ମହିଳା ସରପଞ୍ଚ ଗିରଫ : ଲାଞ୍ଚରେ ମାଗିଥିଲେ ଦୁଇଟି ଆଇଫୋନ୍ 11 pro, ଆହୁରି ଅନେକ…

ସଂସ୍କାର : ଆଜିକାଲିର ସମୟରେ କୌଣସି କାମ କରିବା ପାଇଁ ଲାଞ୍ଚ ଦେବା ଏକ ସାଧାରଣ କଥା ହୋଇଗଲାଣି। ଜଣେ ସାଧାରଣ ଲୋକ ଲାଞ୍ଚ ନ ଦେଲେ ତାର କୌଣସି ସରକାରୀ କାର୍ଯ୍ୟ ହେଉନାହିଁ। ତେଣୁ ବଡ଼ ବଡ଼ ସରକାରୀ ଅଫିସରଙ୍କ ଠାରୁ ଆରମ୍ଭ କରି କୁଜି ନେତା ୱାର୍ଡ଼ମେମ୍ବର ପର୍ଯ୍ୟନ୍ତ ସମସ୍ତେ ଲାଞ୍ଚୁଆ ହୋଇଗଲେଣି। ତେବେ ନିକଟରେ ଜଣେ ସରପଞ୍ଚ ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଆଉ ସେ ଲାଞ୍ଚ ବାବଦକୁ ଯେଉଁ ସବୁ ଜିନିଷ ନେଇଛନ୍ତି ଜାଣିଲେ ଆପଣଙ୍କର ହୋସ ଉଡିଯିବ। ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଜାତୀୟ ଗଣମାଧ୍ୟମର୍ ରିପୋର୍ଟ ଅନୁଯାୟୀ, ଗୁଜୁରାଟର ରାଜକୋଟରୁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ଲାଞ୍ଚ ନେଇ ଜଣେ ମହିଳା ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ଲାଞ୍ଚ ନେଇ ଏମାନେ ବର୍ତ୍ତମାନ ହଜାତରେ ବନ୍ଦୀ। ତେବେ ସରପଞ୍ଚ ଦମ୍ପତି ଲାଞ୍ଚ ବାବଦକୁ ଯାହା ଡିମାଣ୍ଡ କରିଥିଲେ ଜାଣିଲେ ଛାନିଆ ହୋଇଯିବେ ଆପଣ।

ସରପଞ୍ଚ ଦମ୍ପତି ଲାଞ୍ଚ ବାବଦକୁ କଣ୍ଟ୍ରାକ୍ଟରଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା, ଦୁଇଟି ଆଇଫୋନ୍, ତିନୋଟି ସ୍ମାର୍ଟଫୋନ୍ ଏବଂ କିଛି ଘରୋଇ ସାମଗ୍ରୀ ମାଗିଥିଲେ। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୫ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଆଉ କଣ୍ଟ୍ରାକ୍ଟରଙ୍କ ମହାଶୟ ମଧ୍ୟ ସରପଞ୍ଚ ଦମ୍ପତିକୁ ଏହି ସବୁ ଜିନିଷ ଦେବା ପରେ ପୋଲିସ ହାତରେ ଏମାନଙ୍କୁ ଧରାଇ ଦେଇଛନ୍ତି।

ଜାତୀୟ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ଗୁଜୁରାଟର ଦୁର୍ନୀତି ନିବାରଣ ବ୍ୟୁରୋ ରାଜକୋଟରେ ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗରେ ଜଣେ ମହିଳା ସରପଞ୍ଚ ଓ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ଜଣେ ଏସିବି ଅଧିକାରୀ କହିଛନ୍ତି ଯେ ଏହି ସରପଞ୍ଚ ଦମ୍ପତିଙ୍କ ଠାରୁ ନଗଦ ୪ ଲକ୍ଷ ଟଙ୍କା, ଦୁଇଟି ଆପଲ୍ ଆଇଫୋନ୍ 11 pro ଯାହାର ଆନୁମାନିକ ମୁଲ୍ୟ ୩ ଲକ୍ଷ ( ଗୋଟିଏ ଆପଲ୍ ଆଇଫୋନ୍ 11 pro ର ମୂଲ୍ୟ ୧ ଲକ୍ଷ ୪୮ ହଜାର ଟଙ୍କା ) , ତିନୋଟି ସ୍ମାର୍ଟଫୋନ୍ ଯାହାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା , ଗୋଟିଏ ଟିଭି, ଗୋଟିଏ ଫ୍ରିଜ, ଗୋଟିଏ ଏସି ଏବଂ ଏହା ସହିତ କିଛି ଘରୋଇ ସାମଗ୍ରୀ ଜବତ ହୋଇଛି। ଯାହାକି ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ଏହି ସରପଞ୍ଚ ଦମ୍ପତି ଲାଞ୍ଚ ଆକାରରେ ନେଇଥିଲେ। ଆଉ ଆମେ ତାଙ୍କୁ ବର୍ତ୍ତମାନ ଗିରଫ କରିସାରିଛୁ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଜେଲ୍ ପଠାଯାଇଛି।

Leave a Reply

Your email address will not be published. Required fields are marked *