ଦୁଷ୍କର୍ମକାରୀକୁ ୨୫ ଥର ଛୁରୀ ଭୁଷିଲେ : ପୋଲିସକୁ ଫୋନ କରି କହିଲେ …

ସବୁବେଳେ ମହିଳାମାନେ ଦୁଷ୍କର୍ମର ଶିକାର ହେଉଥିବା ବେଳେ ମଧ୍ୟପ୍ରଦେଶର ଗୁନା ସହରରୁ ଆସିଛି ଚମକେଇ ଦେଲା ଭଳି ଏକ ଖବର । ଦୁଷ୍କର୍ମ ଓ ପରେ ବ୍ଲାକମେଲିଂ କରାଯାଉଥିବା ମହିଳା ଶେଷରେ ନେଇଛନ୍ତି ଏଭଳି ପଦକ୍ଷେପ । ଦୁଷ୍କର୍ମକାରୀ ଯୁବକର ଅତ୍ୟାଚାରରେ ଅତିଷ୍ଠ ହୋଇ ମହିଳା ଜଣକ ୨୫ ଥର ଛୁରୀ ଭୁଷି ତାକୁ ହତ୍ୟା କରିଛନ୍ତି ।

ହତ୍ୟା କରିସାରି ନିଜେ ପୋଲିସକୁ ଫୋନ କରି ସବୁ କହିଛନ୍ତି ଓ ଅପରାଧ ସ୍ଵୀକାର କରିଛନ୍ତି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଥିଲା ଦୁଷ୍କର୍ମକାରୀ ଯୁବକର ଉଲଗ୍ନ ମୃତଦେହ । ତେବେ ସେଥରେ ଉପସ୍ଥିତ ଥିବା ମହିଳାଙ୍କୁ ଗିରଫ କରି ଜେଲ ପଠାଇଛି ।

ମହିଳାଙ୍କ କହିବାନୁଯାୟୀ ଉକ୍ତ ଯୁବକ ଜଣକ ୨୦୦୫ ମସିହାରୁ ଲଗାତାର ଭାବେ ତାଙ୍କୁ ଦୁଷ୍କର୍ମ କରି ଆସୁଥିଲା । ୨୦୦୫ ବେଳକୁ ମହିଳା ଜଣକ ନାବାଳିକା ଥିଲେ । ଦୁହେଁ ଅଶୋକ ନଗର ଜିଲ୍ଲାର ବୋଲି ପୋଲିସ ତଦନ୍ତରୁ ସୂଚନା ମିଳିଥିବାବେଳେ ମୃତକ ଯୁବକଙ୍କ ନାମ ବୃଜଭୂଷଣ ଶର୍ମା ବୋଲି ଜଣାପଡ଼ିଛି ।

୧୬ ବର୍ଷ ବୟସରେ ବୃଜଭୂଷଣ ଶର୍ମା ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲା ଓ ଏହାପରେ ଅନେକ ଥର ଧମକ ଦେଇ ଅସଦାଚରଣ କରିଆସୁଥିଲା । ବୃଜଭୂଷଣଙ୍କଠୁ ମୁକ୍ତି ପାଇବା ପାଇଁ ଶେଷରେ ମହିଳା ଜଣକ ଜଣେ ଶିକ୍ଷକଙ୍କୁ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ବି ଅଛି । ଏହାପରେ ବି ବୃଜଭୂଷଣ ତାଙ୍କ ପିଛା ଛାଡ଼ିନଥିଲା । ଘଟଣା ଦିନ ରାତିରେ ମହିଳା ଘରେ ଏକୁଟିଆ ଥିବାବେଳେ ବୃଜଭୂଷଣ ତାଙ୍କ ଘରେ ପଶି ଆସିଥିଲା । ନିଶାରେ ଥାଇ ମହିଳାଙ୍କୁ ସେ ପୁଣିଥରେ ଦୁଷ୍କର୍ମ କରିଥିଲା । ଏଥର ମହିଳା କିନ୍ତୁ ଆଉ ସହି ପାରିନଥିଲେ ଏବଂ ଛୁରୀ ଭୁଷି ଯୁବକକୁ ହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *