ମହିଳାଙ୍କ ଦାବି ସେ କୁକୁରର ପରିସ୍ରା ପ୍ରତିଦିନ ପିଅନ୍ତି, କହିଲେ ପିଇବା ଦ୍ୱାରା ମିଳୁଥିବା ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ

Woman claims drinking dog's urine has given her a glow and eased acne

ଅନେକ ମହିଳା – ଏବଂ ପୁରୁଷ – ପ୍ରକୃତିର ସାହାଯ୍ୟ ନେଇ ସମସ୍ତ ପ୍ରକାରର ପଦାର୍ଥ ଏବଂ ପାତ୍ର ବ୍ୟବହାର କରି ଅଧିକ ସୁନ୍ଦର ହେବାକୁ ବହୁ ପରିଶ୍ରମ କରନ୍ତି। କିନ୍ତୁ ସୌନ୍ଦର୍ଯ୍ୟ ପାଇଁ କୁକୁର ପରିସ୍ରା ପିଇବା ହୁଏତ ଏହା ପ୍ରଥମ ଥର ପାଇଁ ଶୁଣୁଥିବେ ଆପଣ।

ଆମେରିକାରେ ରହୁଥିବା ବ୍ଲଗର୍ ଲୀନ୍ ନାମକ ଜଣେ ଯୁବତୀ ନିଜ ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ ପ୍ରତିଦିନ ଏକ ଗ୍ଲାସ୍ କୁକୁରର ୟୁରିନ୍ ପିଅନ୍ତି । ଏକ ଭିଡିଓରେ ଯେଉଁଠାରେ ସେ ଏହି ବିଷୟରେ କହିଛନ୍ତି: “ଆପଣମାନଙ୍କ ମଧ୍ୟରୁ ଅନେକ ମୋତେ ପଚାରିଛନ୍ତି ଯେ ମୁଁ କିପରି ସର୍ବଦା ଭଲ ଦେଖାଯାଏ, ମୋର ମେକଅପ୍ ସର୍ବଦା ଏତେ ସୁନ୍ଦର ଦେଖାଯାଏ, କିମ୍ବା ମୋର ସର୍ବଦା ଏହି ପ୍ରାକୃତିକ ଆଲୋକ କିପରି ଥାଏ । ନିଜର ସୌନ୍ଦର୍ଯ୍ୟ ର ରହସ୍ୟ ବାଣ୍ଟି ଖୁସି ହୋଇଥିଲେ।

ଏହି ଯୁବତୀ ଦୁଇ ତିନି ବର୍ଷ ପୂର୍ବେ ଏହା ପିଇବା ଆରମ୍ଭ କରିଥିଲେ ଏବଂ ଏବେ ମଧ୍ୟ ପିଉଛନ୍ତି । ସେ କୁହନ୍ତି ଯେ କୁକୁର ୟୁରିନ୍ ପିଇବା ଫଳରେ ତାଙ୍କର ପିମ୍ପଲ୍ସ ସମ୍ପୂର୍ଣ୍ଣ ଗାଏବ୍ ହୋଇଯାଇଛି । ଏହା ବ୍ୟତୀତ କୁକୁର ୟୁରିନରେ ଭିଟାମିନ୍ ଏ ଓ ଅନ୍ୟ ଭିଟାମିନ୍ ମିଳେ ଯାହା ଫଳରେ କ୍ୟାନ୍ସର ଭଳି ଘାତକ ରୋଗରୁ ମଧ୍ୟ ଦୂରେଇ ରହିହେବ ।

ଲୀନ୍ କୁହନ୍ତି ଯେ ସେ ପ୍ରତି ଦିନ ନିଜ ପୋଷା କୁକୁରକୁ ପାର୍କ ନେଇଯାଆନ୍ତି ଏବଂ ତାର ୟୁରିନ୍ ସଂଗ୍ରହ କରନ୍ତି । ଏହାକୁ ସକାଳେ ଓ ସନ୍ଧ୍ୟାରେ ଗ୍ଲାସରେ ପିଅନ୍ତି । ସେ କୁହନ୍ତି ଯେ ଯେତେବେଳେ ବି କେହି ତାଙ୍କୁ ତାଙ୍କ ସୌନ୍ଦର୍ଯ୍ୟର ରହସ୍ୟ ପଚାରନ୍ତି ସେ କୁକୁର ୟୁରିନ୍ କଥା କୁହନ୍ତି । କିନ୍ତୁ ଶୁଣିବା ପରେ ସମସ୍ତେ ପରିହାସ କରନ୍ତି ।

ପ୍ରାଚୀନ ଚୀନ୍, ରୋମ୍, ଗ୍ରୀସ୍ ଏବଂ ଇଜିପ୍ଟରେ “ୟୁରୋଥେରାପି” ଅଭ୍ୟାସ କରାଯାଉଥିଲା, ଏହା ଏକ ଅଭ୍ୟାସ ନୁହେଁ ଯାହାକୁ ଆଜି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମର୍ଥନ କରୁଛନ୍ତି।କେବଳ ସେତିକି ନୁହେଁ, ଏହାର ପ୍ରଭାବ କିମ୍ବା ସ୍ୱାସ୍ଥ୍ୟ ଉପକାରିତା ବିଷୟରେ କୌଣସି ଅଧ୍ୟୟନ ପର୍ଯ୍ୟାପ୍ତ ପ୍ରମାଣ ପ୍ରଦାନ କରି ନାହିଁ ବୋଲି କେମ୍ବ୍ରିଡଗେଶାଇର ଲାଇଭ ରିପୋର୍ଟ କରିଛି। ଏବଂ ବର୍ମିଂହାମ ସ୍ଥିତ ବିଏମଇ ପ୍ରିଓରି ହସ୍ପିଟାଲର ପରାମର୍ଶଦାତା ୟୁରୋଲୋଜିଷ୍ଟ ଶ୍ରୀ ଜାକି ଆଲମାଲା କହିଛନ୍ତି ଯେ ଏହା ଏକ ବିଚିତ୍ର ଧାରଣା।

Leave a Reply

Your email address will not be published. Required fields are marked *