ଭୋଟ ପାଇଁ ମହିଳା ବାଣ୍ଟୁଛନ୍ତି ବିଡ଼ା ବିଡ଼ା ଟଙ୍କା ସାଙ୍ଗକୁ ପ୍ୟାକେଟ ପ୍ୟାକେଟ କଣ୍ଡୋମ, ଧରାପଡ଼ିଲା ପରେ…ଦେଖନ୍ତୁ ଭିଡ଼ିଓ

ସଂସ୍କାର: ରାଜ୍ୟରେ ଚାଲିଛି ପଂଚାୟତ ନିର୍ବାଚନର ମାହୋଲ। ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ମାହୋଲ ବେସ୍ ସରଗରମ ରହିଛି। ଆଉ ଏହି ପଞ୍ଚାୟତ ନିର୍ବାଚନ ପାଇଁ କେଉଁଠି ଟଙ୍କା ବଣ୍ଟାଯାଉଛି ତ, ଆଉ କେଉଁଠି ସ୍ୱାଦିଷ୍ଟ ଭୋଜିର ଆୟୋଜନ ହେଉଛି। କିନ୍ତୁ ବର୍ତ୍ତମାନ ଏକ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି। ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନର ଗୋଟିଏ ଦିନ ପୂର୍ବରୁ ପ୍ରଚାର ବନ୍ଦ ଥିବାବେଳେ ଅନେକ ସ୍ଥାନରେ ଟଙ୍କା ବାଣ୍ଟିବା ଘଟଣା ସାମ୍ନାକୁ ଆସିଛି ।

ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ନିର୍ବାଚନ ପୂର୍ବରୁ ଟଙ୍କା ବାଣ୍ଟି ହଟହଟା ହୋଇଛନ୍ତି ଦୁଇଜଣ ମହିଳା । ଦୁଇ ମହିଳା ଟଙ୍କା ବାଣ୍ଟୁ ଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ କାବୁ କରିଥିଲେ। ଖାଲି ଟଙ୍କା ନୁହେଁ , ଟଙ୍କା ସହିତ କଣ୍ଡୋମ ପ୍ୟାକେଟ ବି ଧରି ବୁଲୁଥିଲେ ଏହି ଦୁଇ ମହିଳା। ତେବେ ରାଜଧାନୀର ଉମା ଦେଇପୁର ପଞ୍ଚାୟତର ଜସୁଆପୁର ଗ୍ରାମରେ ଏହି ଘଟଣାଟି ଘଟିଛି। ଯାହା ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

ଦେଖନ୍ତୁ ଭିଡ଼ିଓ ଏହି ଘଟଣାକୁ ନେଇ କଣ କହୁଛନ୍ତି ଜଣେ ଗ୍ରାମବାସୀ :

ମହିଳାଙ୍କ ବ୍ୟାଗରୁ ଆପତ୍ତିଜନକ ସାମଗ୍ରୀ କଣ୍ଡୋମ ସହ ବିଡ଼ା ବିଡ଼ା ଟଙ୍କା ଜବତ ହୋଇଥିବା ଗ୍ରାମବାସୀ କହିଛନ୍ତି । ଲୋକଙ୍କୁ କିଣିବାକୁ ଏହି ୨ ମହିଳା ଟଙ୍କା ବାଣ୍ଟୁଥିବା ଗ୍ରାମବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *