୍ତ କରିବାକୁ ମଧ୍ୟ ଚେଷ୍ଟା କରିଥିଲା ମାତ୍ର ସେଥିରେ ସେ ବିଫଳ ହୋଇଥିଲା ।

ତେବେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ ପ୍ରେମିକା ବବିତା ଏବଂ ରୋହନ ମଧ୍ୟରେ ଗତ ସାଢେ ୩ ମାସ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା ଯାହା ଅବୈଧ ସମ୍ପର୍କରେ ପରିଣତ ହୋଇ ସାରିଥିଲା । ବୁଧବାର ଦିନ ରାତି ପ୍ରାୟ ୯ଟା ଜଣେ ଯୁବକ ବାଇକରେ ଆସି କାରରେ ବସିଥିବା ଜଣେ ବ୍ୟକ୍ତିକୁ ଡିଫେନ୍ସ କଲୋନୀ ଭିତରେ ଗୁଳି କରିଛି ବୋଲି ପିସିଆରରେ ଫୋନ ଆସିଥିଲା । ତଦନ୍ତରେ ଜଣାପଡ଼ିଲା ଯେ ଆହତ ବ୍ୟକ୍ତି ବବିତାଙ୍କ ସ୍ଵାମୀ ଯିଏ BSESରେ ଠିକା ଡ୍ରାଇଭର ଅଛନ୍ତି । ତେବେ ଘଟଣାସ୍ଥଳରେ ପହଞ୍ଚି ବେକରେ ଗୁଳି ବାଜିଥିବା ଆହତଙ୍କୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା ।

ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ରୋହନ ନିଜ ଠାରୁ ୧୮ ବର୍ଷ ବଡ଼ ଆହତ ବ୍ୟକ୍ତିଙ୍କ ପତ୍ନୀ ସହିତ ଅବୈଧ ସଂପର୍କ ରଖିଥିଲା । ଜାନୁୟାରୀ ୧ ତାରିଖ ଦିନ ଦୁହିଁକୁ ଅସଂଯତ ଅବସ୍ଥାରେ ଦେଖି ଦେଇଥିଲେ ବବିତାଙ୍କ ସ୍ଵାମୀ ଯାହାପରେ ବବିତାଙ୍କୁ ସେ ମାରପିଟ୍ ମଧ୍ୟ କରିଥିଲେ । ଏହାପରେ ପ୍ରେମିକ ସହିତ ମିଶି ବବିତା ରଚିଥିଲେ ଷଡ଼ଯନ୍ତ୍ର । ମାତ୍ର ପୋଲିସ ଜେରାରେ ରୋହନ ସବୁ ମାନି ଯାଇଛି ଯଦିଓ ପ୍ରଥମେ ସେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା ଏବଂ କହିଥିଲା ରୋଡ଼ ରେଜ ପ୍ରତିଶୋଧ ନେବାକୁ ସେ ତାଙ୍କୁ ଗୁଳି କରିଥିଲା ।

Leave a Reply

Your email address will not be published. Required fields are marked *