କେନ୍ଦୁଝରରେ ଏହି ସାମାନ୍ୟ କାରଣରୁ ନିର୍ଦ୍ଦୋଷ ମାଆ-ପୁଅଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ : ଜାଣିଲେ ଆପଣ ବି ମୂହୁର୍ତ୍ତେ ପାଇଁ କାଠ ପାଲଟିଯିବେ..

କ୍ରମେ ସଂସାରରୁ ମଣିଷର ସତ୍ତା ହଜି ହଜି ଚାଲିଛି ଓ ଅର୍ଥର ପ୍ରାଦୁର୍ଭାବ ବଢି ବଢି ଚାଲିଛି । ଅର୍ଥ ପାଇଁ ମଣିଷ ତାର ସବୁ ସୀମା ଟପିଯାଉଛି । ସେହିପରି ସୀମା ଟପି ଏକ ବର୍ବର କାଣ୍ଡ ଘଟାଇଛନ୍ତି କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଅନ୍ତର୍ଗତ କାଳି ଗାଁରେ । ଚୋରି କରିବାକୁ ଆସିଥିବା ଚୋର ସେମାନଙ୍କୁ ଚୋରି କରୁଥିବା ଦେଖିଦେଲେ ବୋଲି ମାଆ-ପୁଅ ଦୁଇ ଜଣଙ୍କୁ ଜିଅନ୍ତା ଜାଳି ଦେଲେ ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କିଛି ଚୋର ମୃତ ମାଆ-ପୁଅ ରହୁଥିବା ଘର ନିକଟସ୍ଥ ଗୋଟିଏ ଦୋକାନ ଘରୁ ଲୁଟପାଟ କରୁଥିଲେ । ତେବେ ମାଆ ଅଞ୍ଜଳି ଜେନା ଓ ପୁଅ ବନମାଳୀ ଜେନା ଦୋକାନରୁ ଚୋରି ହେଉଥିବା ଦେଖି ଦେଇଥିଲେ । ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁର୍ବୃତ୍ତମାନେ ସେମାନେ ରହୁଥିବା ଘରକୁ ବାହାରପଟୁ ତାଲା ଦେଇ ନିଆଁ ଲଗାଇ ଦେଇଥିଲେ ।

ତେବେ ଗାଁ ଲୋକେ ଏନେଇ ଅଭିଯୋଗ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଦୁଇ ଜଣଙ୍କର ଦଗ୍ଧ ମୃତଦେହ ଉଦ୍ଧାର କରିଛି ଓ ତଦନ୍ତ ଆରମ୍ଭ କରିଛି । ତେବେ ସୂଚନାଥାଉ ଯେ ନିଜର ଘରଦ୍ୱାର ନଥିବାରୁ ମାଆ-ପୁଅ ଦୁହେଁ ଗାଁର ଏକ ପରିତ୍ୟକ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଥିଲେ ।

Leave a Reply

Your email address will not be published. Required fields are marked *