ସନ୍ଦେହରୁ ଲୋମଟାଙ୍କୁରା ଶାସ୍ତି : ବୋହୂର ଜିଭ, ଗାଲ ଏବଂ ଏକ ସ୍ତନ କାଟିଦେଲେ ଶାଶୂଘର ଲୋକେ

25-Year-Old Hyderabad Woman Claims She was Raped By 139 People

ମଧ୍ୟ ପ୍ରଦେଶ ଉଜ୍ଜୟିନୀ ଜିଲ୍ଲାର ନଗ୍ଦା ଜଙ୍କସନରୁ ଆସିଛି ଏକ ଲୋମଟାଙ୍କୁରା ଘଟଣାର ଖବର । ଅବୈଧ ସମ୍ପର୍କ ସନ୍ଦେହରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ, ଶାଶୁ-ଶ୍ୱଶୁର ଓ ଅନ୍ୟ ଜଣେ ସମ୍ପର୍କୀୟ ମହିଳା ଘରେ ବନ୍ଦ କରି ତାଙ୍କୁ ମାରପିଟ କରିଥିଲେ ଏବଂ ମରି ଯାଇଥିବା ଭାବି ଘର ବାହାରକୁ ଘୋଷାଡ଼ି ଆଣି ବାହାରେ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ । ପଡ଼ୋଶୀ ସବୁ ଜାଣି ସୁଦ୍ଧା ମହିଳାଙ୍କୁ ଉଦ୍ଧାର କରିବାକୁ ସାମ୍ନାକୁ ଆସି ନଥିଲେ ଏବଂ ନିରବରେ ଠିଆ ହୋଇ ଘଟଣାକୁ ଦେଖୁଥିଲେ ।

ଅବିଶ୍ଵାସ, କ୍ରୋଧ ଏବଂ ଅମାନୁଷିକତାର ଜ୍ଵଳନ୍ତ ଉଦାହରଣ ଏହି ମହିଳାଙ୍କ କ୍ରୁରତା । ଶାଶୂଘର ଲୋକ ଖଣ୍ଡା ଦ୍ଵାରା ମହିଳାଙ୍କ ଜିଭ, ଗାଲ, ଥୋଡ଼ି ଏବଂ ତାଙ୍କର ଗୋଟିଏ ସ୍ତନ କାଟି ଦେବା ସହିତ ମହିଳାଙ୍କ ପାଟିରେ ତଥା ତାଙ୍କ ଗୁପ୍ତାଙ୍ଗରେ ବେଲଣା କାଠି ପୂରାଇ ଦେଇଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ପଡ଼ୋଶୀଙ୍କୁ ସାହାଯ୍ୟର ଗୁହାରି କଲା ସତ୍ତ୍ୱେ କେହି ତାଙ୍କୁ ଉଦ୍ଧାର କରି ନଥିଲେ ।

ତେବେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବା ପରେ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଆହତ ମହିଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ଦର୍ଶକ ସାଜି ଦେଖୁଥିବା ପଡ଼ୋଶୀ ନା ପାଖକୁ ଆସିଥିଲେ ନା କେହି ତାଙ୍କୁ ସାହାଯ୍ୟ କରିଥିଲେ । ସୂଚନା ଅନୁଯାୟୀ ମହିଳାଙ୍କୁ ଇନ୍ଦୋର ସ୍ଥାନାନ୍ତର କରାଯାଇଥିବା ବେଳେ ସେ ଗୁରୁତର ବୋଲି ଡାକ୍ତର କହିଛନ୍ତି ।

ଗତ ବୁଧବାର ଦିନ ଏହି ମାମଲାରେ ପୋଲିସ ପୀଡ଼ିତାଙ୍କ ଶ୍ୱଶୁର ଏବଂ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଛି । ଉଭୟଙ୍କୁ କୋର୍ଟରେ ହାଜର କରାଯାଇଛି ବୋଲି କୁହାଯାଉଥିବା ବେଳେ ସେମାନଙ୍କୁ ଜେଲ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ କହିଛି । ପୀଡ଼ିତାଙ୍କ ନାମ ରାଧାବାଈ ଏବଂ ସେ ତାଙ୍କ ସ୍ଵାମୀ ରାଜେଶ ଚନ୍ଦନଶି, ଶ୍ୱଶୁର ସୀତାରାମ, ଶାଶୁ ଗେଣ୍ଡବାଇ, ଅନ୍ୟ ଜଣେ ସମ୍ପର୍କୀୟ କାଲାବାଇଙ୍କ ଦ୍ଵାରା ସେ ଆହତ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *