ପତ୍ନୀଙ୍କ ପରକ୍ରିୟା ପ୍ରୀତି ବିଷୟରେ ଜାଣିଗଲେ ସ୍ଵାମୀ, ଆଉ ତା’ପରେ …

ଉତ୍ତରପ୍ରଦେଶର ହରଦୋଇରୁ ସାମ୍ନାକୁ ଆସିଛି ଏକ କଳଙ୍କିତ ସମ୍ପର୍କ ଯେଉଁଥିପାଇଁ ବଳି ପଡ଼ିଛି ଏକ ଜୀବନ । ମିଳିଥିବା ସୂଚନା ଅନୁସାରେ ଜଣେ ମହିଳା ତାଙ୍କ ସମ୍ପର୍କୀୟ ଦିଅର ସହିତ ମିଶି ନିଜ ସ୍ଵାମୀଙ୍କୁ ହତ୍ୟା କରିଥିଲେ । ଘଟଣାଟି ହରଦୋଇର ବଘୋଳି ଥାନା ଅଞ୍ଚଳରେ ଘଟିଛି । ସେପଟେ କିଛି ଦିନ ପୂର୍ବରୁ ଜଣେ ଯୁବକ ବାନାରାପୁର ଗାଁରୁ ହଠାତ୍ ନିଖୋଜ ହୋଇଯାଇଥିଲେ, ଯାହାପରେ ପରିଜନ ଥାନାରେ ଏତଲା ଦେଇଥିଲେ । ମଙ୍ଗଳବାର ଦିନ ବିକାପୁର ଚିନି ମିଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ମିଳିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଚହଳ ପଡ଼ିଗଲା ।

ମିଳିଥିବା ସୂଚନା ଅନୁସାରେ ମିଳିଥିବା ମୃତଦେହ ନିଖୋଜ ଯୁବକ ବବଲୁ ସିଂ ବୋଲି ଜଣାପଡ଼ିଛି । ଚାଷ ଜମିକୁ ଯିବା କଥା କହି ବବଲୁ ସିଂ ମାର୍ଚ୍ଚ ୨୦ ରେ ଘରୁ ବାହାରକୁ ଯାଇଥିଲେ କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ବି ବବଲୁ ସିଂଙ୍କ ପତ୍ତା ମିଳିନଥିଲା । ପୁଣି ବବଲୁର ଫୋନ୍ ମଧ୍ୟ ସୁଇଚ୍ ଅଫ୍ ଥିଲା । ଏହାପରେ ଥାନାରେ ଏକ ନିଖୋଜ ଏତଲା ଦେଲେ ପରିବାର ଲୋକେ ଏବଂ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଦେଲା ।

ମଙ୍ଗଳବାର ଦିନ ଯେତେବେଳେ ବିକାପୁର ଚିନି ମିଲ ନିକଟ ଗହମ କ୍ଷେତ ନିକଟରେ ଥିବା ଏକ ଗାତରୁ ଗାଁ ଲୋକେ ଏକ ମୃତଦେହର ପାଦ ଦେଖିଲେ, ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମୃତଦେହ ନିଖୋଜ ହୋଇଯାଇଥିବା ସେହି ବବଲୁ ସିଂଙ୍କର । ତେବେ ପୋଲିସ କହିବାନୁସାରେ ବବଲୁଙ୍କ ପତ୍ନୀ ରୀନା ସିଂ ଗାଁର ବାସିନ୍ଦା ଅନୁଜ ସିଂଙ୍କ ସହିତ ଅବୈଧ ସମ୍ପର୍କ ରଖିଥିଲେ ଯାହା ବବଲୁ ସିଂ ଜାଣି ପାରିଥିଲେ । ପତ୍ନୀ ରୀନା ସିଂଙ୍କୁ କଡ଼ା ପଚରାଉଚରା କରିବାରୁ ଜଣାପଡ଼ିଲା ଯେ ରୀନା ହିଁ ନିଜ ପ୍ରେମିକ ସହିତ ମିଶି ନିଜ ସ୍ଵାମୀକୁ ହତ୍ୟା କରିଥିଲେ । ମୃତଦେହକୁ ସେ ଜାଳିଦେବାକୁ ଚେଷ୍ଟା କରିଥିଲେ । ହେଲେ ପରେ ଏହାକୁ ମାଟିରେ ପୋତି ଦେଇଥିଲେ । ତେବେ ବର୍ତ୍ତମାନ ଅଭିଯୁକ୍ତ ପ୍ରେମିକ (ସମ୍ପର୍କୀୟ ଦିଅର) ଫେରାର ଅଛନ୍ତି ।

Leave a Reply

Your email address will not be published. Required fields are marked *