ଓଡ଼ିଶାରେ ଦେଖାଦେଲା ଲକ୍ଷ୍ନୌ ମାମଲା ; ଲୁଧିଆନାରୁ ଆସି ଭୁବନେଶ୍ୱରର ରାଜରାସ୍ତାରେ ଯୁବତୀଙ୍କ ଦାଦାଗିରି

lacknow thappad girl

ସଂସ୍କାର : ନିକଟରେ ଲକ୍ଷ୍ନୌର କ୍ୟାବ୍ ଡ୍ରାଇଭରଙ୍କୁ ଏକ ଯୁବତୀ ମାଡ଼ ମାରିଥିବା ଘଟଣା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। କାରଣ ଏହି ଘଟଣାଟି ଆଜି ବି ଦେଶରେ ଚଞ୍ଚଲ୍ୟ ହୋଇ ରହିଛି। ଗୋଟିଏ ପଟେ ଯୁବତୀଙ୍କୁ ଗିରଫ କରିବା ପାଇଁ କ୍ୟାବ୍ ଡ୍ରାଇଭର ଅଢ଼ି ବସିଥିବା ବେଳେ ଅନ୍ୟପଟେ ମାଡ଼ ମାରିଥିବା ଯୁବତୀ ମାତ୍ର କଥାକୁ ଏଡାଇ ପୋଲିସକୁ ଗିରଫ ନ କରିବା ପାଇଁ କାକୁତିମିନତୀ ହୋଇଛନ୍ତି। କାରଣ ଯୁବତୀ ଯଦି ଗିରଫ ହୋଇଯିବେ ତେବେ ତାଙ୍କର କ୍ୟାରିୟର ଖରାପ ହୋଇଯିବ।

ତେବେ ଛାଡ଼ନ୍ତୁ ସେ କଥା , ଆଜି ଆମେ ଆପଣଙ୍କୁ ଏହି ଘଟଣାର ପୁନର୍ବାରବୃର୍ତି ବିଷୟରେ କହିବୁ। ଠିକ ଏହି ଘଟଣାର ପୁନରାବୃତ୍ତି ହୋଇଛି ରାଜଧାନୀ ଭୁବନେଶ୍ବରରେ। ରାଜଧାନୀର ରୁପାଲି ଛକରେ ଘଟିଛି ଏହି ଅଘଟଣ। ଗୋଟିଏ ଯୁବତୀ ମଝି ରାସ୍ତାରେ କାର୍ ଆଗକୁ ଆସି ଭିଆଇ ଥିଲେ ଅମାନୁସିକ କାଣ୍ଡ। ତେବେ ଏହି ଯୁବତୀ ଜଣକ ଆମ ରାଜ୍ୟର ନୁହେଁ। ସେ ହେଉଛନ୍ତି ଲୁଧିଆନାର।

ଏଠାରେ କ୍ଲିକ କରି ଦେଖନ୍ତୁ ଭିଡିଓ (Credit to Kanak News) :-

ଲୁଧିଆନାର ଏହି ଯୁବତୀ ଜଣକ ଗତ ଅଗଷ୍ଟ ୧୫ ତାରିଖ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ସୃଷ୍ଟି କରିଥିଲେ ଏକ ଆତଙ୍କ। ସିଗ୍ନାଲ ଗ୍ରୀନ ଥିବା ବେଳେ ସେ ରାସ୍ତା ଉପରକୁ ଆସି କାର ଆଗରେ ଛିଡା ହୋଇ ଯାଇଥିଲେ। ଅନ୍ୟପଟେ ପୋଲିସ ଓ ସାଧାରଣ ଲୋକଙ୍କୁ ଏହି ଯୁବତୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ତାଙ୍କୁ ଏହି କାଣ୍ଡ ପାଇଁ ଗିରଫ କରିଛି ବୋଲି ରାଜ୍ୟର ଏକ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *